ବିଜେଡି ହାରିବାରୁ ୪ କି.ମି. ଗଡ଼ିଲେ

ନୟାଗଡ଼/ରଣପୁର,୮ା୬(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ମହାପ୍ରଭୁ ଶ୍ରୀଜଗନ୍ନାଥ ମାନସିକ ପୂରଣ କରି ବିଜେଡିକୁ ଓଡ଼ିଶାରେ ପରାଜିତ କରିବା ପରେ ଡହ ଡହ ଖରାରେ ୪ କିମି ରାସ୍ତାରେ ଗଡ଼ି ଗଡ଼ି ଜଣେ ଯୁବକ ଯାଇଛନ୍ତି। ଏଭଳି ଘଟଣା ନୟାଗଡ଼ ଜିଲା ରଣପୁର ଏନ୍‌ଏସିରେ ଶୁକ୍ରବାର ଚର୍ଚ୍ଚାର ବିଷୟ ପାଲଟିଛି। ରଣପୁର ଏନ୍‌ଏସି ୨ ନମ୍ବର ୱାର୍ଡ ସାନଗଡ଼ ଭିତରସାହିର କେତନ ପ୍ରଧାନଙ୍କ ପୁଅ ତ୍ରିନାଥ (୩୪) ରଣପୁରର ଜଗନ୍ନାଥଙ୍କ ନିକଟରେ ମନାସିଥିଲେ ବିଜେଡ ପରାସ୍ତ ହେଲେ ଘରଠାରୁ […] The post ବିଜେଡି ହାରିବାରୁ ୪ କି.ମି. ଗଡ଼ିଲେ appeared first on Dharitri Odia News.

ବିଜେଡି ହାରିବାରୁ ୪ କି.ମି. ଗଡ଼ିଲେ

ନୟାଗଡ଼/ରଣପୁର,୮ା୬(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ମହାପ୍ରଭୁ ଶ୍ରୀଜଗନ୍ନାଥ ମାନସିକ ପୂରଣ କରି ବିଜେଡିକୁ ଓଡ଼ିଶାରେ ପରାଜିତ କରିବା ପରେ ଡହ ଡହ ଖରାରେ ୪ କିମି ରାସ୍ତାରେ ଗଡ଼ି ଗଡ଼ି ଜଣେ ଯୁବକ ଯାଇଛନ୍ତି। ଏଭଳି ଘଟଣା ନୟାଗଡ଼ ଜିଲା ରଣପୁର ଏନ୍‌ଏସିରେ ଶୁକ୍ରବାର ଚର୍ଚ୍ଚାର ବିଷୟ ପାଲଟିଛି। ରଣପୁର ଏନ୍‌ଏସି ୨ ନମ୍ବର ୱାର୍ଡ ସାନଗଡ଼ ଭିତରସାହିର କେତନ ପ୍ରଧାନଙ୍କ ପୁଅ ତ୍ରିନାଥ (୩୪) ରଣପୁରର ଜଗନ୍ନାଥଙ୍କ ନିକଟରେ ମନାସିଥିଲେ ବିଜେଡ ପରାସ୍ତ ହେଲେ ଘରଠାରୁ ମନ୍ଦିର ପର୍ଯ୍ୟନ୍ତ ଖରାରେ ଗଡ଼ି ଗଡ଼ି ଯିବେ। ମାନସିକ ପୂରଣ ପରେ ଶୁକ୍ରବାର ନିଜ ଘରଠାରୁ ୪ କିମି ରାସ୍ତାରେ ରଣପୁର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ତ୍ରିନାଥ ଗଡ଼ି ଗଡ଼ି ଯାଇଥିଲେ। ଠାକୁରଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ୪ କିମି ରାସ୍ତା ଯିବାକୁ ତାଙ୍କୁ ୫ ଘଣ୍ଟା ଲାଗିଥିଲା। ଏହି ସମୟରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ ଉପସ୍ଥିତ ଥିଲେ। ତ୍ରିନାଥ କହିଛନ୍ତି, ମାନସିକ ପୂରଣ ହୋଇଥିବାରୁ ଏଭଳି କରିଛନ୍ତି। ସେ ଜଣେ ଗରିବ ଶ୍ରେଣୀର ଲୋକ। ସ୍ଥାନୀୟ ବିଜେଡିର ନେତା, କର୍ମୀ ତାଙ୍କୁ ଓ ତାଙ୍କ ପରିବାରକୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। ତାଙ୍କ ପରି ଗରିବଙ୍କୁ ସବୁ ସରକାରୀ ଯୋଜନାରୁ ବଞ୍ଚିତ କରାଉଥିଲେ। ଏପରି କି ନିର୍ଯାତନା ଦେଇ ଗଁାରେ ବାସନ୍ଦ କରାଇ ଏକଘରିଆ କରି ରଖିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଖବରପାଇ ରଣପୁର ଭାଜପା ନେତ୍ରୀ ସୁରମା ପାଢ଼ୀ ତାଙ୍କ ଘରକୁ ଯାଇ ସେତେବେଳେ ସହଯୋଗର ହାତ ବଢାଇଥିଲେ। ପରେ ତ୍ରିନାଥ ମାନସିକ କରିଥିଲେ କି, ବିଜେଡି ସରକାର ହଟି ରାଜ୍ୟରେ ଭାଜପା ସରକାର ଆସିଲେ ଗଡ଼ି ଗଡ଼ି ରଣପୁର ଜଗନ୍ନାଥ ମନ୍ଦିରକୁ ଯିବେ, ଯାହାକି ପୂରଣ ହୋଇଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି।

The post ବିଜେଡି ହାରିବାରୁ ୪ କି.ମି. ଗଡ଼ିଲେ appeared first on Dharitri Odia News.