ଟେନସନ ବଢ଼ାଇ ଚାଲିଛି ସୁନା ଦର, ୧୦ ଦିନ ହେଲା ହୁ ହୁ ହୋଇ ବଢ଼ୁଛି ରେଟ
ହୁ ହୁ ହୋଇ ବଢ଼ୁଛି ସୁନା ରେଟ । ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦରରେ ନିଆଁ ଲାଗିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୭୯ ହଜାର […] The post ଟେନସନ ବଢ଼ାଇ ଚାଲିଛି ସୁନା ଦର, ୧୦ ଦିନ ହେଲା ହୁ ହୁ ହୋଇ ବଢ଼ୁଛି ରେଟ appeared first on KNews Odisha.

ହୁ ହୁ ହୋଇ ବଢ଼ୁଛି ସୁନା ରେଟ । ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦରରେ ନିଆଁ ଲାଗିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୭୯ ହଜାର ୮୦୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୦୬୦ ଟଙ୍କା ଛୁଇଁଛି । ଇଣ୍ଟରନ୍ୟାସନାଲ ମାର୍କେଟରେ ଦରବୃଦ୍ଧି ଓଡ଼ିଶା ମାର୍କେଟରେ ପ୍ରଭାବ ପଡିଛି । ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।
ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୯, ୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୭ ,୦୬୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୮୦୦ ଟଙ୍କା ଓ ୮୭,୦୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୯୫୦ ଟଙ୍କା ଓ ୮୭, ୨୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୮୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୦୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୮୦୦ ଟଙ୍କା ଓ ୮୬,୦୬୦ ଟଙ୍କା ରହିଛି । ସେହିପରି ରୁପା ୯୯, ୫୦୦ ଟଙ୍କାରେ ପହଞ୍ଚିଛି ।
Also read: ଲଞ୍ଚ ହୋଇଛି Hyundai Aura ର Corporate Edition, ରହିଛି ଜବରଦସ୍ତ ଫିଚର୍ସ ଏବଂ ପ୍ରାଇସ୍
The post ଟେନସନ ବଢ଼ାଇ ଚାଲିଛି ସୁନା ଦର, ୧୦ ଦିନ ହେଲା ହୁ ହୁ ହୋଇ ବଢ଼ୁଛି ରେଟ appeared first on KNews Odisha.