ବଜ୍ରପାତ ନେଲା ୩ ଜୀବନ, ୨ ଗୁରୁତର

ପଦ୍ମପୁର : ପଦ୍ମପୁର ଥାନା ଅନ୍ତର୍ଗତ ଦୁଆନଡିହ ଗାଁ ରେ ବଜ୍ରପାତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ସେହି ଗ୍ରାମର ୫ ଜଣ ବ୍ୟକ୍ତି ଗାଁ ମୁଣ୍ଡରେ ଥିବା ବରଗଛ ମୂଳେ ଆଶ୍ରୟ ନେଇଥିଲେ । କିନ୍ତୁ ହଠାତ ବଜ୍ରପାତ ଯୋଗୁଁ ତାଙ୍କ ଭିତରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଧନୁର୍ଜ୍ୟ ନାଏକ, ସୁଖଦେବ ବଂଛୋର, ନିରୋଜ କୁମ୍ଭାରଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର […] The post ବଜ୍ରପାତ ନେଲା ୩ ଜୀବନ, ୨ ଗୁରୁତର appeared first on KNews Odisha.

ବଜ୍ରପାତ ନେଲା ୩ ଜୀବନ, ୨ ଗୁରୁତର
lightning-death-odisha-e1625021594247

ପଦ୍ମପୁର : ପଦ୍ମପୁର ଥାନା ଅନ୍ତର୍ଗତ ଦୁଆନଡିହ ଗାଁ ରେ ବଜ୍ରପାତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ସେହି ଗ୍ରାମର ୫ ଜଣ ବ୍ୟକ୍ତି ଗାଁ ମୁଣ୍ଡରେ ଥିବା ବରଗଛ ମୂଳେ ଆଶ୍ରୟ ନେଇଥିଲେ । କିନ୍ତୁ ହଠାତ ବଜ୍ରପାତ ଯୋଗୁଁ ତାଙ୍କ ଭିତରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଧନୁର୍ଜ୍ୟ ନାଏକ, ସୁଖଦେବ ବଂଛୋର, ନିରୋଜ କୁମ୍ଭାରଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି ଏବଂ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ସହ କିଛି ସମୟ ଭିତରେ ସୁଧାର ନହେଲେ ବୁର୍ଲା ପଠାଯିବ ବୋଲି ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତି ମାନେ ହେଲେ ଧନୁର୍ଜ୍ୟ ନାୟକ(୪୫), ଶୁକଦେବ ବନଛୋର (୫୮) ଏବଂ ନିରୋଜ କୁମ୍ଭାର (୨୫) । ଏନେଇ ଦୁଇ ଗୁରୁତରଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

The post ବଜ୍ରପାତ ନେଲା ୩ ଜୀବନ, ୨ ଗୁରୁତର appeared first on KNews Odisha.