ଗଣେଶ ପୂଜାରେ ଘରେ ତିଆରି କରନ୍ତୁ ମିଠା ପୁରି
ଏହାକୁ ଆପଣ ଯେକୌଣସି ତରକାରୀ ସହ ଖାଇପାରିବେ।
ଆବଶ୍ୟକ ସାମଗ୍ରୀ: କ୍ଷୀର, ଘିଅ, ମଇଦା, ଗ୍ରାଇଣ୍ଡିଂ ହୋଇଥିବା ଚିନି, ତେଲ, ଗ୍ରାଇଣ୍ଡିଂ ହୋଇଥିବା ନଡ଼ିଆ, ଗୁଜରାତି ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା ନିଅନ୍ତୁ। ସେଥିରେ ଗ୍ରାଇଣ୍ଡିଂ ହୋଇଥିବା ଚିନି, ଗ୍ରାଇଣ୍ଡି ହୋଇଥିବା ନଡ଼ିଆ, ଗୁଜରାତି ଗୁଣ୍ଡ ଓ ଘିଅ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ଏଥିରେ କ୍ଷୀର ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଚକଟା ହୋଇଥିବା ମଇଦାକୁ କିଛି ସମୟ ପାଇଁ ଘୋଡ଼ାଇ ରଖି ଦିଅନ୍ତୁ। ପରେ ମଇଦାକୁ ବାହାର କରି ଛୋଟ ଛୋଟ ଗୋଳା କରନ୍ତୁ। ଏହାପରେ ତାକୁ ପୁରି ସାଇଜରେ ବେଲନ୍ତୁ।
କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ବେଲା ହୋଇଥିବା ପୁରିକୁ ପକାଇ ଛାଣନ୍ତୁ। ପୁରି ଟିକେ ଫିକା ନାଲି ରଙ୍ଗରେ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏହା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିଠା ପୁରି। ଏହାକୁ ଆପଣ ଯେକୌଣସି ତରକାରୀ ସହ ଖାଇପାରିବେ।