ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍‌ ରୋହିଦାସ୍

ଭୁବନେଶ୍ୱର,୧୬।୮: ଭାରତୀୟ ହକି ଦଳ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଅମିତଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ମାଧ୍ୟାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଜେଡି ସରକାର ଥିବା ଓଡ଼ିଶା ସରକାର ଭାରତୀୟ ହକି ଦଳକୁ ସ୍ପନ୍‌ସର୍‌ କରିବା ଆରମ୍ଭ କରିଥିଲେ। ଭାରତୀୟ ହକି […] The post ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍‌ ରୋହିଦାସ୍ appeared first on Dharitri Odia News.

ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍‌ ରୋହିଦାସ୍

ଭୁବନେଶ୍ୱର,୧୬।୮: ଭାରତୀୟ ହକି ଦଳ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଅମିତଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ମାଧ୍ୟାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ବିଜେଡି ସରକାର ଥିବା ଓଡ଼ିଶା ସରକାର ଭାରତୀୟ ହକି ଦଳକୁ ସ୍ପନ୍‌ସର୍‌ କରିବା ଆରମ୍ଭ କରିଥିଲେ। ଭାରତୀୟ ହକି ଦଳର ପୁନଃଉଥାନ ପଛରେ ନବୀନଙ୍କ ହାତ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୁଏ। ରାଜ୍ୟରେ ସରକାର ପରିବର୍ତନ ହେଲେ ମଧ୍ୟ ନୂଆ ସରକାର ହକି ଦଳର ସ୍ପନ୍‌ସର୍‌ସିପ୍ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ସୁନ୍ଦରଗଡର ସଉନାମରା ଗାଁରେ ଅମିତ୍ ଜନ୍ମ ଗ୍ରହଣ କରିଥିଲେ। ଗାଁ ମାଟିରୁ ପାନ୍‌ପୋଷ ହଷ୍ଟେଲ ଓ ପାନ୍‌ପୋଷ ହଷ୍ଟେଲରୁ ଭାରତୀୟ ହକି ଦଳ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଗୌରବମୟ। ୨୦୧୭ରୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି।

The post ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍‌ ରୋହିଦାସ୍ appeared first on Dharitri Odia News.