୧୦ ହଜାର ଟଙ୍କାରେ ରହିଛି ଏହି ୫ଟି ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ ମଡେଲ୍ ଏବଂ ପ୍ରାଇସ୍

ବର୍ତ୍ତମାନ ଚାଲିଛି 5G ସ୍ମାର୍ଟଫୋନର ଯୁଗ । ବଜାରରେ ପ୍ରତ୍ୟେକ ବଜେଟର 5G ସ୍ମାର୍ଟଫୋନ ମଧ୍ୟ ଉପଲବ୍ଧ । ଯଦିଓ ଆପଣଙ୍କ ବଜେଟ୍ କମ୍ ଥାଏ, ତଥାପି ଆପଣ ଏକ 5G ସ୍ମାର୍ଟଫୋନ କିଣିପାରିବେ । ଆପଣ ବଜାରରେ Samsung, Poco, Motorola, IQ ଏବଂ Redmi ଭଳି ବ୍ରାଣ୍ଡର ସ୍ମାର୍ଟଫୋନ ମଧ୍ୟ କିଣିପାରିବେ । କମ୍ ବଜେଟରେ ଏହି ସ୍ମାର୍ଟଫୋନଗୁଡ଼ିକ ପାୱାରଫୁଲ୍ ବ୍ୟାଟେରୀ, ଫିଚର୍ସ ଏବଂ କ୍ୟାମେରା ସହିତ ଉପଲବ୍ଧ । ତେବେ ଆସନ୍ତୁ, ଏଠାରେ […] The post ୧୦ ହଜାର ଟଙ୍କାରେ ରହିଛି ଏହି ୫ଟି ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ ମଡେଲ୍ ଏବଂ ପ୍ରାଇସ୍ appeared first on KNews Odisha.

୧୦ ହଜାର ଟଙ୍କାରେ ରହିଛି ଏହି ୫ଟି ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ ମଡେଲ୍ ଏବଂ ପ୍ରାଇସ୍
5g smartphone

ବର୍ତ୍ତମାନ ଚାଲିଛି 5G ସ୍ମାର୍ଟଫୋନର ଯୁଗ । ବଜାରରେ ପ୍ରତ୍ୟେକ ବଜେଟର 5G ସ୍ମାର୍ଟଫୋନ ମଧ୍ୟ ଉପଲବ୍ଧ । ଯଦିଓ ଆପଣଙ୍କ ବଜେଟ୍ କମ୍ ଥାଏ, ତଥାପି ଆପଣ ଏକ 5G ସ୍ମାର୍ଟଫୋନ କିଣିପାରିବେ । ଆପଣ ବଜାରରେ Samsung, Poco, Motorola, IQ ଏବଂ Redmi ଭଳି ବ୍ରାଣ୍ଡର ସ୍ମାର୍ଟଫୋନ ମଧ୍ୟ କିଣିପାରିବେ । କମ୍ ବଜେଟରେ ଏହି ସ୍ମାର୍ଟଫୋନଗୁଡ଼ିକ ପାୱାରଫୁଲ୍ ବ୍ୟାଟେରୀ, ଫିଚର୍ସ ଏବଂ କ୍ୟାମେରା ସହିତ ଉପଲବ୍ଧ । ତେବେ ଆସନ୍ତୁ, ଏଠାରେ ଏପରି ପାଞ୍ଚଟି 5G ସ୍ମାର୍ଟଫୋନ ବିଷୟରେ ଆଲୋଚନା କରିବା ଯାହାକୁ ଆପଣ ସହଜରେ କିଣିପାରିବେ ।

Samsung Galaxy M06 5G :
ଏହି ସ୍ମାର୍ଟଫୋନ୍ଟି ୬.୭-ଇଞ୍ଚ PLS LCD ସହିତ ଲେସ୍, ଯାହାର ୯୦Hz ରିଫ୍ରେସ୍ ରେଟ୍ ଅଛି । ଏହା ୪GB କିମ୍ବା ୬GB RAM ଅପ୍ସନ ସହିତ ଉପଲବ୍ଧ । ଏଥିରେ MediaTek Dimensity 6300 ପ୍ରୋସେସର୍ ଅଛି । ଏହା ସହିତ, Samsung Galaxy M06 5G ସ୍ମାର୍ଟଫୋନ୍ରେ ୫୦୦୦mAh ବ୍ୟାଟେରୀ ମଧ୍ୟ ରହିଛି । ଏଥି ସହ ଏଥିରେ ୫୦MP କ୍ୟାମେରା ଅଛି । ଏଥିରେ ଆପଣ ଅଲ୍ଟ୍ରା-ଫାଷ୍ଟ କନେକ୍ଟିଭିଟି, ସ୍ମୁଥ୍ ଭିଡିଓ କଲ୍, ରେସପନ୍ସିଭ୍ ଗେମିଂ ଏବଂ ଫାଷ୍ଟ ଡାଉନଲୋଡ୍ ଏକ୍ସେପେରିୟନ୍ସ କରିବେ । ଏହା ସହିତ Amazonରେ ଏହି ସ୍ମାର୍ଟଫୋନ୍ର ମୂଲ୍ୟ ୭,୯୯୯ ଟଙ୍କା ।

