କୋରାପୁଟ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ, ଘରେ ଭୋଟ ଦେଲେ ୧୦୩ ବର୍ଷର ବୃଦ୍ଧା

କୋରାପୁଟ : ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ପାଖେଇ ଆସିଲାଣି ନିର୍ବାଚନ ତାରିଖ । ସେଥିପାଇଁ ପ୍ରଶାସନ ମଧ୍ୟ ବେଶ୍‌ ତତ୍ପର ହୋଇସାରିଛି । ଜନସାଧାରଣ କିପରି ନିର୍ଭିକ ଭାବରେ ମତଦାନ କେନ୍ଦ୍ରକୁ ଯାଇ ନିଜର ଭୋଟ ଦେଇପାରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେନତା କରିବା ଉଦ୍ଦେଶ୍ୟରେ ଫ୍ଲାଗ୍‌ ମାର୍ଚ୍ଚ ମଧ୍ୟ କରାଯାଇ ସଚେତନ କରାଯାଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ମଇ ୧୩ ତାରିଖରେ କୋରାପୁଟରେ ହେବ ମତଦାନ । ଏଥିପାଇଁ […] The post କୋରାପୁଟ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ, ଘରେ ଭୋଟ ଦେଲେ ୧୦୩ ବର୍ଷର ବୃଦ୍ଧା appeared first on KNews Odisha.

କୋରାପୁଟ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ, ଘରେ ଭୋଟ ଦେଲେ ୧୦୩ ବର୍ଷର ବୃଦ୍ଧା

କୋରାପୁଟ : ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ପାଖେଇ ଆସିଲାଣି ନିର୍ବାଚନ ତାରିଖ । ସେଥିପାଇଁ ପ୍ରଶାସନ ମଧ୍ୟ ବେଶ୍‌ ତତ୍ପର ହୋଇସାରିଛି । ଜନସାଧାରଣ କିପରି ନିର୍ଭିକ ଭାବରେ ମତଦାନ କେନ୍ଦ୍ରକୁ ଯାଇ ନିଜର ଭୋଟ ଦେଇପାରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେନତା କରିବା ଉଦ୍ଦେଶ୍ୟରେ ଫ୍ଲାଗ୍‌ ମାର୍ଚ୍ଚ ମଧ୍ୟ କରାଯାଇ ସଚେତନ କରାଯାଉଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ମଇ ୧୩ ତାରିଖରେ କୋରାପୁଟରେ ହେବ ମତଦାନ । ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଚଲାଇଛି ଅଭିନବ ପ୍ରୟାସ । ଭୋଟ କେନ୍ଦ୍ରକୁ ଯାଇ ମତଦାନ କରିପାରୁନଥିବା ବରିଷ୍ଠ ନାଗରିକ,ବୟସ୍କ,ଭିନ୍ନକ୍ଷମ ଘରେ ରହି କିପରି ନିଜର ଭୋଟ ଦେଇପାରିବେ ସେନେଇ ଆରମ୍ଭ ହୋଇଛି ପଦକ୍ଷେପ । ଭୋଟ କେନ୍ଦ୍ରରେ ଯେପରି ଗୁପ୍ତଭାବରେ ମତଦାନ ସାବ୍ୟସ୍ତ କରାଯାଇଥାଏ । ଠିକ୍‌ ସେହିପରି ଘରେ ମଧ୍ୟ ଗୁପ୍ତଭାବେ ନିଜ ଭୋଟ ଦେବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଜିଲ୍ଲାରେ ରହିଥିବା ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ରହିଥିବା ୮୦ ବର୍ଷରୁ ବରିଷ୍ଠ ନାଗରିକ ଓ ୪୭ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ରହିଥିବା ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ । ସେମାନଙ୍କୁ ଭୋଟ ଦେବାକୁ ଆଉ ମତଦାନ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ । ମତଦାନ କେନ୍ଦ୍ର ଭୋଟରଙ୍କ ଘର ପାଖକୁ ଯିବ । ଏହି କ୍ରମରେ ପ୍ରତି ମତଦାନ କେନ୍ଦ୍ରରେ ଜଣେ ପୁଲିସ ଅଫିସରଙ୍କ ସହ ପୁଲିଂ ପାର୍ଟି, ମାଇକ୍ରୋ ଅବଜରବର, ଏଜେଣ୍ଟ ଓ ଇଭିଏମ କମିଶନିଂ ଅଫିସର ରହିବେ ।

ଏହି ପ୍ରକ୍ରିୟାରେ କୋରାପୁଟ ସହରର ବି . ଅନ୍ନପୂର୍ଣ୍ଣାଙ୍କ ଭଳି ୧୦୩ ବର୍ଷୀୟ ବୟସ୍କା ମହିଳା ଭୋଟ ଦେଇ ସଫଳତା ଆଣିଦେଇଛନ୍ତି । ଜଣେ ଭୋଟର ପ୍ରଥମ ଥର ଯଦି ମତଦାନ ସାବ୍ୟସ୍ତ କରି ନ ପାରିଲେ ତେବେ ତାଙ୍କୁ ଦ୍ବିତୀୟ ଥର ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ଭି .କୀର୍ତି .ଭାସନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାରେ ଏବେ ଯାଏ ୮୫ ଜଣ ବରିଷ୍ଠ ନାଗରିକ ଓ ୪୭ ଜଣ ଭିନ୍ନକ୍ଷମ ଏହି ସେବା ପାଇବାକୁ ଫର୍ମ ଦାଖଲ କରିଛନ୍ତି । ଯେଉଁମାନେ ଚାହିଁବେ ସେମାନେ ନିଦ୍ଧିର୍ଷ୍ଟ ଫର୍ମ ପୂରଣ କରି ସେବା ପାଇ ପାରିବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାସହ ପୋଷ୍ଟାଲ ଭୋଟ ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀ, ସୁରକ୍ଷା କର୍ମଚାରୀ, ସର୍ଭିସ ଭୋଟର ପ୍ରମୁଖ ପ୍ରକ୍ରିୟା ଅନୁସାରେ ମତଦାନ ସାବ୍ୟବସ୍ଥ କରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାରେ ୫୦ହଜାର ୩୨୮ ଜଣ ୧୮ରୁ ୧୯ ବର୍ଷୀୟ ଭୋଟର, ୨୧ହଜାର ୨୦୩ ଜଣ ୮୦ ବର୍ଷରୁ ଅଧିକ ଭୋଟର ରହିଛନ୍ତି।

The post କୋରାପୁଟ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ, ଘରେ ଭୋଟ ଦେଲେ ୧୦୩ ବର୍ଷର ବୃଦ୍ଧା appeared first on KNews Odisha.