ବ୍ୟବହାର ଉପଯୋଗୀ କରାଯିବ ଅର୍ପଣ ଚାଉଳ, ନଷ୍ଟ ହେବାକୁ ବସିଛି ୧୦ ହଜାର କୁଇଣ୍ଟାଲ

ପୁରୀ : ବ୍ୟବହାର ଉପଯୋଗୀ କରାଯିବ ନଷ୍ଟ ହେବାକୁ ବସିଥିବା ଅର୍ପଣ ଚାଉଳ । ପରିକ୍ରମା ପ୍ରକଳ୍ପ ସମୟରେ ପୁରୀକୁ ରାଜ୍ଯର ବିଭିନ୍ନ ସ୍ଥାନରୁ ଆସିଥିଲା ଅର୍ପଣ ଚାଉଳ । ଏବେ ଗଛିତ ଥିବା ପ୍ରାୟ ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହେବାକୁ ବସିଛି । ଏହାକୁ ବ୍ୟବହାର ଉପଯୋଗୀ କରିବାକୁ ପ୍ରୋସେସିଂ ଓ ଟ୍ରିଟମେଣ୍ଟ କରାଯାଉଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଯୋଗାଣ ବିଭାଗକୁ ଏହାର ଟ୍ରିଟମେଣ୍ଟ ପାଇଁ […] The post ବ୍ୟବହାର ଉପଯୋଗୀ କରାଯିବ ଅର୍ପଣ ଚାଉଳ, ନଷ୍ଟ ହେବାକୁ ବସିଛି ୧୦ ହଜାର କୁଇଣ୍ଟାଲ appeared first on KNews Odisha.

ବ୍ୟବହାର ଉପଯୋଗୀ କରାଯିବ ଅର୍ପଣ ଚାଉଳ, ନଷ୍ଟ ହେବାକୁ ବସିଛି ୧୦ ହଜାର କୁଇଣ୍ଟାଲ
arpana rice

ପୁରୀ : ବ୍ୟବହାର ଉପଯୋଗୀ କରାଯିବ ନଷ୍ଟ ହେବାକୁ ବସିଥିବା ଅର୍ପଣ ଚାଉଳ । ପରିକ୍ରମା ପ୍ରକଳ୍ପ ସମୟରେ ପୁରୀକୁ ରାଜ୍ଯର ବିଭିନ୍ନ ସ୍ଥାନରୁ ଆସିଥିଲା ଅର୍ପଣ ଚାଉଳ । ଏବେ ଗଛିତ ଥିବା ପ୍ରାୟ ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହେବାକୁ ବସିଛି । ଏହାକୁ ବ୍ୟବହାର ଉପଯୋଗୀ କରିବାକୁ ପ୍ରୋସେସିଂ ଓ ଟ୍ରିଟମେଣ୍ଟ କରାଯାଉଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଯୋଗାଣ ବିଭାଗକୁ ଏହାର ଟ୍ରିଟମେଣ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର, ଗୁଣ୍ଡିଚା ଘର ଓ ଯୋଗାଣ ବିଭାଗ ଗୋଦାମରେ ରହିଛି ଏହି ଚାଉଳ । ଆସନ୍ତା ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପରିଚାଳନା କମିଟି ନିଷ୍ପତ୍ତି ପରେ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟ ଜାରି ରହିବ ନା ଅନ୍ୟ କୌଣସି କାର୍ଯ୍ୟରେ ଲାଗିବ ତାହା ଜଣାପଡିବ ବୋଲି ସେ କହିଛନ୍ତି ।

The post ବ୍ୟବହାର ଉପଯୋଗୀ କରାଯିବ ଅର୍ପଣ ଚାଉଳ, ନଷ୍ଟ ହେବାକୁ ବସିଛି ୧୦ ହଜାର କୁଇଣ୍ଟାଲ appeared first on KNews Odisha.