ସନମ ତେରୀ କସମ-୨ ରେ ନଜର ଆସିବେ ପୁରୁଣା ଯୋଡ଼ି, ବଡ଼ ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ୨୦୧୬ରେ ମୁକ୍ତିଲାଭ କରିଥିବା ସନମ୍ ତେରୀ କସମ୍ ପୁନର୍ବାର ମୁକ୍ତିଲାଭ କରିବା ପରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍ ଏବଂ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ଅଛନ୍ତି। ଦ୍ୱିତୀୟଥର ମୁକ୍ତିଲାଭ ପରେ ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା। ଏବେ ନିର୍ମାତାମାନେ ଫିଲ୍ମର ସିକ୍ୱେଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ପ୍ରଯୋଜକ ଦୀପକ ମୁକୁଟ ୨୦୨୬ ମସିହାରେ ଫିଲ୍ମର ସିକ୍ୱେଲ୍ ରିଲିଜ୍ ହେବ ବୋଲି ନିଶ୍ଚିତ କରିଛନ୍ତି। ଏହି ଫିଲ୍ମରେ ହର୍ଷବର୍ଦ୍ଧନ […] The post ସନମ ତେରୀ କସମ-୨ ରେ ନଜର ଆସିବେ ପୁରୁଣା ଯୋଡ଼ି, ବଡ଼ ଖୁଲାସା କଲେ ଅଭିନେତ୍ରୀ appeared first on Dharitri Odia News.

ସନମ ତେରୀ କସମ-୨ ରେ ନଜର ଆସିବେ ପୁରୁଣା ଯୋଡ଼ି, ବଡ଼ ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ୨୦୧୬ରେ ମୁକ୍ତିଲାଭ କରିଥିବା ସନମ୍ ତେରୀ କସମ୍ ପୁନର୍ବାର ମୁକ୍ତିଲାଭ କରିବା ପରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍ ଏବଂ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ଅଛନ୍ତି। ଦ୍ୱିତୀୟଥର ମୁକ୍ତିଲାଭ ପରେ ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା। ଏବେ ନିର୍ମାତାମାନେ ଫିଲ୍ମର ସିକ୍ୱେଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ପ୍ରଯୋଜକ ଦୀପକ ମୁକୁଟ ୨୦୨୬ ମସିହାରେ ଫିଲ୍ମର ସିକ୍ୱେଲ୍ ରିଲିଜ୍ ହେବ ବୋଲି ନିଶ୍ଚିତ କରିଛନ୍ତି।

ଏହି ଫିଲ୍ମରେ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ନାୟକ ଭାବରେ ନଜର ଆସିବେ। ମାୱରା ହୋକାନ୍ ଫିଲ୍ମର ଅଂଶ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ହୋଇନାହିଁ। ତଥାପି, ନିକଟରେ ଅଭିନେତ୍ରୀ କହିଛନ୍ତି ଯେ ଫିଲ୍ମର ପ୍ରଯୋଜକମାନେ ଏହି ଫିଲ୍ମର ସିକ୍ୱେଲ୍ ପାଇଁ ତାଙ୍କୁ ଯୋଗାଯୋଗ କରିଥିଲେ।

ମାୱରା କ’ଣ ସନମ୍ ତେରୀ କସମ୍ ୨ କରିବେ?
ମିଡ୍-ଡେ ସହିତ କଥାବାର୍ତ୍ତାରେ ମାୱରା କହିଛନ୍ତି, ‘ପ୍ରଯୋଜକମାନେ ଦ୍ୱିତୀୟ ଭାଗ ପାଇଁ ମୋ ସହିତ ଯୋଗାଯୋଗ କରିଥିଲେ।’ ମୁଁ ଏପର୍ଯ୍ୟନ୍ତ କାହାଣୀ ପଢ଼ିନାହିଁ, ଏହା ମୋ ଇନବକ୍ସରେ ଅଛି।

କହି ରଖୁଛୁ ଯେ ପୂର୍ବରୁ ଏକ ସାକ୍ଷାତକାରରେ ମାୱରା ଫିଲ୍ମର ସିକ୍ୱେଲରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତଥାପି, ସେ ଏହା ମଧ୍ୟ କହିଥିଲେ ଯେ ଯଦି ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ଏହି ଭୂମିକା ମିଳେ ତେବେ ମଧ୍ୟ ସେ ଖୁସି ହେବେ।

ଉଲ୍ଲେଖଯୋଗ୍ୟ ସନମ ତେରୀ କସମ୍ ୭ ଫେବୃଆରୀ ୨୦୨୫ରେ ପୁନଃ ମୁକ୍ତିଲାଭ କରିଥିଲା। ସିନେମାକୁ ପ୍ରଶଂସକମାନେ ବହୁତ ଭଲ ପାଇବା ଦେଇଥିଲେ। ଏହି ଫିଲ୍ମଟି ଏପର୍ଯ୍ୟନ୍ତ ୫୦ କୋଟି ଟଙ୍କା ରୋଜଗାର କରିସାରିଛି। ଫିଲ୍ମର ଗୀତ ଏବଂ ରୋମାଣ୍ଟିକ କାହାଣୀ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଥିଲା। ହର୍ଷବର୍ଦ୍ଧନ ଏବଂ ମାୱରାଙ୍କ ମଧ୍ୟରେ କେମେଷ୍ଟ୍ରି ମଧ୍ୟ ଚର୍ଚ୍ଚାରେ ଥିଲା। ଏବେ ପ୍ରଶଂସକମାନେ ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଉତ୍ସାହିତ ଅଛନ୍ତି।

The post ସନମ ତେରୀ କସମ-୨ ରେ ନଜର ଆସିବେ ପୁରୁଣା ଯୋଡ଼ି, ବଡ଼ ଖୁଲାସା କଲେ ଅଭିନେତ୍ରୀ appeared first on Dharitri Odia News.