ସିଟ୍‌ ଶେୟାରିଂ ପୂର୍ବରୁ ଉଦ୍ଧବଙ୍କୁ ଝଟ୍‌କା, ଦଳ ଛାଡ଼ିଲେ ଏହି ନେତା

ଜ୍ଞାନେଶ୍ୱର (ମୌଲି ଆବା) କାଟକେ ଉଦ୍ଧବଙ୍କ ଦଳରୁ ଇସ୍ତଫା ଦେଇଛନ୍ତି। ଭୋଟିଂର କିଛି ଦିନ ପୂର୍ବରୁ ହିଁ ସେ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଛନ୍ତି।

ସିଟ୍‌ ଶେୟାରିଂ ପୂର୍ବରୁ ଉଦ୍ଧବଙ୍କୁ ଝଟ୍‌କା, ଦଳ ଛାଡ଼ିଲେ ଏହି ନେତା

ଆଉ ଦିନ କେଇଟା ପରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍‌। ତେବେ ନିର୍ବାଚନ ପାଖେଇ ଆସୁଥିଲେ ସୁଦ୍ଧା ଛିଣ୍ଡିନି ଆସନ ଅଙ୍କ। ମହାରାଷ୍ଟ୍ର ମହାବିକାଶ ଅଘାଡ଼ି ଭିତରେ ସିଟ୍‌ ଶେୟାରିଂକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ଶିବସେନା (ୟୁବିଟି), କଂଗ୍ରେସ ଏବଂ ଏନସିପି (ଏସପି) ମଧ୍ୟରେ ଏହାକୁ ନେଇ ଘନ ଘନ ବୈଠକ ଚାଲିଛି।

ଏହାରି ଭିତରେ ଉଦ୍ଧବ ଠାକରେଙ୍କ ଶିବସେନାକୁ ଲାଗିଛି ବଡ଼ ଝଟ୍‌କା। ଜ୍ଞାନେଶ୍ୱର (ମୌଲି ଆବା) କାଟକେ ଉଦ୍ଧବଙ୍କ ଦଳରୁ ଇସ୍ତଫା ଦେଇଛନ୍ତି। ଭୋଟିଂର କିଛି ଦିନ ପୂର୍ବରୁ ହିଁ ସେ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଛନ୍ତି।

ମହାରାଷ୍ଟ୍ରରେ ସିଟ୍‌ ବଣ୍ଟନକୁ ନେଇ ମହାବିକାଶ ଅଘାଡ଼ିରେ ଚିନ୍ତା ବଢ଼ିବାରେ ଲାଗିଛି। ମିଟିଂ ଉପରେ ମିଟିଂ ହେଉଛି କିନ୍ତୁ କୌଣସି ସମାଧାନ ବାହାରୁ ନାହିଁ। ଏହାରି ଭିତରେ ଉଦ୍ଧବ ଠାକରେ ରାହୁଲ ଗାନ୍ଧିଙ୍କ ସମସ୍ୟାକୁ ବଢ଼ାଇ ଦେଇଛନ୍ତି।

କଂଗ୍ରେସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦିଆଯାଇଛି, ଆସନ ସ୍ଥିର କରନ୍ତୁ ନଚେତ୍ ଆମେ ସୋମବାର ଏହି ତାଲିକା ପ୍ରକାଶ କରିଦେବୁ ବୋଲି କୁହାଯାଇଛି। ୨୪ ଘଣ୍ଟା ଭିତରେ ମହାବିକାଶ ଆଘାଡ଼ି ଚାରୋଟି ବୈଠକ କରିସାରିଲାଣି। ସେପଟେ ଆଦିତ୍ୟ ଠାକରେ ମୁମ୍ବାଇରେ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହା ସହିତ ସଞ୍ଜୟ ରାଉତ ମଧ୍ୟ ଶାରଦ ପାୱାରଙ୍କୁ ଭେଟିଛନ୍ତି।