୨୨୩ କୋଟିର ଚାକିରି ଲାଗି ଏହି ଭେଟେରାନଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ପତ୍ନୀ, ହରାଇବେ ଅଧା ସମ୍ପତ୍ତି…
ନୂଆଦିଲ୍ଲୀ,୨୧।୧: ପୂର୍ବତନ ଖେଳାଳି ତଥା ଲୋକପ୍ରିୟ ଫୁଟବଲ ମ୍ୟାନେଜର୍ ପେପ୍ ଗାର୍ଡିଓଲା ତାଙ୍କ ପତ୍ନୀ କ୍ରିଷ୍ଟିନା ସାରାଙ୍କୁ ଛାଡ଼ପତ୍ର ଦେବେ। ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିଷ୍ଟିନା ଏବଂ ଗାର୍ଡିଓଲା ପ୍ରଥମ ଥର ପାଇଁ ୧୯୯୪ ମସିହାରେ ଭେଟ ହୋଇଥିଲେ। ସେବେଠାରୁ ଦୁହେଁ ଏକାଠି ଅଛନ୍ତି। ଏହି ଦମ୍ପତି ୨୦୧୪ ମସିହାରେ ବିବାହ କରିଥିଲେ। ଏହାପରଠାରୁ ଗାର୍ଡିଓଲା ତାଙ୍କ କ୍ୟାରିୟରରେ ସବୁବେଳେ ବ୍ୟସ୍ତ ରହିବାରୁ ଏହି ଛାଡପତ୍ର ହେବାକୁ ଯାଉଥିବା କୁହାଯାଉଛି। ଗତ ପାଞ୍ଚ […] The post ୨୨୩ କୋଟିର ଚାକିରି ଲାଗି ଏହି ଭେଟେରାନଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ପତ୍ନୀ, ହରାଇବେ ଅଧା ସମ୍ପତ୍ତି… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧: ପୂର୍ବତନ ଖେଳାଳି ତଥା ଲୋକପ୍ରିୟ ଫୁଟବଲ ମ୍ୟାନେଜର୍ ପେପ୍ ଗାର୍ଡିଓଲା ତାଙ୍କ ପତ୍ନୀ କ୍ରିଷ୍ଟିନା ସାରାଙ୍କୁ ଛାଡ଼ପତ୍ର ଦେବେ। ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିଷ୍ଟିନା ଏବଂ ଗାର୍ଡିଓଲା ପ୍ରଥମ ଥର ପାଇଁ ୧୯୯୪ ମସିହାରେ ଭେଟ ହୋଇଥିଲେ। ସେବେଠାରୁ ଦୁହେଁ ଏକାଠି ଅଛନ୍ତି। ଏହି ଦମ୍ପତି ୨୦୧୪ ମସିହାରେ ବିବାହ କରିଥିଲେ। ଏହାପରଠାରୁ ଗାର୍ଡିଓଲା ତାଙ୍କ କ୍ୟାରିୟରରେ ସବୁବେଳେ ବ୍ୟସ୍ତ ରହିବାରୁ ଏହି ଛାଡପତ୍ର ହେବାକୁ ଯାଉଥିବା କୁହାଯାଉଛି।
ଗତ ପାଞ୍ଚ ବର୍ଷ ଧରି ଗାର୍ଡିଓଲା ବିଭିନ୍ନ ଦେଶରେ ତାଙ୍କର ପ୍ରତିଶ୍ରୁତିବଦ୍ଧତାରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ପ୍ରିମିୟର ଲିଗ ଚାମ୍ପିଅନମାନଙ୍କ ସହିତ ୨୦୨୭ ପର୍ଯ୍ୟନ୍ତ ଏକ କ୍ଲବ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହା ପରେ ପତ୍ନୀଙ୍କ ସହ ତାଙ୍କର ସମ୍ପର୍କ ଆହୁରି ଖରାପ ହୋଇଛି। ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗାର୍ଡିଓଲା ଏବଂ କ୍ରିଷ୍ଟିନାଙ୍କ ଛାଡପତ୍ର ଚୂଡ଼ାନ୍ତ ହୋଇଛି। ଫଳରେ ଗାର୍ଡିଓଲାଙ୍କୁ ତାଙ୍କ ପତ୍ନୀ କ୍ରିଷ୍ଟିନାଙ୍କୁ କୋଟି କୋଟି ଟଙ୍କା ଭରଣପୋଷଣ ଦେବାକୁ ପଡ଼ିପାରେ। ମାଞ୍ଚେଷ୍ଟର ସିଟି କ୍ଲବ ପ୍ରତିବର୍ଷ ଗାର୍ଡିଓଲାଙ୍କୁ ୨୨୩ କୋଟି ଟଙ୍କାରୁ ଅଧିକ ଦେଉଛି।
