ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚରଣ ମାମଲା ; ଅଭିଯୁକ୍ତକୁ ୧୮ମାସ ସଶ୍ରମ କାରାଦଣ୍ଡାଦେଶ

ଭୁବନେଶ୍ବର (କେନ୍ୟୁଜ୍‌): ୪ ଦିନରେ ଚାର୍ଜସିଟ । ୨୮ ଦିନରେ ଆସିଲା ରାୟ । ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚରଣ ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ କୁଣ୍ଡୁ ମହାପାତ୍ରଙ୍କୁ ୧୮ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଜେଏମଏଫସି କୋର୍ଟ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି । ଗତ ୧୯ ତାରିଖରେ ଗିରଫ ହୋଇଥିଲା ଅଭିଯୁକ୍ତ କୁଣ୍ଡୁ ମହାପାତ୍ର। ପୀଡ଼ିତା […] The post ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚରଣ ମାମଲା ; ଅଭିଯୁକ୍ତକୁ ୧୮ମାସ ସଶ୍ରମ କାରାଦଣ୍ଡାଦେଶ appeared first on KNews Odisha.

ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚରଣ ମାମଲା ; ଅଭିଯୁକ୍ତକୁ ୧୮ମାସ ସଶ୍ରମ କାରାଦଣ୍ଡାଦେଶ

ଭୁବନେଶ୍ବର (କେନ୍ୟୁଜ୍‌): ୪ ଦିନରେ ଚାର୍ଜସିଟ । ୨୮ ଦିନରେ ଆସିଲା ରାୟ । ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚରଣ ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ କୁଣ୍ଡୁ ମହାପାତ୍ରଙ୍କୁ ୧୮ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଜେଏମଏଫସି କୋର୍ଟ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି । ଗତ ୧୯ ତାରିଖରେ ଗିରଫ ହୋଇଥିଲା ଅଭିଯୁକ୍ତ କୁଣ୍ଡୁ ମହାପାତ୍ର। ପୀଡ଼ିତା କୋର୍ଟରେ ହାଜର ହେବା ପରେ ଅଭିଯୁକ୍ତ ଉପସ୍ଥିତିରେ ମାମଲାର ବିଚାର ଆରମ୍ଭ ହୋଇଥିଲା । ଗତ ମାସ ୧୮ ତାରିଖରେ ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚରଣ କରିଥିଲା ଅଭିଯୁକ୍ତ କୁଣ୍ଡୁ ମହାପାତ୍ର ।

The post ବିଦେଶିନୀ ପର୍ଯ୍ୟଟକଙ୍କୁ ଅସଦାଚରଣ ମାମଲା ; ଅଭିଯୁକ୍ତକୁ ୧୮ମାସ ସଶ୍ରମ କାରାଦଣ୍ଡାଦେଶ appeared first on KNews Odisha.