ଫାଇନାଲ୍‌ରେ ହାଇଦ୍ରାବାଦ୍‌ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଗ୍ରାଣ୍ଡ୍‌ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍‌ ରାଇଡର୍ସକୁ ୧୧୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ୧୮ ଓଭରରେ ୧୧୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆଇପିଏଲ ଇତିହାସର ଫାଇନାଲ୍‌ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା। ହାଇଦ୍ରାବାଦ୍‌ ଆରମ୍ଭରୁ ଝଟ୍‌କା ପାଇଥିଲା। ଅଭିଷେକ ଶର୍ମା ଦୁଇଟି ରନ ଏବଂ ଟ୍ରାଭିସ ହେଡ ଖାତା ନ ଖୋଲି […] The post ଫାଇନାଲ୍‌ରେ ହାଇଦ୍ରାବାଦ୍‌ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍‌ର ଟାର୍ଗେଟ୍‌ appeared first on Dharitri Odia News.

ଫାଇନାଲ୍‌ରେ ହାଇଦ୍ରାବାଦ୍‌ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଗ୍ରାଣ୍ଡ୍‌ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍‌ ରାଇଡର୍ସକୁ ୧୧୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ୧୮ ଓଭରରେ ୧୧୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆଇପିଏଲ ଇତିହାସର ଫାଇନାଲ୍‌ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା। ହାଇଦ୍ରାବାଦ୍‌ ଆରମ୍ଭରୁ ଝଟ୍‌କା ପାଇଥିଲା। ଅଭିଷେକ ଶର୍ମା ଦୁଇଟି ରନ ଏବଂ ଟ୍ରାଭିସ ହେଡ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଥିଲେ କୋଲକାତା ବୋଲର। ରାହୁଲ ତ୍ରିପାଠୀ ୯, ଆଡେନ ମାର୍କ୍ରାମ ୨୦, ନୀତୀଶ କୁମାର ରେଡ୍ଡୀ ୧୩, ହେନ୍ରିଚ କ୍ଲାସେନ ୧୬, ଶାହବାଜ ଅହମ୍ମଦ ୮, ଅବଦୁଲ ସମଦ ୪, ପାଟ କମିନ୍ସ ୨୪, ଜୟଦେବ ଉଦାଦକତ ୪ ସ୍କୋର କରିଥିଲେ। ଭୁବନେଶ୍ୱର କୁମାର ଖାତା ନ ଖୋଲି ଅପରାଜିତ ରହିଥିଲେ। କୋଲକାତା ପାଇଁ ଆନ୍ଦ୍ରେ ରସେଲ ୩ଟି ଉଇକେଟ ନେଇଥିବାବେଳେ ଷ୍ଟାର୍କ ଏବଂ ହର୍ଷିତ ରାଣା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ବୈଭବ ଆରୋରା, ସୁନୀଲ ନାରିନ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

The post ଫାଇନାଲ୍‌ରେ ହାଇଦ୍ରାବାଦ୍‌ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍‌ର ଟାର୍ଗେଟ୍‌ appeared first on Dharitri Odia News.