୧୯୯୪ ମସିହାରେ ଯେତେବେଳେ ପେପ ଏବଂ କ୍ରିଷ୍ଟିନା ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ, ସେତେବେଳେ ଗାର୍ଡିଓଲା ଜଣେ ବାର୍ସିଲୋନା ଖେଳାଳି ଥିଲେ। ଏହା ପରେ ଦୁହେଁ ପରସ୍ପର ସହିତ ଲିଭ୍ଇନ୍ରେ ରହିଥିଲେ। ଏହି ସମୟ ମଧ୍ୟରେ ଦୁହେଁ ତିନୋଟି ସନ୍ତାନର ପିତାମାତା ହୋଇଥିଲେ। ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି: ମାରିଆ (୨୪ ବର୍ଷ), ମାରିଅସ (୨୨ ବର୍ଷ) ଏବଂ ଭାଲେଣ୍ଟିନା (୧୭ ବର୍ଷ)। ତିନିଟି ସନ୍ତାନର ପିତାମାତା ହେବା ଏବଂ ୨୦ ବର୍ଷ ଧରି ଏକାଠି ରହିବା ପରେ ଗାର୍ଡିଓଲା ଏବଂ କ୍ରିଷ୍ଟିନା ୨୦୧୪ରେ ବିବାହ କରିଥିଲେ। କିନ୍ତୁ ୨୦୧୯ରେ କ୍ରିଷ୍ଟିନା ତାଙ୍କ ପିଲାମାନଙ୍କ ସହିତ ସ୍ପେନର ବାର୍ସିଲୋନାରେ ରହିବାକୁ ଆସିଥିଲେ। ପ୍ରିମିୟର ଲିଗ ଫୁଟବଲ କ୍ଲବ ମାଞ୍ଚେଷ୍ଟର ସିଟିର ପ୍ରଶିକ୍ଷକ ହେବା ପାଇଁ ପେପ ମାଞ୍ଚେଷ୍ଟରରେ ରହିଥିଲେ।
ଛାଡପତ୍ର ଯୋଗୁ ଗାର୍ଡିଓଲାଙ୍କୁ ତାଙ୍କ ସମ୍ପତ୍ତିର ଅଧା ଦେବାକୁ ପଡ଼ିପାରେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତି ୬୦ ନିୟୁତ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୫୧୯ କୋଟି ଟଙ୍କା)। କ୍ରିଷ୍ଟିନା ସେରାଙ୍କୁ ତାଙ୍କ ସମ୍ପତ୍ତିର ଅଧା ଗାର୍ଡିଓଲାଙ୍କୁ ଭରଣପୋଷଣ ଭାବରେ ଦେବାକୁ ପଡ଼ିପାରେ। କେବଳ ଏତିକି ନୁହେଁ, ଗାର୍ଡିଓଲାଙ୍କୁ ତାଙ୍କର କୋଟି କୋଟି ଟଙ୍କାର ଘର ମଧ୍ୟ ସେରାକୁ ଦେବାକୁ ପଡିବ। ତଥାପି, ଛାଡପତ୍ର ପରେ ପିଲାମାନଙ୍କର ହେପାଜତ କିଏ ପାଇବ ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ଉପଲବ୍ଧ ନାହିଁ।
The post ୨୨୩ କୋଟିର ଚାକିରି ଲାଗି ଏହି ଭେଟେରାନଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ପତ୍ନୀ, ହରାଇବେ ଅଧା ସମ୍ପତ୍ତି… appeared first on Dharitri Odia News.