ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପେଇ ସୋରେନ୍
ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ହେମନ୍ତ। ଚମ୍ପେଇ ସୋରେନ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ମନୋନୀତ କରାଯାଇଛି। ଝାଡ଼ଖଣ୍ଡର ପରିବହନ ଓ ଜାତି ଏବଂ ଜନଜାତି ମନ୍ତ୍ରୀ ଅଛନ୍ତି ଚମ୍ପେଇ ସୋରେନ। ଆଜି ହିଁ ଚମ୍ପେଇ ସୋରେନଙ୍କ ଶପଥ ପାଠ କରାଇବାକୁ ଦାବି କରିଛି ଜେଏମଏମ। ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ […] The post ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପେଇ ସୋରେନ୍ appeared first on KNews Odisha.

ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ହେମନ୍ତ। ଚମ୍ପେଇ ସୋରେନ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ମନୋନୀତ କରାଯାଇଛି। ଝାଡ଼ଖଣ୍ଡର ପରିବହନ ଓ ଜାତି ଏବଂ ଜନଜାତି ମନ୍ତ୍ରୀ ଅଛନ୍ତି ଚମ୍ପେଇ ସୋରେନ। ଆଜି ହିଁ ଚମ୍ପେଇ ସୋରେନଙ୍କ ଶପଥ ପାଠ କରାଇବାକୁ ଦାବି କରିଛି ଜେଏମଏମ। ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ହେମନ୍ତ ସୋରେନଙ୍କୁ ଦୀର୍ଘ ସମୟ ଜେରା କରିଛି। ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହା ପୂର୍ବରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ।
The post ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପେଇ ସୋରେନ୍ appeared first on KNews Odisha.