ପଞ୍ଚୁ ଦୋଳ ଯାତ୍ରା ଚାଲିଥିବା ବେଳେ ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ଗାଁ ମୁଁହା ହାତୀପଲ

ଚାଲିଥିଲା ପଞ୍ଚୁ ଦୋଳ ଯାତ୍ରା । ହଠାତ ହୋହାଲ୍ଲାରେ କମ୍ପି ଉଠିଲା ସମଗ୍ର ଅଞ୍ଚଳ । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । ପ୍ରାଣ ବିକଳରେ ଅଧା ଲୋକ ଏଣେତେଣେ ଲୁଚି ଗଲେ । ଗତକାଲି ରାତିରେ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗାଁର ସୁବୁଧେଶ୍ୱର ଠାକୁରଙ୍କ ସମ୍ମୁଖରେ ପଞ୍ଚୁ ଦୋଳ ମେଳଣ ଯାତ୍ରା ଚାଲିଥିଲା । ନାମ ସଙ୍କୀର୍ତ୍ତନ ହେଉଥିବା ବେଳେ ହଠାତ ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ତିନି ଟିକିଆ ଜଙ୍ଗଲି ହାତୀ […] The post ପଞ୍ଚୁ ଦୋଳ ଯାତ୍ରା ଚାଲିଥିବା ବେଳେ ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ଗାଁ ମୁଁହା ହାତୀପଲ appeared first on KNews Odisha.

ପଞ୍ଚୁ ଦୋଳ ଯାତ୍ରା ଚାଲିଥିବା ବେଳେ ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ଗାଁ ମୁଁହା ହାତୀପଲ

ଚାଲିଥିଲା ପଞ୍ଚୁ ଦୋଳ ଯାତ୍ରା । ହଠାତ ହୋହାଲ୍ଲାରେ କମ୍ପି ଉଠିଲା ସମଗ୍ର ଅଞ୍ଚଳ । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । ପ୍ରାଣ ବିକଳରେ ଅଧା ଲୋକ ଏଣେତେଣେ ଲୁଚି ଗଲେ । ଗତକାଲି ରାତିରେ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗାଁର ସୁବୁଧେଶ୍ୱର ଠାକୁରଙ୍କ ସମ୍ମୁଖରେ ପଞ୍ଚୁ ଦୋଳ ମେଳଣ ଯାତ୍ରା ଚାଲିଥିଲା । ନାମ ସଙ୍କୀର୍ତ୍ତନ ହେଉଥିବା ବେଳେ ହଠାତ ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ତିନି ଟିକିଆ ଜଙ୍ଗଲି ହାତୀ ଗାଆଁ ମୁଁହା ହୋଇଥିଲେ ।  ଲୋକମାନେ ଯାତ୍ରା ଦେଖୁଥିବା ବେଳେ ହଠାତ ଆରମ୍ଭ ହୋଇଥିଲା ଦୌଡ଼ାଦୌଡ଼ି । ଯାତ୍ରା ଦେଖିବେ କଣ ପ୍ରାଣ ଭୟରେ ଲୋକମାନେ ମନ୍ଦିର ପାଚେରୀ  ପାଖକୁ ଚାଲିଆସିଥିଲେ ।  ହାତୀଙ୍କୁ ଦେଖି କିଛି ଲୋକେ ଭୟଭୀତ ହୋଇ ଦୂରକୁ ପଳାଇ ଆସିଥିବା ବେଳେ ଗ୍ରାମବାସୀମାନେ ହାତୀଙ୍କୁ ଘଉଡାଇ ଥିଲେ। କିନ୍ତୁ ହାତୀ ପଲ ଅଭୟାରଣ୍ୟକୁ ଫେରିଛନ୍ତି କି ଆଉ କେଉଁଠି ଅଟକି ରହିଛନ୍ତି ତାହା ଜଣା ପଡିନାହିଁ ।

