ସମସ୍ୟା ବହୁଳ ଆଦର୍ଶ ବିଦ୍ୟାଳୟ; ହଷ୍ଟେଲ ନାହିଁ, ମିଳୁନି ବସ୍ ସେବା
କନକ ବ୍ୟୁରୋ : ନୀତି ଓ ଆଦର୍ଶରେ ଚାଲୁନାହିଁ ଓଡିଶା ଆଦର୍ଶ ବିଦ୍ୟାଳୟ । ଉପଯୁକ୍ତ ଶିକ୍ଷକ ଅଭାବ ସାଙ୍ଗକୁ ହଷ୍ଟେଲ ଓ ଗମନାଗମନ ପାଇଁ ବସ୍ ସୁବିଧା ନାହିଁ । ଫଳରେ ପ୍ରତିଦିନ ସ୍କୁଲ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ସମ୍ବଲପୁର କୁଚିଣ୍ଡାର କୁସୁମୀ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି । ଉତ୍ତମ ଶୈକ୍ଷିକ ବାତାବଣରେ ପିଲାମାନେ ଭଲ ପାଠ ପଢ଼ିବେ । ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ଅଭିଭାବକମାନେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଭରସା କରୁଛନ୍ତି । ପିଲାମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତିର୍ଣ୍ଣ ହେବା ନାମ ଲେଖାଇଛନ୍ତି । ହେଲେ କୁଚିଣ୍ଡା କୁସୁମୀ ଆଦର୍ଶ ବିଦ୍ୟାଳୟରେ ଭଲ ପାଠ କଥା ଛାଡ଼ନ୍ତୁ, ରହିବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ । ବାହାରୁ ଚିକ୍ଣ ଦେଖାଯାଉଥିବା ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି, ତେଣୁ ପାଠପଢ଼ା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ନାହିଁ । ତେଣୁ ପିଲାମାନେ ଦୂରଦୁରାନ୍ତରୁ ଯିବା ଆସିବା କରୁଛନ୍ତି । ସେଥିପାଇଁ ସ୍କୁଲ ବସ୍ ସମସ୍ୟା କହିଲେ ନସରେ । ସବୁ ଅଞ୍ଚଳକୁ ବସ ସେବା ନଥିବାରୁ ଅଭିଭାବକମାନେ କାମଧନ୍ଦା ଛାଡ଼ି ପିଲାଙ୍କୁ ନେବା ଆଣିବା କରୁଛନ୍ତି । କୁଚିଣ୍ଡା ଆଦର୍

କନକ ବ୍ୟୁରୋ : ନୀତି ଓ ଆଦର୍ଶରେ ଚାଲୁନାହିଁ ଓଡିଶା ଆଦର୍ଶ ବିଦ୍ୟାଳୟ । ଉପଯୁକ୍ତ ଶିକ୍ଷକ ଅଭାବ ସାଙ୍ଗକୁ ହଷ୍ଟେଲ ଓ ଗମନାଗମନ ପାଇଁ ବସ୍ ସୁବିଧା ନାହିଁ । ଫଳରେ ପ୍ରତିଦିନ ସ୍କୁଲ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ସମ୍ବଲପୁର କୁଚିଣ୍ଡାର କୁସୁମୀ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି ।
ଉତ୍ତମ ଶୈକ୍ଷିକ ବାତାବଣରେ ପିଲାମାନେ ଭଲ ପାଠ ପଢ଼ିବେ । ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ଅଭିଭାବକମାନେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଭରସା କରୁଛନ୍ତି । ପିଲାମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତିର୍ଣ୍ଣ ହେବା ନାମ ଲେଖାଇଛନ୍ତି । ହେଲେ କୁଚିଣ୍ଡା କୁସୁମୀ ଆଦର୍ଶ ବିଦ୍ୟାଳୟରେ ଭଲ ପାଠ କଥା ଛାଡ଼ନ୍ତୁ, ରହିବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ । ବାହାରୁ ଚିକ୍ଣ ଦେଖାଯାଉଥିବା ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି, ତେଣୁ ପାଠପଢ଼ା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।
ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ନାହିଁ । ତେଣୁ ପିଲାମାନେ ଦୂରଦୁରାନ୍ତରୁ ଯିବା ଆସିବା କରୁଛନ୍ତି । ସେଥିପାଇଁ ସ୍କୁଲ ବସ୍ ସମସ୍ୟା କହିଲେ ନସରେ । ସବୁ ଅଞ୍ଚଳକୁ ବସ ସେବା ନଥିବାରୁ ଅଭିଭାବକମାନେ କାମଧନ୍ଦା ଛାଡ଼ି ପିଲାଙ୍କୁ ନେବା ଆଣିବା କରୁଛନ୍ତି । କୁଚିଣ୍ଡା ଆଦର୍ଶ ବିଦ୍ୟାଳୟ ସଂପର୍କରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ।
ବର୍ଷବର୍ଷ ଧରି ପିଲାମାନେ ହଇରାଣ ହେଉଛନ୍ତି । ମନ୍ତ୍ରୀ ସମସ୍ୟା ବାବଦରେ ଜାଣିବା ପରେ କି ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ ।