କାଶ୍‌‌ଭି ଗ୍ରୁପ୍‌‌ ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିିତ

କେନ୍ଦୁଝରଗଡ଼଼: ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ ଇଣ୍ଡଷ୍ଟ୍ରୀଜ୍‌‌ର ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ବେହେରାଙ୍କୁ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନରେ ରାଜ୍ୟପାଳ ସମ୍ବର୍ଦ୍ଧିିତ କରିଛନ୍ତି। ଭୁବନେଶ୍ୱରର ହୋଟେଲ ମେ’ ଫେୟାର ଠାରେ ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୩ତମ ବାର୍ଷିକ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଂ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢ଼ୌକନ ଦେଇ ୨୦୨୪ବର୍ଷ ପାଇଁ ଓଡ଼ିଶାର ଜଣେ ସଫଳ ବ୍ୟବସାୟୀ […]

କାଶ୍‌‌ଭି ଗ୍ରୁପ୍‌‌ ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିିତ

କେନ୍ଦୁଝରଗଡ଼଼: ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ ଇଣ୍ଡଷ୍ଟ୍ରୀଜ୍‌‌ର ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ବେହେରାଙ୍କୁ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନରେ ରାଜ୍ୟପାଳ ସମ୍ବର୍ଦ୍ଧିିତ କରିଛନ୍ତି। ଭୁବନେଶ୍ୱରର ହୋଟେଲ ମେ’ ଫେୟାର ଠାରେ ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୩ତମ ବାର୍ଷିକ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଂ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢ଼ୌକନ ଦେଇ ୨୦୨୪ବର୍ଷ ପାଇଁ ଓଡ଼ିଶାର ଜଣେ ସଫଳ ବ୍ୟବସାୟୀ ଭାବେ ‘ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନ-୨୦୨୪’ରେ ସମ୍ବର୍ଦ୍ଧିିତ କରିଛନ୍ତି। ଏହି ଅବସରରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଡିଆଡିଓର ଡିଡି ଡ. ବି.କେ.ଦାସ, ଜାତୀୟ ସ୍ମାରକ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା, ଏମ୍‌‌ଜିଏମ୍‌‌ ମିନେରାଲ୍ସ ଅଧ୍ୟକ୍ଷ ପଙ୍କଜ ମହାନ୍ତି, ପଦ୍ମଶ୍ରୀ ଅରୁଣା ମହାନ୍ତି, ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ପି.ଏଲ ହରନାଦ, ୟୁସିସିଆଇ ସଭାପତି ଡ. ପ୍ରବୋଧ ମହାନ୍ତି, ଫାଲକନ୍‌‌ ଗ୍ରୁପ୍‌‌ ନିର୍ଦ୍ଦେଶକ ପାର୍ଥଜିତ୍‌‌ ପଟ୍ଟନାୟକ, ଆଇଟି ମିଡିଆ ନେଟ୍‌‌ୱାର୍କ ଅଧ୍ୟକ୍ଷ ଡ. ଶୁଭାଶିଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସମ୍ପାଦକ ଦିବ୍ୟଜିତ୍‌‌ ସାହୁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ।