ବଜ୍ରପାତବେଳେ ଖଜୁରୀ ଗଛ ତଳେ ନେଲେ ଆଶ୍ରୟ, ୮ ଆହତ
ବିହାରର ବଗହା ଅଞ୍ଚଳରେ ଭୀଷଣ ବଜ୍ରପାତ ହୋଇଛି । ଏପରି ଦୃଶ୍ୟ ଶୁକ୍ରବାର ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ସେହି ଭୟଙ୍କର ବଜ୍ରପାତ ପଡି ୮ ଜଣ ଲୋକ ଜଳି ଯାଇଛନ୍ତି । ୮ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ୨ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳିଯାଇଛି । ସୂଚନାନୁଯାୟୀ, ଘଡଘଡି, ବିଜୁଳି ମାରିବା ସମୟରେ ୬ଜଣ […] The post ବଜ୍ରପାତବେଳେ ଖଜୁରୀ ଗଛ ତଳେ ନେଲେ ଆଶ୍ରୟ, ୮ ଆହତ appeared first on KNews Odisha.

ବିହାରର ବଗହା ଅଞ୍ଚଳରେ ଭୀଷଣ ବଜ୍ରପାତ ହୋଇଛି । ଏପରି ଦୃଶ୍ୟ ଶୁକ୍ରବାର ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ସେହି ଭୟଙ୍କର ବଜ୍ରପାତ ପଡି ୮ ଜଣ ଲୋକ ଜଳି ଯାଇଛନ୍ତି । ୮ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ୨ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳିଯାଇଛି ।
ସୂଚନାନୁଯାୟୀ, ଘଡଘଡି, ବିଜୁଳି ମାରିବା ସମୟରେ ୬ଜଣ ଲୋକ ଆଶ୍ରୟ ନେବା ପାଇଁ ଖଜୁରୀ ଗଛ ତଳେ ଠିଆ ହୋଇଥିଲେ । ସେହି ସମୟରେ ଖଜରୀ ଗଛ ଉପରେ ଘହଘଡି ପଡିଥିଲା । ଫଳରେ ଗଛ ତଳେ ଠିଆ ହୋଇଥିବା ଲୋକଙ୍କ ଦେହରେ ନିଆଁ ଲାଗି ଜଳିଥିଲେ । ସେମାନଙ୍କ ସମେତ ଅନ୍ୟ ଦୁଇ ଜଣ ପାଖ ଅଞ୍ଚଳରେ ଥିବା ଲୋକ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣ ମହିଳା ଥିଲେ ।
ଅନ୍ୟପଟେ ବିଜୁଳି ଶବ୍ଦ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଆହତ ହୋଇଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ସେମାନଙ୍କ ତୁରନ୍ତ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଅବସ୍ଥା ଅତ୍ୟଧିକ ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଜିଏମସିଏଚ୍ କୁ ରେଫର୍ କରିଛନ୍ତି । ଏହାରି ମଧ୍ୟରେ ପ୍ରାାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
Also Read : ମଥୁରାରେ ୯୦ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖିଛି ପୋଲିସ, ତଦନ୍ତ ଆରମ୍ଭ
The post ବଜ୍ରପାତବେଳେ ଖଜୁରୀ ଗଛ ତଳେ ନେଲେ ଆଶ୍ରୟ, ୮ ଆହତ appeared first on KNews Odisha.