ପାଣି ପାଇଁ ତାତିଲେ ମହିଳା: ଗରା, ବାଲଟି ରଖି ବନ୍ଦକଲେ ରାସ୍ତା

ପାଟଣା,୬।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ବୁଧବାର ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି ମହିଳାମାନେ ରାସ୍ତା ଉପରେ ଗରା, ବାଲଟି ରଖି ପାଟଣା ଚମ୍ପୁଆ ରାସ୍ତାକୁ ମୁରୁସୁଆଁ ପଞ୍ଚାୟତ ନିକଟରେ ଅବରୋଧ କରିଛନ୍ତି । ଅଭିଯୋଗ ଅନୁଯାୟୀ ବସୁଧା ଯୋଜନାରେ ଗାଁକୁ ଜଳ ଯୋଗାଣ ହେଉଥିବା ବେଳେ ଦୀର୍ଘ ଦିନହେବ ମଟର […] The post ପାଣି ପାଇଁ ତାତିଲେ ମହିଳା: ଗରା, ବାଲଟି ରଖି ବନ୍ଦକଲେ ରାସ୍ତା appeared first on Dharitri Odia News.

ପାଣି ପାଇଁ ତାତିଲେ ମହିଳା: ଗରା, ବାଲଟି ରଖି ବନ୍ଦକଲେ ରାସ୍ତା

ପାଟଣା,୬।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ବୁଧବାର ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି ମହିଳାମାନେ ରାସ୍ତା ଉପରେ ଗରା, ବାଲଟି ରଖି ପାଟଣା ଚମ୍ପୁଆ ରାସ୍ତାକୁ ମୁରୁସୁଆଁ ପଞ୍ଚାୟତ ନିକଟରେ ଅବରୋଧ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ବସୁଧା ଯୋଜନାରେ ଗାଁକୁ ଜଳ ଯୋଗାଣ ହେଉଥିବା ବେଳେ ଦୀର୍ଘ ଦିନହେବ ମଟର ଖରାପ ଯୋଗୁ ମୁରୁସୁଆଁ ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଗ୍ରାମରେ ଥିବା ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନ ଥିବାରୁ ଗ୍ରାମରେ ବସବାସ କରୁଥିବା ୭ଶହରୁ ଊର୍ଦ୍ଧ୍ୱ ଲୋକେ ପାଣିପାଇଁ ଡହଳବିକଳ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ କତ୍ତୃପକ୍ଷଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ବୁଧବାର ତୁରନ୍ତ ପାନୀୟ ଜଳ ଯୋଗାଣ ଦାବିରେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉକ୍ତ ରାସ୍ତାରେ ଗାଡିମୋଟର ଚଳାଚଳ ବ୍ୟାହତ ହୋଇଛି।

The post ପାଣି ପାଇଁ ତାତିଲେ ମହିଳା: ଗରା, ବାଲଟି ରଖି ବନ୍ଦକଲେ ରାସ୍ତା appeared first on Dharitri Odia News.