ସ୍କୁଲ୍‌ରୁ ଚୋରି ହୋଇଗଲା ଚାଉଳ ଓ ସ୍ମାର୍ଟ ଟିଭି

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଉପରେ ନଜର ପକାଇଛନ୍ତି ଚୋର। ତାଲା ଭାଙ୍ଗି ଚାଉଳ ଓ ସ୍ମାର୍ଟ ଟିଭି ନେଇଯାଇଛନ୍ତି ଚୋର।

ସ୍କୁଲ୍‌ରୁ ଚୋରି ହୋଇଗଲା ଚାଉଳ ଓ ସ୍ମାର୍ଟ ଟିଭି

ଚୋରି ହୋଗଇଗଲା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ (ଏମଡିଏମ) ଚାଉଳ। ତା’ ସହିତ ସ୍ମାର୍ଟ ଟିଭିକୁ ନେଇଗଲେ ଚୋର। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ।

ସୋମବାର (ଗତକାଲି) ରାତିରେ ଲୋଇସିଂହା ଥାନା ସାନଟିକା ପ୍ରାଥମିକ ବିଦ୍ୟାଳୟରୁ ଏମ୍‌ଡିଏମ୍‌ ଚାଉଳ ଓ ସ୍ମାର୍ଟ ଟିଭି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ସ୍କୁଲର ଅଫିସ୍ ଏବଂ ଗୋଦାମ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ ଚୋର। ସ୍କୁଲ ଭିତରେ ଥିବା ନଅ ବସ୍ତା ଏମଡିଏମ ଚାଉଳ, ସ୍ମାର୍ଟ ଟିଭି ଓ ଏକ ପ୍ରେସର କୁକୁର ଚୋରି କରି ନେଇଛନ୍ତି ଚୋର।

ଆଜି ସକାଳେ ସ୍କୁଲର ଖୋଲିବା ସମୟରେ ଚୋରି ସମ୍ପର୍କରେ ଜାଣି ଲୋଇସିଂହା ପୁଲିସକୁ ଖବର ଦେଇଥିଲେ ପ୍ରଧାନ ଶିକ୍ଷକ ଖେଡୁ ମେହେର। ଖବର ପାଇ ଲୋଇସିଂହା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଚୋରକୁ ଧରିବା ପାଇଁ ଛାନଭିନ ଚଳାଇଛି ପୁଲିସ୍‌।