ତପ୍ତପାଣି ଘାଟିରେ ଓଲଟିଲା ତେନ୍ତୁଲି ବୋଝେଇ ଟ୍ରକ୍ : ଚାଳକ ଗୁରୁତର
ଦିଗପହଣ୍ଡି,୨୨|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାରେ ଶନିବାର ଅପରାହ୍ନରେ ଏକ ତେନ୍ତୁଳି ବୋଝେଇ ଟ୍ରକ ନଂ.(ଓଆର ୦୫ ଏକ୍ୟୁ -୨୧୫୫) ଓଲଟି ପଡ଼ିବାରୁ ଟ୍ରକ୍ ଚାଳକ ଗୁରୁତର ଆହାତ ହୋଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ନିରଞ୍ଜନ ଜେନା(୫୦)। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା […] The post ତପ୍ତପାଣି ଘାଟିରେ ଓଲଟିଲା ତେନ୍ତୁଲି ବୋଝେଇ ଟ୍ରକ୍ : ଚାଳକ ଗୁରୁତର appeared first on Dharitri Odia News.
ଦିଗପହଣ୍ଡି,୨୨|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାରେ ଶନିବାର ଅପରାହ୍ନରେ ଏକ ତେନ୍ତୁଳି ବୋଝେଇ ଟ୍ରକ ନଂ.(ଓଆର ୦୫ ଏକ୍ୟୁ -୨୧୫୫) ଓଲଟି ପଡ଼ିବାରୁ ଟ୍ରକ୍ ଚାଳକ ଗୁରୁତର ଆହାତ ହୋଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ନିରଞ୍ଜନ ଜେନା(୫୦)। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେନ୍ତୁଳି ବୋଝେଇ ଟ୍ରକଟି ରାୟଗଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ବୁଲାଣି ରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଖବର ପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଟ୍ରକ କୁ ଜବତ କରି ତଦନ୍ତ ଚଳାଇଛନ୍ତି।
The post ତପ୍ତପାଣି ଘାଟିରେ ଓଲଟିଲା ତେନ୍ତୁଲି ବୋଝେଇ ଟ୍ରକ୍ : ଚାଳକ ଗୁରୁତର appeared first on Dharitri Odia News.