କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ: ରାଷ୍ଟ୍ରପତି

ଭୁବନେଶ୍ୱର: ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ।  ଚାଷ କାମରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି। ଆହୁରି ମଧ୍ୟ କହିଛନ୍ତି, ଆମ ସଂସ୍କୃତି, ପରମ୍ପରା ଚାଷ ଉପରେ ଆଧାରିତ। ଚାଷୀ ଓ ଚାଷ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଚାଷରେ ବିକାଶର ବହୁତ ସୁଯୋଗ ଅଛି। ତେବେ ବର୍ତ୍ତମାନ ଜଳବାୟୁ ସାରା ବିଶ୍ଵ ପାଇଁ ଏକ […]

କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ: ରାଷ୍ଟ୍ରପତି
srgrgr

ଭୁବନେଶ୍ୱର: ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ।  ଚାଷ କାମରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି। ଆହୁରି ମଧ୍ୟ କହିଛନ୍ତି, ଆମ ସଂସ୍କୃତି, ପରମ୍ପରା ଚାଷ ଉପରେ ଆଧାରିତ। ଚାଷୀ ଓ ଚାଷ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଚାଷରେ ବିକାଶର ବହୁତ ସୁଯୋଗ ଅଛି। ତେବେ ବର୍ତ୍ତମାନ ଜଳବାୟୁ ସାରା ବିଶ୍ଵ ପାଇଁ ଏକ ବଡ଼ ଚ୍ଯାଲେଞ୍ଜ ସୃଷ୍ଟି କରିଛି। ଏହାର ସମାଧାନ କରାଯିବ ଜରୁରୀ। କୃଷି ଉତ୍ପାଦନରେ ଓୟୁଏଟି ପରି ଅନୁଷ୍ଠାନର ବଡ଼ ଅବଦାନ ଥିବା କହିଛନ୍ତି ରାଷ୍ଟ୍ରପତି। କୃଷି ଉତ୍ପାଦନ ବଜାୟ ରଖିବାକୁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ହେବା ଜରୁରୀ। ଏଥିପାଇଁ ଏଆଇ, ରିମୋଟ ସେନସିଂର ବ୍ୟବହାର କରିବାକୁ ରାଷ୍ଟ୍ରପତି ଆହ୍ଵାନ ଦେଇଛନ୍ତି।