‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ

ମୁମ୍ବାଇ: ୨୦୦୫ର ବ୍ଲକବଷ୍ଟର ମୁଭି ‘ନୋ ଏଣ୍ଟ୍ରି’ର ବହୁ ପ୍ରତୀକ୍ଷିତ ସିକ୍ୱେଲ ସ୍କ୍ରିନରେ ଧମାକାଦାର କମବ୍ୟାକ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ବରୁଣ ଧୱନ, ଅର୍ଜୁନ କପୁର ଏବଂ ଦିଲଜିତ ଦୋସାଞ୍ଜ ଏହି ମୁଭିରେ ଡବଲ ରୋଲରେ ଅଭିନୟ କରିବାକୁ ପ୍ରସ୍ତୁତ, ୨୦ବର୍ଷ ପରେ ବହୁ ପ୍ରତୀକ୍ଷିତ ସିକ୍ୱେଲର ଏଣ୍ଟଅି ହେବ। ନିର୍ମାତା ବୋନି କପୁର ନିଶ୍ଚିତ କରିଛନ୍ତି ଯେ ତାଙ୍କର ୨୦୦୫ ହିଟ ମଲ୍ଟି ଷ୍ଟାର୍‌ କମେଡି ନୋ ଏଣ୍ଟ୍ରି ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। […] The post ‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ appeared first on Dharitri Odia News.

‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ

ମୁମ୍ବାଇ: ୨୦୦୫ର ବ୍ଲକବଷ୍ଟର ମୁଭି ‘ନୋ ଏଣ୍ଟ୍ରି’ର ବହୁ ପ୍ରତୀକ୍ଷିତ ସିକ୍ୱେଲ ସ୍କ୍ରିନରେ ଧମାକାଦାର କମବ୍ୟାକ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ବରୁଣ ଧୱନ, ଅର୍ଜୁନ କପୁର ଏବଂ ଦିଲଜିତ ଦୋସାଞ୍ଜ ଏହି ମୁଭିରେ ଡବଲ ରୋଲରେ ଅଭିନୟ କରିବାକୁ ପ୍ରସ୍ତୁତ, ୨୦ବର୍ଷ ପରେ ବହୁ ପ୍ରତୀକ୍ଷିତ ସିକ୍ୱେଲର ଏଣ୍ଟଅି ହେବ। ନିର୍ମାତା ବୋନି କପୁର ନିଶ୍ଚିତ କରିଛନ୍ତି ଯେ ତାଙ୍କର ୨୦୦୫ ହିଟ ମଲ୍ଟି ଷ୍ଟାର୍‌ କମେଡି ନୋ ଏଣ୍ଟ୍ରି ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି।
ଫିଲ୍ମ ‘ନୋ ଏଣ୍ଟ୍ରି’ରେ ସଲମାନ ଖାନ, ଅନିଲ କପୁର ଏବଂ ଫରଦିନ ଖାନ ଅଭିନୟ କରିଥିଲେ ଏବଂ ଏହା ବକ୍ସ ଅଫିସରେ ସଫଳ ହୋଇଥିଲା। ଅନିସ ବାଜମିଙ୍କ ନିର୍ଦ୍ଦେଶିତ ଏହି ମୁଭିରେ ବିପାଶା ବସୁ, ଇଶା ଦେଓଲ, ଲାରା ଦତ୍ତା ଏବଂ ସେଲିନା ଜେଟଲୀ ମଧ୍ୟ ଅଭିନୟ କରିଛନ୍ତି। ଦୀର୍ଘ ଦିନ ଧରି ଖବର ଆସିଛି ଯେ ନିର୍ମାତାମାନେ ସଲମାନ ଏବଂ ଅନିଲଙ୍କ ଭୂମିକାକୁ ଦୋହରାଇ ଏକ ସିକ୍ୱେଲ କରିବାକୁ ଚେଷ୍ଟା କରୁଛନ୍ତି। ଅନେକ ଥର ବାଜମି ଏବଂ ବୋନି କପୁର ମଧ୍ୟ ଶେୟାର କରିଥିଲେ ଯେ ସେମାନେ ଏକ ସ୍କ୍ରିପ୍ଟ ସହିତ ପ୍ରସ୍ତୁତ ଅଛନ୍ତି ଏବଂ ଷ୍ଟାରମାନଙ୍କ ଦ୍ୱାରା ଏହାକୁ ନେଇ ଆଗକୁ ବଢିବାକୁ ଅପେକ୍ଷା କରାଯାଇଛି।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବୋନି କପୁର ନିଶ୍ଚିତ କରିଛନ୍ତି ଯେ ନୋ ଏଣ୍ଟ୍ରି ୨ ଶେଷରେ ଏକ ନୂଆ କାଷ୍ଟ ସହିତ ତିଆରି ହେଉଛି। ଫିଲ୍ମ ଉପରେ କାମ ଚାଲିଛି ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ଏହା ବହୁତ ବଡ ଏବଂ ଆମେ ଏହାକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆରମ୍ଭ କରିବୁ। ଆମକୁ ବରୁଣ, ଅର୍ଜୁନ ଏବଂ ଦିଲଜିତ ମିଳିଯାଇଛନ୍ତି। ଏଥିରେ ବହୁ ଅଭିନେତ୍ରୀ ମଧ୍ୟ ରହିବେ। ୨୦୨୫ ରେ ନୋ ଏଣ୍ଟ୍ରି ୨୦ ବର୍ଷ ପୂରଣ କରିବ। ଖବର ମୁତାବକ, ସିକ୍ୱେଲରେ ବରୁଣ, ଦିଲଜିତ ଏବଂ ଅର୍ଜୁନଙ୍କର ଡବଳ ରୋଲ ରହିବ।
ଯଦିଓ ମୁଖ୍ୟ ଅଭିନେତ୍ରୀମାନଙ୍କୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, ତେବେ କିଏ ସ୍କ୍ରିନ ଶେୟାର କରିବେ ସେନେଇ ଚର୍ଚ୍ଚା ଜୋର ଧରିଛି। ବାଜମୀ ବର୍ତ୍ତମାନ ‘ଭୁଲ ଭୁଲେୟା-୩’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି, ତେଣୁ ଅଭିନେତ୍ରୀ ଚୟନ ନିଷ୍ପତ୍ତି ରିଲିଜ ପରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପୂର୍ବ ଗୁଜବ କ୍ରିତି ସାନନ, କିଆରା ଆଡଭାନି, ଦିଶା ପାଟାନି ଏବଂ ରଶ୍ମିକା ମନ୍ଦନାଙ୍କ ସମେତ ଏକ ଷ୍ଟାର୍‌ ଷ୍ଟେଡ ଲାଇନଅପ ସୂଚିତ କରିଥିଲା, ଯଦିଓ ସେହି ଦିନଠାରୁ ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ ଆସିଥିଲା। ୨୦୨୫ରେ ‘ନୋ ଏଣ୍ଟ୍ରି, ମେଁ ଏଣ୍ଟ୍ରି’ ରିଲିଜ ହେବାର ଆଶା କରାଯାଉଛ।

The post ‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ appeared first on Dharitri Odia News.