ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ରେଢାଖୋଲ ୨୪।୫(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗ୍ରାମରେ ଜମିବାଡି ବିବାଦରୁ ଏକ ହତ୍ୟାକାଣ୍ଡ ଘଟିଛି। ବଡମାଳ ଗ୍ରାମର ପ୍ରଫୁଲ୍ଲ ନାଏକଙ୍କୁ ଶନିବାର ସକାଳ ୧୦ଟାରେ ସେହି ଗ୍ରାମର ବିଭୂତି ପ୍ରଧାନ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଏନେଇ ଖବରପାଇ ରେଢାଖୋଲ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବିଭୂତିଙ୍କୁ ଆଣି ଥାନାରେ ଥାନାରେ ଅଟକ ରଖିଛି। ସୂଚନାନୁଯାୟୀ, ଶନିବାର ମୃତ ପ୍ରଫୁଲ୍ଲ ଏକ ଜେସିବି ମେଶିନ ନେଇ ତାଙ୍କ […] The post ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ appeared first on Dharitri Odia News.

ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ରେଢାଖୋଲ ୨୪।୫(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗ୍ରାମରେ ଜମିବାଡି ବିବାଦରୁ ଏକ ହତ୍ୟାକାଣ୍ଡ ଘଟିଛି। ବଡମାଳ ଗ୍ରାମର ପ୍ରଫୁଲ୍ଲ ନାଏକଙ୍କୁ ଶନିବାର ସକାଳ ୧୦ଟାରେ ସେହି ଗ୍ରାମର ବିଭୂତି ପ୍ରଧାନ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଏନେଇ ଖବରପାଇ ରେଢାଖୋଲ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବିଭୂତିଙ୍କୁ ଆଣି ଥାନାରେ ଥାନାରେ ଅଟକ ରଖିଛି।

ସୂଚନାନୁଯାୟୀ, ଶନିବାର ମୃତ ପ୍ରଫୁଲ୍ଲ ଏକ ଜେସିବି ମେଶିନ ନେଇ ତାଙ୍କ ଚାଷ ଜମିରେ ମାଟିକାମ କରୁଥିଲେ। ଏହି ସମୟରେ କିଛି ମାଟି ବିଭୂତିଙ୍କ ଜମିରେ ପଡିଯାଇଥିଲା। ଏହାକୁ ନେଇ ବିଭୂତିଙ୍କ ସହ ତାଙ୍କ ଭାଇ ଓ ଅନ୍ୟ ପରିବାରଲୋକେ ଆସି ପ୍ରଫୁଲ୍ଲଙ୍କ ସହ ପାଟିତୁଣ୍ଡ କରିଥିଲେ। ତେବେ ଏହାକୁ ନେଇ ବିଭୂତି ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ପ୍ରଫୁଲ୍ଲଙ୍କୁ ଚାଷଜମିରେ ମାରିବାକୁ ଉଦ୍ୟମ କରିଥିଲେ। ପ୍ରଫୁଲ୍ଲ ଜୀବନ ବିକଳରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଭୂତି ଗୋଡାଇ ଗୋଡାଇ ତାଙ୍କୁ ହତ୍ୟା କରିଥିଲେ। ଏ ନେଇ ପ୍ରଫୁଲ୍ଲଙ୍କ ବଡପୁଅ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ପୋଲିସ ମୃତଦେହକୁ ରେଢାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

The post ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ appeared first on Dharitri Odia News.