iQOO Z10 Lite 5G :
Funtouch OS 15, Android 15 ଉପରେ ବେସ୍ଡ ଏହି ସ୍ମାର୍ଟଫୋନକୁ ଆପଣ Amazon ରେ ୯,୯୯୮ ଟଙ୍କାରେ କିଣିପାରିବେ । ଏଥିରେ ଆପଣ Dimensity 6300 5G ପ୍ରୋସେସର ପାଇବେ । ଏହି ଫୋନଟି ୪GB RAM, ୧୨୮GB ଷ୍ଟୋରେଜ ସହିତ ଲେସ୍ । ଫୋନଟିରେ ୬୦୦୦mAh ବ୍ୟାଟେରୀ ଅଛି । ଏହାର CPU ସ୍ପିଡ୍ ୨.୪GHz । ଏଥିରେ ୫୦MP Sony AI କ୍ୟାମେରା ରହିଛି ଯାହା ହେଉଛି – AI Erase, AI Photo Enhance, AI Document Mode ଭଳି ଉନ୍ନତ AI ଫିଚର୍ସ ରହିଛି । ଏହା ସହିତ ଫୋନଟିରେ ୬.୭୪ ଇଞ୍ଚ ଡିସପ୍ଲେ ଅଛି ।

Vivo T4 Lite 5G :

ଆପଣ ଏହି ସ୍ମାର୍ଟଫୋନ୍କୁ Flipkart ରେ ୯୯୯୯ ଟଙ୍କାରେ କିଣିପାରିବେ । ଏଥିରେ ଆପଣ ୪GB RAM ଏବଂ ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜ୍ ପାଇପାରିବେ । ଫୋନଟିରେ ୬.୭୪ ଇଞ୍ଚ HD ପ୍ଲସ୍ ଡିସପ୍ଲେ ଅଛି । ଏଥିରେ ୫୦MP + ୨MP ବ୍ୟାକ କ୍ୟାମେରା ଥିବାବେଳେ, ଫ୍ରଣ୍ଟରେ ୫MP କ୍ୟାମେରା ଅଛି । ଏଥି ସହ ଫୋନଟିରେ ୬୦୦୦mAh ବ୍ୟାଟେରୀ ଅଛି । ଏଥିରେ ଡାଇମେନସିଟି 6300 5G ପ୍ରୋସେସର୍ ରହିଛି ।

Redmi A4 5G :
ଆପଣ ଏହି Redmi ବ୍ରାଣ୍ଡର ଫୋନଟିକୁ Flipkart ରେ ୯,୪୧୬ ଟଙ୍କାରେ କିଣିପାରିବେ । ଏହି ସ୍ମାର୍ଟଫୋନରେ ୬.୮୮ ଇଞ୍ଚ ଡିସପ୍ଲେ ଅଛି । ଏହି ଫୋନଟି ୪GB RAM ଏବଂ ୧୨୮GB ROM ଭାରିଆଣ୍ଟରେ କିଣାଯାଇପାରିବ । ଏଥି ସହ ଫୋନଟିରେ ୫୦MP ବ୍ୟାକ୍ କ୍ୟାମେରା ଏବଂ ୫୧୬୦ mAh ବ୍ୟାଟେରୀ ଅଛି । ଏହା Android Oxygen 14 ଅପରେଟିଂ ସିଷ୍ଟମ ଉପରେ ବେସ୍ଡ । ଏହା ଅକ୍ଟାକୋର ପ୍ରୋସେସର୍ ସହିତ ମଧ୍ୟ ଲେସ୍ ।

Redmi 13C 5G :

ଏହି ସ୍ମାର୍ଟଫୋନ୍ Redmi ବ୍ରାଣ୍ଡର ଏହି ବଜେଟ୍ ରେଞ୍ଜରେ ମଧ୍ୟ ଆସିଥାଏ, ଯାହା ଏକ ଭଲ ଅପ୍ସନ । ଆପଣ ଏହି ଫୋନକୁ ୪GB RAM ଏବଂ ୧୨୮GB ROM ରେ କିଣିପାରିବେ । ଏଥିରେ ୬.୭୪ ଇଞ୍ଚ ଡିସପ୍ଲେ ମଧ୍ୟ ଅଛି । ଫୋନରେ ୫୦୦୦mAh ବ୍ୟାଟେରୀ ଅଛି । କ୍ୟାମେରା ବିଷୟରେ କହିବାକୁ ଗଲେ, ବ୍ୟାକରେ ୫୦MP ଏବଂ ୫MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଅଛି । ଏଥିରେ ଆପଣ Mediatek Dimensity 6100+ ପ୍ରୋସେସର୍ ପାଇପାରିବେ । ଏଥି ସହ ଆପଣ ଏହି ଫୋନକୁ Flipkart ରେ ୯୯୯୯ ଟଙ୍କାରେ କିଣିପାରିବେ । ଯଦି ଆପଣ କମ୍ ବଜେଟରେ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ ।

Also read : ଡିସପ୍ଲେ ସହ ଇୟରବଡ୍ ଲଞ୍ଚ କଲା JBL, ମିଳିବ ୪୪ ଘଣ୍ଟା ପ୍ଲେବ୍ୟାକ୍ ସମୟ

The post ୧୦ ହଜାର ଟଙ୍କାରେ ରହିଛି ଏହି ୫ଟି ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ ମଡେଲ୍ ଏବଂ ପ୍ରାଇସ୍ appeared first on KNews Odisha.