ଥରାଉଛି ଶୀତ, ଆହୁରି ଖସିବ ତାପମାତ୍ରା

ଭୁବନେଶ୍ୱର,୨ା୧: ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାରଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ କୁହୁଡ଼ି ନେଇ ସତର୍କ କରିଛି ପାଣିପାଗ ବିଭାଗ। ଚଳିତ […] The post ଥରାଉଛି ଶୀତ, ଆହୁରି ଖସିବ ତାପମାତ୍ରା appeared first on Dharitri Odia News.

ଥରାଉଛି ଶୀତ, ଆହୁରି ଖସିବ ତାପମାତ୍ରା

ଭୁବନେଶ୍ୱର,୨ା୧: ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାରଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ।

ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ କୁହୁଡ଼ି ନେଇ ସତର୍କ କରିଛି ପାଣିପାଗ ବିଭାଗ।

ଚଳିତ ବର୍ଷ ଡିସେମ୍ବରରେ କେବଳ ୧୦ ଦିନ ଶୀତ ଅନୁଭୂତ ହୋଇଛି। ଶୀତଋତୁରେ କେତେବେଳେ ଟାଣ ଖରା ହେଉଛି ତ ଆଉ କେତେବେଳେ ବର୍ଷା। ଏପରି ପାଣିପାଗ ଭିତରେ ଶୀତ ଉଭାନ ହୋଇଯାଇଥିଲା। ନୂଆବର୍ଷଠାରୁ ରାଜ୍ୟକୁ ଶୀତ ଫେରିଛି।

The post ଥରାଉଛି ଶୀତ, ଆହୁରି ଖସିବ ତାପମାତ୍ରା appeared first on Dharitri Odia News.