ମୋ ଓଡ଼ିଶା ନବିନ ଓଡ଼ିଶାରେ ଗୃହ ନିର୍ମାଣକୁ ବିରୋଧ କରି ଓ୍ଵାର୍ଡ଼ ମେମ୍ବରଙ୍କୁ ମାଡ଼

ଟିକିଏ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଏ କୌଣସି ଫିଲ୍ମର ସିନ୍‌ ନୁହେଁ ଆଜ୍ଞା, ଏ ଦୃଶ୍ୟ ହେଉଛି ଜଣେ ଓ୍ଵାର୍ଡ଼ ମେମ୍ବରଙ୍କ ଉପରେ ହେଉଥିବା ମରଣାନ୍ତକ ଆକ୍ରମଣ । ଯେଉଁ ଦୃଶ୍ୟକୁ ଆମେ ଆପଣଙ୍କୁ ଏଠାରେ ଭଲଭାବେ ଦେଖାଇପାରୁନୁ । କିଭଳି ନୃଶଂସ ଭାବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବା ସହ ଇଟା ଫୋପାଡ଼ୁଛନ୍ତି । ଯେଉଁ ଦୃଶ୍ୟକୁ ଦେଖିଲାରୁ ଆମ ଛାତି ଥରିଯାଉଛି । କିଭଳି ଭାବେ ଯୁବକଙ୍କ ଉପରେ ସଂଘବଦ୍ଧ […] The post ମୋ ଓଡ଼ିଶା ନବିନ ଓଡ଼ିଶାରେ ଗୃହ ନିର୍ମାଣକୁ ବିରୋଧ କରି ଓ୍ଵାର୍ଡ଼ ମେମ୍ବରଙ୍କୁ ମାଡ଼ appeared first on KNews Odisha.

ମୋ ଓଡ଼ିଶା ନବିନ ଓଡ଼ିଶାରେ ଗୃହ ନିର୍ମାଣକୁ ବିରୋଧ କରି ଓ୍ଵାର୍ଡ଼ ମେମ୍ବରଙ୍କୁ ମାଡ଼

ଟିକିଏ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଏ କୌଣସି ଫିଲ୍ମର ସିନ୍‌ ନୁହେଁ ଆଜ୍ଞା, ଏ ଦୃଶ୍ୟ ହେଉଛି ଜଣେ ଓ୍ଵାର୍ଡ଼ ମେମ୍ବରଙ୍କ ଉପରେ ହେଉଥିବା ମରଣାନ୍ତକ ଆକ୍ରମଣ । ଯେଉଁ ଦୃଶ୍ୟକୁ ଆମେ ଆପଣଙ୍କୁ ଏଠାରେ ଭଲଭାବେ ଦେଖାଇପାରୁନୁ । କିଭଳି ନୃଶଂସ ଭାବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବା ସହ ଇଟା ଫୋପାଡ଼ୁଛନ୍ତି । ଯେଉଁ ଦୃଶ୍ୟକୁ ଦେଖିଲାରୁ ଆମ ଛାତି ଥରିଯାଉଛି । କିଭଳି ଭାବେ ଯୁବକଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରୁଛନ୍ତି ।

ତେବେ ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତ ମଧୁସୁଦନପୁର ଗ୍ରାମର ୧ ନଂ ସୀମାକୁ ଲାଗି ରହିଥିବା ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ନିକଟରେ । ସେହି ସୀମାରେ ବାସୁଦେବପୁର ବ୍ଲକର କିଛି ସରକାରୀ ଜମିକୁ ସିମୁଳିଆ ବ୍ଲକର ଉପେନ୍ଦ୍ର ସାହୁଙ୍କ ପରିବାର ଜୋର ଜବରଦସ୍ତ ଦୀର୍ଘ ଦିନ ହେବ ନିଜ କବଜାକୁ ନେଇ ଚଳପ୍ରଚଳ କରି ଆସୁଥିଲେ । ସରକାରଙ୍କ ପକ୍ଷରୁ ସେହି ଜାଗାରେ ମୋ ଓଡିଶା ନବିନ ଓଡିଶା ମାଧ୍ୟମରେ ଏକ କମ୍ୟୁନିଟ ସେଣ୍ଟର ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ସେହି ଜାଗାକୁ ସିମୁଳିଆ ବ୍ଲକର ଉପେନ୍ଦ୍ର ସାହୁ କବଜା କରି ନେଇଥିବାରୁ ବରଣ୍ଡୁଆ ପଂଚାୟତର ମଧୁସୁଦନପୁର ବାସୀ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ବାସୁଦେବପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମାପ କରି ଉକ୍ତ ଜାଗାରେ ଥିବା ସମସ୍ତ ସାମଗ୍ରୀକୁ ହଟାଇ ସେହି ଜାଗାରେ ସରକାରଙ୍କ ପକ୍ଷରୁ ଆସିଥିବା ଗୃହ ନିର୍ମାଣ କରିବାକୁ ଭିଜିବିଲିଟ ରିପୋର୍ଟ ମଧୁସୁଦନପୁର ବାସୀଙ୍କୁ ପ୍ରଦାନ କରିଥିଲେ ।

ପରେ ସେହି ଜାଗାରେ ମଧୁସୁଦନପୁର ୧ନଂ ଓ୍ଵାର୍ଡର ସଭ୍ୟ ଶୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏକ ଗୃହ ନିର୍ମାଣ ନିର୍ମାଣ କରାଗଲା । ଆଜି ସେହି ଘରର ଛାତ ପଡିବାକୁ ଥିବା ବେଳେ ଓ୍ଵାର୍ଡ ସଭ୍ୟ ତଦାରଖ କରିବାକୁ ଯାଇଥିବା ବେଳେ ଉପେନ୍ଦ୍ରଙ୍କ ପରିବାର କାମ ବନ୍ଦ କରି ଦେଇଥିଲେ । ଓ୍ଵାର୍ଡ ସଭ୍ୟ କଣ ପାଇଁ କାମ ବନ୍ଦ କରୁଛ ଏହି ଜାଗା ବାସୁଦେବପୁର ବ୍ଲକର ମଧୁସୁଦନପୁର ଗ୍ରାମର ବୋଲି କହିବାରୁ ଉପେନ୍ଦ୍ରଙ୍କ ପରିବାର ଲୋକେ ଅତର୍କିତ ଭାବେ ଓ୍ଵାର୍ଡ ସଭ୍ୟ ଶୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ନୃଶଂସ ଭାବେ ମାଡ଼ ମାରିଛନ୍ତି । ଏହି ଆକ୍ରମଣରେ ଶ୍ରୀ ପାଣିଗ୍ରାହୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇ ଯାଇଥିଲେ । ପରେ ଗ୍ରାମର କିଛି ମହିଳା ଗୋଷ୍ଠୀ ପହଞ୍ଚି ଉପେନ୍ଦ୍ର ଘେରିଥିବା ବାଡକୁ ଓପାଡି ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟିବା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ବେଳେ ଏନେଇ ଓ୍ଵାର୍ଡ଼ ସଭ୍ୟ ଶୁରେଶ ଚନ୍ଦ୍ର ପାଣିଗ୍ରାହୀ ନ୍ୟାୟ ପାଇଁ ଦାବି କରିଛନ୍ତି ।

The post ମୋ ଓଡ଼ିଶା ନବିନ ଓଡ଼ିଶାରେ ଗୃହ ନିର୍ମାଣକୁ ବିରୋଧ କରି ଓ୍ଵାର୍ଡ଼ ମେମ୍ବରଙ୍କୁ ମାଡ଼ appeared first on KNews Odisha.