‘ଅବସରକାଳୀନ ନିରାମୟ ଜୀବନ କାମନା’…ଦିଗପହଣ୍ଡିରେ ୪ ଶିକ୍ଷକ,ଜଣେ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୪ ଅବସରପ୍ରାପ୍ତ ଶିକ୍ଷକ ଏବଂ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟଅତିଥି ଏବଂ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ,ରସାନନ୍ଦ ଘଡେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ପେନସନ ଚିଠା ପ୍ରଦାନ କରିଥିଲେ। ଚାକିରିରୁ ଅବସର ଗ୍ରହଣ କରିଥିବା ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ […] The post ‘ଅବସରକାଳୀନ ନିରାମୟ ଜୀବନ କାମନା’…ଦିଗପହଣ୍ଡିରେ ୪ ଶିକ୍ଷକ,ଜଣେ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.
ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୪ ଅବସରପ୍ରାପ୍ତ ଶିକ୍ଷକ ଏବଂ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟଅତିଥି ଏବଂ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ,ରସାନନ୍ଦ ଘଡେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ପେନସନ ଚିଠା ପ୍ରଦାନ କରିଥିଲେ। ଚାକିରିରୁ ଅବସର ଗ୍ରହଣ କରିଥିବା ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ପ୍ରଧାନ,ଶ୍ୟାମସୁନ୍ଦରପୁର ପଲ୍ଲୀ ବିଦ୍ୟାଳୟର ଶିକ୍ଷକ ବିନୋଦ କୁମାର ମହାଙ୍କୁଡ଼,ଏସ. ଟିକରପଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ବାଇଁ, ନରେନ୍ଦ୍ରବାଲି ଗ୍ରାମ ବିଦ୍ୟାଳୟର ଶିକ୍ଷକ ବିଧୁଶେଖର ଦୀକ୍ଷିତ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ସଭାରେ ଉପସ୍ଥିତ ଏନପିଏସ ଶିକ୍ଷକ ସଂଘ ବ୍ଲକ ସଭାପତି ରାଜେନ୍ଦ୍ର କୁମାର ଗୌଡ଼,କାର୍ଯ୍ୟକର୍ତ୍ତା ବିଜୟ କୁମାର ପ୍ରଧାନ,ସୁଧାଂଶୁ ଶେଖର ପଣ୍ଡା, ଇ. ସିମାଦ୍ରୀ ପାତ୍ର, ଟୁକୁନା ଭୁଁୟା, ନରସିଂହ ପଣ୍ଡା, ପଦ୍ମନାଭ ପଟ୍ଟନାୟକ, ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ଇ.ଗଣେଶ ପାତ୍ର,ସମ୍ପାଦକ ସନ୍ତୋଷ କୁମାର ଗୌଡ଼, ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଓମକାର ଦତ୍ତ ପଟ୍ଟନାୟକ,କେ.ଗୌତମ ଦୋରା ପ୍ରମୁଖ ସମ୍ବର୍ଦ୍ଧିତ କରିବା ସହ ସମସ୍ତଙ୍କ ଅବସରକାଳୀନ ନିରାମୟ ଜୀବନ କାମନା କରିଥିଲେ।
The post ‘ଅବସରକାଳୀନ ନିରାମୟ ଜୀବନ କାମନା’…ଦିଗପହଣ୍ଡିରେ ୪ ଶିକ୍ଷକ,ଜଣେ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.