ଚାଇନାର ମୁଣ୍ଡବ୍ୟଥା ବଢାଇଲା ଆମେରିକା

ନୂଆଦିଲ୍ଲୀ,୧୬।୨: ଆମେରିକା କଂଗ୍ରେସର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟିଭ୍ସ ଅର୍ଥାତ୍‌ ନିମ୍ନ ସଦନରେ ଏକ ବିଲ ପାରିତ କରିଛି। ଏହି ବିଲ ଚାଇନାର ମୁଣ୍ଡବ୍ୟଥା ବଢାଇପାରେ। ଆମେରିକାର ନିମ୍ନ ଗୃହ ଚାଇନା-ତିବ୍ଦତ ବିବାଦ ସହ ଜଡିତ ଏକ ବିଲ ପାସ କରିଛି। ଏଥିରେ ଚାଇନା-ତିବ୍ଦତ ବିବାଦର କଥାବାର୍ତ୍ତା ମାଧ୍ୟମରେ ସମାଧାନ ପାଇଁ ଏକ ଅପିଲ୍‌ କରାଯାଇଛି। ଆମେରିକାର ଉଭୟ ଦଳ ଏହି ବିଲକୁ ସମର୍ଥନ କରିଛନ୍ତି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ଦଲାଇ ଲାମା ଏବଂ ତିବ୍ଦତର ଗଣତାନ୍ତ୍ରିକ […] The post ଚାଇନାର ମୁଣ୍ଡବ୍ୟଥା ବଢାଇଲା ଆମେରିକା appeared first on Dharitri Odia News.

ଚାଇନାର ମୁଣ୍ଡବ୍ୟଥା ବଢାଇଲା ଆମେରିକା

ନୂଆଦିଲ୍ଲୀ,୧୬।୨: ଆମେରିକା କଂଗ୍ରେସର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟିଭ୍ସ ଅର୍ଥାତ୍‌ ନିମ୍ନ ସଦନରେ ଏକ ବିଲ ପାରିତ କରିଛି। ଏହି ବିଲ ଚାଇନାର ମୁଣ୍ଡବ୍ୟଥା ବଢାଇପାରେ। ଆମେରିକାର ନିମ୍ନ ଗୃହ ଚାଇନା-ତିବ୍ଦତ ବିବାଦ ସହ ଜଡିତ ଏକ ବିଲ ପାସ କରିଛି। ଏଥିରେ ଚାଇନା-ତିବ୍ଦତ ବିବାଦର କଥାବାର୍ତ୍ତା ମାଧ୍ୟମରେ ସମାଧାନ ପାଇଁ ଏକ ଅପିଲ୍‌ କରାଯାଇଛି। ଆମେରିକାର ଉଭୟ ଦଳ ଏହି ବିଲକୁ ସମର୍ଥନ କରିଛନ୍ତି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ଦଲାଇ ଲାମା ଏବଂ ତିବ୍ଦତର ଗଣତାନ୍ତ୍ରିକ ନେତାଙ୍କ ସହ କଥାବାର୍ତ୍ତା କରିବାକୁ ଚାଇନା ସରକାରଙ୍କ ଉପରେ ଚାପ ପକାଇବା। ଏହି ବିଲ ଚାଇନାର ଓ୍ବାନ୍‌ ଚାଇନା ନୀତି ପାଇଁ ସିଧାସଳଖ ଚ୍ୟାଲେଞ୍ଜ୍‌।

The post ଚାଇନାର ମୁଣ୍ଡବ୍ୟଥା ବଢାଇଲା ଆମେରିକା appeared first on Dharitri Odia News.