କଣ୍ଟାବାଞ୍ଜିରେ ଭାଜପାକୁ ଝଟ୍‌କା, କୋର୍ଟ ଦେଇଦେଲେ ବଡ଼ ରାୟ

ବଲାଙ୍ଗୀର,୮।୧୦: କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ରୁଜୁ ନିର୍ବାଚନୀ ଅନିୟମିତତା ମାମଲାରେ ସେ ଉତ୍ତର ଦାଖଲର ଶେଷ ସୁଯୋଗ ହରାଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ୩ ଥର ନୋଟିସ୍‌ ପରେ ବି ନୋଟିସ ଗ୍ରହଣ କଲେ ନାହିଁ କି କୋର୍ଟରେ ହାଜର ହୋଇ ଉତ୍ତର ରଖିନାହାନ୍ତି। ଏହାଦ୍ୱାରା ଆଗକୁ କେବଳ ଆବେଦନକାରୀଙ୍କ ତଥ୍ୟ ଉପରେ ମାମଲାର ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି। […] The post କଣ୍ଟାବାଞ୍ଜିରେ ଭାଜପାକୁ ଝଟ୍‌କା, କୋର୍ଟ ଦେଇଦେଲେ ବଡ଼ ରାୟ appeared first on Dharitri Odia News.

କଣ୍ଟାବାଞ୍ଜିରେ ଭାଜପାକୁ ଝଟ୍‌କା, କୋର୍ଟ ଦେଇଦେଲେ ବଡ଼ ରାୟ

ବଲାଙ୍ଗୀର,୮।୧୦: କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ରୁଜୁ ନିର୍ବାଚନୀ ଅନିୟମିତତା ମାମଲାରେ ସେ ଉତ୍ତର ଦାଖଲର ଶେଷ ସୁଯୋଗ ହରାଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ୩ ଥର ନୋଟିସ୍‌ ପରେ ବି ନୋଟିସ ଗ୍ରହଣ କଲେ ନାହିଁ କି କୋର୍ଟରେ ହାଜର ହୋଇ ଉତ୍ତର ରଖିନାହାନ୍ତି। ଏହାଦ୍ୱାରା ଆଗକୁ କେବଳ ଆବେଦନକାରୀଙ୍କ ତଥ୍ୟ ଉପରେ ମାମଲାର ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି। ଆସନ୍ତା ନଭେମ୍ବର ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ହରାଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସ୍ଥାନୀୟ ଭୋଟର ଗିରିରାଜ ସିଂ ମାଝି ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଲକ୍ଷ୍ମଣ ବାଗ ପ୍ରାର୍ଥତ୍ପତ୍ର ଦାଖଲବେଳେ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏଭଳି ଅନିୟମିତତା ଯୋଗୁ ତାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।

The post କଣ୍ଟାବାଞ୍ଜିରେ ଭାଜପାକୁ ଝଟ୍‌କା, କୋର୍ଟ ଦେଇଦେଲେ ବଡ଼ ରାୟ appeared first on Dharitri Odia News.