ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍
ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କଠାରୁ ଅଭିନବ ଉପାୟ ରେ ଅର୍ଥ ଆଦାୟ ପାଇଁ ଉଦ୍ୟମ କରିଥିଲେ ଲୁଟେରା। ଏକ ଅଜଣା ଫୋନ ନମ୍ବରରୁ କଲେଜ ଅଧ୍ୟକ୍ଷଙ୍କ ନାମରେ ଫୋନ ଯିବା ସହ ଅଭିଭାବକମାନଙ୍କୁ କଲ କରି ଆସନ୍ତା ଯୁକ୍ତ ଦୁଇ ପରୀକ୍ଷାରେ ସେମାନଙ୍କ ପୁଅ ଝିଅଙ୍କୁ ପାସ କରାଇବା ପାଇଁ […] The post ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍ appeared first on Dharitri Odia News.
ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କଠାରୁ ଅଭିନବ ଉପାୟ ରେ ଅର୍ଥ ଆଦାୟ ପାଇଁ ଉଦ୍ୟମ କରିଥିଲେ ଲୁଟେରା। ଏକ ଅଜଣା ଫୋନ ନମ୍ବରରୁ କଲେଜ ଅଧ୍ୟକ୍ଷଙ୍କ ନାମରେ ଫୋନ ଯିବା ସହ ଅଭିଭାବକମାନଙ୍କୁ କଲ କରି ଆସନ୍ତା ଯୁକ୍ତ ଦୁଇ ପରୀକ୍ଷାରେ ସେମାନଙ୍କ ପୁଅ ଝିଅଙ୍କୁ ପାସ କରାଇବା ପାଇଁ ଫୋନ କରାଯାଇ ପାଞ୍ଚ ହଜାର ଟଙ୍କା ଲେଖାଏ ଦେବା ପାଇଁ କୁହାଯାଇଥିଲା। ଏ ସଂପର୍କରେ ଅଭିଭାବକମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟକ୍ଷ ପ୍ରଭାକର ରାଜୁ ଏ ନେଇ ରାଇକିଆ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଏଭଳି ମିଥ୍ୟା କଲରେ ବିଶ୍ୱାସ ନ କରିବା ପାଇଁ ଏବଂ କୌଣସି ଟଙ୍କା ନ ଦେବା ପାଇଁ ଅନୁରୋଧ କରିଛନ୍ତି।
The post ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍ appeared first on Dharitri Odia News.