KIIT ଛାତ୍ରୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ସିପିଆଇ(ଏମ୍‌)

କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): ସିପିଆଇ(ଏମ୍‌) କେନ୍ଦ୍ରାପଡ଼ା ଜିଲା ଶାଖା କମିଟି ପକ୍ଷରୁ KIITଛାତ୍ରୀ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏହି ସମ୍ପର୍କରେ ଜିଲା କମିଟି ସମ୍ପାଦକ ଗୟାଧର ଧଳ କହିଛନ୍ତି, ଭୁବନେଶ୍ୱରସ୍ଥିତ KIITରେ ଦେଶ ବିଦେଶରୁ ଛାତ୍ରୀଛାତ୍ର ଆସି ପଢୁଛନ୍ତି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଶିକ୍ଷାନୁଷ୍ଠାନ ସହ ରାଜ୍ୟ ସରକାର ବହନ କରିବା କଥା। ତେବେ ଛାତ୍ରୀଙ୍କ ମୃତ୍ୟୁକୁ […] The post KIIT ଛାତ୍ରୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ସିପିଆଇ(ଏମ୍‌) appeared first on Dharitri Odia News.

KIIT ଛାତ୍ରୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ସିପିଆଇ(ଏମ୍‌)

କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): ସିପିଆଇ(ଏମ୍‌) କେନ୍ଦ୍ରାପଡ଼ା ଜିଲା ଶାଖା କମିଟି ପକ୍ଷରୁ KIITଛାତ୍ରୀ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି।

ଏହି ସମ୍ପର୍କରେ ଜିଲା କମିଟି ସମ୍ପାଦକ ଗୟାଧର ଧଳ କହିଛନ୍ତି, ଭୁବନେଶ୍ୱରସ୍ଥିତ KIITରେ ଦେଶ ବିଦେଶରୁ ଛାତ୍ରୀଛାତ୍ର ଆସି ପଢୁଛନ୍ତି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଶିକ୍ଷାନୁଷ୍ଠାନ ସହ ରାଜ୍ୟ ସରକାର ବହନ କରିବା କଥା। ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି। ଶିକ୍ଷାନୁଷ୍ଠାନର ସୁପରିଚାଳନା ଅଭାବରୁ ଜଣେ ଉଚ୍ଚାକାଂକ୍ଷୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

ଅନୁଷ୍ଠାନର କାର୍ଯ୍ୟକଳାପ ସନ୍ଦେହଜନକ। ଏନେଇ ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ କମିଟି କର୍ମକର୍ତ୍ତା ନରୋତ୍ତମ ପାର୍ଥସାରଥୀ, ମାଧବ ଦାସ, ରମେଶ ପ୍ରଧାନ, ପ୍ରକାଶ ଚନ୍ଦ୍ର ମହାନ୍ତି, ଭୀମସେନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

The post KIIT ଛାତ୍ରୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ସିପିଆଇ(ଏମ୍‌) appeared first on Dharitri Odia News.