କ୍ରାଇମବ୍ରାଞ୍ଚ କବଜାରେ ରିସିକିଆ ପ୍ରେମିକ, ଛାଡ଼ପତ୍ର ଓ ବିଧବା ମହିଳାଙ୍କୁ କରୁଥିଲା ଟାର୍ଗେଟ…
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ କବଜାରେ ରିସିକିଆ ପ୍ରେମିକ। ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ। ଅଭିଯୁକ୍ତ ହେଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ। ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ କରୁଥିଲା ଠକେଇ । ମାଟ୍ରିମୋନିଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ। କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ […]

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ କବଜାରେ ରିସିକିଆ ପ୍ରେମିକ। ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ। ଅଭିଯୁକ୍ତ ହେଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ। ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ କରୁଥିଲା ଠକେଇ ।
ମାଟ୍ରିମୋନିଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ। କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ କହୁଥିଲା। ମଧ୍ୟ ବୟସ୍କା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲା ବିରଞ୍ଚି ।
ଯେଉଁଥିରେ ଥିଲେ ଅବିବାହିତ, ଛାଡ଼ପତ୍ର, ବିଧବା ମହିଳା। ସେମାନଙ୍କୁ ମେଟ୍ରିମୋନିଆଲ ସାଇଡରେ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲା। ଏପରିକି ଯେଉ ମହିଳା ମାନଙ୍କର ପିଲା ଛୁଆ ଥିଲେ ସେମାନଙ୍କୁ ନିଜର କରିବାକୁ କହି ନିକଟତର ହେଉଥିଲା । ଯେଉଁମାନଙ୍କୁ ବିଭାହ ପ୍ରସ୍ତାବ ଦେଉଥିବା ସେମାନଙ୍କୁ ଚାକିରି ଦେବା ପାଇଁ ପ୍ରତିଶୃତି ଦେଉଥିଲା। ଅନେକ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲା। ବିବାହ ପରେ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ। ଆଉ କିଛି ମହିଳାଙ୍କୁ ଭିଡିଓ କଲରେ ଅଶ୍ଳୀଳ କଥା ହୋଇ ସ୍କ୍ରିନ ସଟ ରଖି ବ୍ଲାକମେଲ କରୁଥିଲା। ସେମାଙ୍କୁ ଟଙ୍କା, ସୁନା ଗହଣା ମାଗୁଥିଲା। ନଦେଲେ ସୋସିଆଲ ମଡ଼ିଆରେ ଭିଡ଼ିଓ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା।
୨୦୨୨ରେ ଏନେଇ କଟକର ଜଣେ ମହିଳା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ପ୍ରଭାକର ଶ୍ରୀ ବାସ୍ତବ। ନିଜକୁ TTI କହି ବିବାହ ନାଁରେ ଠକିଥିଲା। ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ୩୨ ଗ୍ରାମ ସୁନା ନେଇଥିଲା ଠକ।
କେବଳ ଓଡିଶା ନୁହେଁ ରାସଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଷ, ହରିଆଣା ଓ ଦିଲ୍ଲୀରେ ତା ନାଁରେ ମାମଲା ଥିବା ତଦନ୍ତରୁ ଜଣା ପଡିଛି। ଅଭିଯୁକ୍ତ ଠାରୁ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ, ଭିଡ଼ିଓ, ଫେକ ଆଇଡିକାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ।