‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେଶିକ୍ଷାବିତ ବୈକୁଣ୍ଠ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ଆର୍ଟ ଅଫ୍‌ ଗିଭିଂ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦୋର ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, […] The post ‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’ appeared first on KNews Odisha.

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’
AOG_BHADRAK

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେଶିକ୍ଷାବିତ ବୈକୁଣ୍ଠ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ଆର୍ଟ ଅଫ୍‌ ଗିଭିଂ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦୋର ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ. ସମ୍ମାନିତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଅତିରିକ୍ତ ଏସପି ବାମଦେବ ସିଂ, କିଟ୍‌ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦେଶକ ସ୍ନେହାଶିଷ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଆର୍ଟ ଅଫ ଗିଭିଂ ଦିବସ ପାଳନ ର ପରିକଳ୍ପନା କରିଥିବା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଆଦର୍ଶ କାର୍ଯ୍ୟ ଓ ତାଙ୍କ ମାନବିକ ମୂଲ୍ୟ ବୋଧ ଉପରେ ଆଲୋଚନା କରାଯାଇଥିଲା । ସମସ୍ତେ ତାଙ୍କ ଭଳି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ ବୋଲି ଅତିଥିମାନେ କହିଥିଲେ ।

ଏହି ଅବସରରେ ଜିଲ୍ଲାରେ ସମର୍ପିତ ମନୋଭାବ ନେଇ ସମାଜ ସେବାରେ ଲାଗିଥିବା ଫ୍ରେଣ୍ଡସ ଗ୍ରୁପ. ସମ୍ଭବ ଫାଉଣ୍ଡେସନ. ଗିରୀଶ ବିହାରୀ ମିଶ୍ର, ଦୁର୍ଗା ଚରଣ ସାମଲ, ସନ୍ତୋଷ ଦାସ. ଶରତ ଚନ୍ଦ୍ର ଜେନା, ରାଜା ଉପାଧ୍ୟାୟ, ସଂଜୀବ କୁମାର ବେହେରା ପ୍ରମୁଖଙ୍କୁ ଆର୍ଟ ଅଫ ଗିଭିଂ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ର ବିଭିନ୍ନ ଅଞ୍ଚଳ ରୁ ପ୍ରାୟ ଦୁଇ ଶହ ରୁ ଅଧିକ ବୁଦ୍ଧିଜୀବୀ ଓ ଯୁବକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କିଟ୍‌ କିସ ଓ କଳିଙ୍ଗ ଟିଭିର କର୍ମଚାରୀମାନେ ପରିଚାଳନା କରିଥିଲେ ।..

The post ‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’ appeared first on KNews Odisha.