ଏବେ ଲୋକଙ୍କର ହାତୀ ଉପରେ ଯେତିକି ରାଗ ନୁହେଁ ତାଠୁ ଅଧିକ ଅସନ୍ତୋଷ ଓ ଅଭିମାନ ପ୍ରଶାସନ ତଥା ବନବିଭାଗ ଉପରେ । ସେମାନଙ୍କ ଅଭିଯୋଗ ହେଉଛି କି ବର୍ଷ ବର୍ଷ ଧରି ସେମାନେ ହାତୀ ଆକ୍ରମଣର ଶିକାର ହେଉଛନ୍ତି । ମୃତ୍ୟୁବରଣ କରୁଛନ୍ତି । ହାତୀ ପାଦ ତଳେ ବଢ଼ି ଚାଲିଛି ମଣିଷଙ୍କ ମୃତ୍ୟୁ ସଂଖ୍ୟା । ତଥାପି ଏହାର କୌଣସି ସମାଧାନ କରାଯାଉନାହିଁ । ଯାହାଫଳରେ ଏମିତି ସ୍ଥିତି ଉପୁଜୁଛି ।

ତେବେ ହାତୀ ହେଉ କି ଭାଲୁ । ଅନେକ ସମୟରେ ଏହି ବନ୍ୟ ଜୀବମାନେ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଉଛନ୍ତି । ଏଭଳି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏହାର କାରଣ ବି ଖୋଦ ମଣିଷ । ଆମେ ଏଭଳି କହିବା ପଛର କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ଲୋକସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ କାଟି ସଫା କରୁଛି ମଣିଷ । ଫଳରେ ଏ ଜୀବମାନେ ଖାଇବାକୁ ଖାଦ୍ୟ ପାଉ ନାହାନ୍ତି । ଆଉ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ଖାଦ୍ୟ ଅନ୍ଵେଷଣରେ ବାହାରି ପଡ଼ୁଛନ୍ତି ।

ହାତୀଙ୍କ ସୁରକ୍ଷା ଯେତିକି ଜରୁରୀ ମଣିଷଙ୍କ ନିରାପତ୍ତା ମଧ୍ୟ ସେତିକି ଜରୁରୀ । କିନ୍ତୁ ଦିନକୁ ଦିନ ଏ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବନାଞ୍ଚଳରେ ରହୁଥିବା ଲୋକେ ରାତି କ’ଣ ଦିନରେ ବି ଘରୁ ବାହାରିବାକୁ ଭୟ କରୁଛନ୍ତି । ଅନ୍ୟପଟେ ଘରେ ବି ଏମାନେ ସୁରକ୍ଷିତ ନୁହଁନ୍ତି କାହିଁକି ନା ରାତି ଅଧରେ ଆସି ହାତୀ ଲୋକଙ୍କ ଘର ଉଜାଡ଼ିବା ସହ ମଣିଷଙ୍କୁ ମାରି ଦେଉଛି ।

ଏନେଇ ସବୁବେଳେ ଭୟଭୀତ ରହୁଛନ୍ତି ଅଞ୍ଚଳବାସୀ । ତୁରନ୍ତ ଏ ସ୍ଥାନରୁ ହାତୀଙ୍କୁ ଘଉଡ଼ାଇଲେ ହିଁ ଗାଁ ଲୋକମାନେ ସୁରକ୍ଷିତ ରହିବେ । ହାତୀ-ମଣିଷ ଲଢ଼େଇ ଯେମିତି ଥମିବାର ନାଁ ନେଉନି କି ଏହାର ସମାଧାନର ବାଟ ବି ବାହାରି ପାରୁନି ।

Also Read: ହାତୀ ଆକ୍ରମଣରେ ଜଣେ ମୃତ, ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ

 

The post ପଞ୍ଚୁ ଦୋଳ ଯାତ୍ରା ଚାଲିଥିବା ବେଳେ ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ଗାଁ ମୁଁହା ହାତୀପଲ appeared first on KNews Odisha.