ମୁଁ ସାମୟିକ ବାସନ୍ଦାଦେଶ ଭୋଗ କରୁଛି: ରାବାଡା

ଜୋହାନ୍ସବର୍ଗ,୩ା୫: ମନୋରଞ୍ଜନ ଲାଗି ନେଇଥିବା ଔଷଧ କାରଣରୁ ବର୍ତ୍ତମାନ ସାମୟିକ ବାସନ୍ଦାଦେଶ ଭୋଗ କରୁଥିବା ବିଶ୍ୱର ପ୍ରିମିୟର ଫାଷ୍ଟ ବୋଲର କାଗିସୋ ରାବାଡା ଶନିବାର ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସର ଗତ ମାସରେ ଗୁଜରାଟ ଟାଇଟନ୍ସ ଲାଗି ଦୁଇଟି ମ୍ୟାଚ୍‌ ଖେଳିବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବଦେଶ ଫେରି ଯାଇଥିଲେ। ଆସନ୍ତା ୨୫ ତାରିଖରେ ୩୦ ବର୍ଷରେ ପାଦ ଦେବାକୁ ଯାଉଥିବା ରାବାଡା ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ସଙ୍କ ଆସୋସିଏଶନ (ଏସ୍‌ଏସିଏ) ଜରିଆରେ ଏକ ବିବୃତି […] The post ମୁଁ ସାମୟିକ ବାସନ୍ଦାଦେଶ ଭୋଗ କରୁଛି: ରାବାଡା appeared first on Dharitri Odia News.

ମୁଁ ସାମୟିକ ବାସନ୍ଦାଦେଶ ଭୋଗ କରୁଛି: ରାବାଡା

ଜୋହାନ୍ସବର୍ଗ,୩ା୫: ମନୋରଞ୍ଜନ ଲାଗି ନେଇଥିବା ଔଷଧ କାରଣରୁ ବର୍ତ୍ତମାନ ସାମୟିକ ବାସନ୍ଦାଦେଶ ଭୋଗ କରୁଥିବା ବିଶ୍ୱର ପ୍ରିମିୟର ଫାଷ୍ଟ ବୋଲର କାଗିସୋ ରାବାଡା ଶନିବାର ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସର ଗତ ମାସରେ ଗୁଜରାଟ ଟାଇଟନ୍ସ ଲାଗି ଦୁଇଟି ମ୍ୟାଚ୍‌ ଖେଳିବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବଦେଶ ଫେରି ଯାଇଥିଲେ। ଆସନ୍ତା ୨୫ ତାରିଖରେ ୩୦ ବର୍ଷରେ ପାଦ ଦେବାକୁ ଯାଉଥିବା ରାବାଡା ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ସଙ୍କ ଆସୋସିଏଶନ (ଏସ୍‌ଏସିଏ) ଜରିଆରେ ଏକ ବିବୃତି ଜାରି କରିଛନ୍ତି।

ମୁଁ ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ୍‌ରେ ଅଂଶଗ୍ରହଣ ନ କରି ଦକ୍ଷିଣ ଆଫ୍ରିକାକୁ ଫେରି ଆସିଥିଲି। ମନୋରଞ୍ଜନ ଲାଗି ଔଷଧ ବ୍ୟବହାର ଯୋଗୁ ମୋ ଡୋପ ନମୁନାରେ ନିଷିଦ୍ଧ ଔଷଧ ଠାବ ହୋଇଛି। ମୁଁ ଏବେ ସାମୟିକ ବାସନ୍ଦାଦେଶ ଭୋଗ କରୁଛି। ମୁଁ କ୍ରିକେଟକୁ ଫେରିବା ଲାଗି ଉତ୍ସାହିତ ଅଛି ବୋଲି ରାବାଡା କହିଛନ୍ତି। ତେବେ ଏହି ବିବୃତିରେ ସେ କେଉଁଭଳି ମନୋରଞ୍ଜନକାରୀ ଔଷଧ ଗ୍ରହଣ କରିଥିଲେ ଏବଂ ପ୍ରତିଯୋଗିତା ବେଳେ (ଆଇସି) ନା ପ୍ରତିଯୋଗିତାରେ ଖେଳୁ ନ ଥିବାବେଳେ (ଓଓସି) ତାଙ୍କର ଡୋପ ପରୀକ୍ଷା କରାଯାଇଥିଲା, ସେ ସମ୍ପର୍କରେ କିଛି ପ୍ରକାଶ କରାଯାଇ ନାହିଁ।

The post ମୁଁ ସାମୟିକ ବାସନ୍ଦାଦେଶ ଭୋଗ କରୁଛି: ରାବାଡା appeared first on Dharitri Odia News.