ଭିନେଶ ଫୋଗାଟଙ୍କ ସନ୍ୟାସ ସମ୍ପର୍କରେ କାକା ମହାବୀର ଫୋଗଟ କହିଲେ- ଆମେ ସମସ୍ତେ ତାଙ୍କୁ ବୁଝାଇବା

ଚରଖି ଦାଦ୍ରି: ପ୍ୟାରିସ୍ ଅଲିମ୍ପିକରୁ ବାହାର ହେବା ପରେ ଭିନେଶ ଫୋଗାଟ ୮ ଅଗଷ୍ଟ ଗୁରୁବାର ବିଶ୍ୱ ରେସ୍ଲିଂରୁ ତାଙ୍କର ସନ୍ୟାସ ଘୋଷଣା କରିଛନ୍ତି। ଭିନେଶଙ୍କ ଏହି ଘୋଷଣା ପରେ ତାଙ୍କ ଫ୍ୟାନସ୍‌ଙ୍କ ମଧ୍ୟରେ ନୈରାଶ୍ୟ ପ୍ରସରି ଯାଇଛି। ଏଥିରେ ଭିନେଶ ଫୋଗାଟଙ୍କ କାକା ମହାବୀର ଫୋଗାଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ସନ୍ୟାସକୁ ନେଇ ମୁଁ ଭିନେଶ ସହିତ କଥା ହେବି। ମହାବୀର ଫୋଗାଟ କହିଛନ୍ତି ଯେ ତାଙ୍କ ସନ୍ୟାସ ନେଇ ମୋତେ ସକାଳେ ସୂଚନା ମିଳିଥିଲା। ସେ କହିଛନ୍ତି ଯେ ଆମେ ସବୁ ମିଶି ଭିନେଶକୁ ବୁଝେଇବା, ୨୦୨୮ ଅଲିମ୍ପିକକୁ ନେଇ ଆମେ ତାଙ୍କୁ କହିବା। #WATCH | Charkhi Dadri | On Haryana CM's announcement to confer all the benefits to Vinesh Phogat that a silver medalist gets, her uncle Mahavir Phogat says, "It's a good initiative by the CM. He has accepted the fact that she has got the Silver medal. It's a good step and I… pic.twitter.com/Qoc21eTNob— ANI (@ANI) August 8, 2024ମହାବୀର ଫୋଗାଟ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ନିଶ୍ୱାସ ଚାଲୁଥିବ ସେ ପର୍ଯ୍ୟନ୍ତ ମୁଁ କୋଚ୍ ଥିବି। ଏହା ସହିତ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ଏହା ଏକ ଭଲ ପଦକ୍ଷେପ। ଏହି ଘୋଷଣା ପାଇଁ ମୁଁ ହରିୟାଣା ସରକାରଙ୍କୁ ଧନ୍ୟବା

ଭିନେଶ ଫୋଗାଟଙ୍କ ସନ୍ୟାସ ସମ୍ପର୍କରେ କାକା ମହାବୀର ଫୋଗଟ କହିଲେ- ଆମେ ସମସ୍ତେ ତାଙ୍କୁ ବୁଝାଇବା

ଚରଖି ଦାଦ୍ରି: ପ୍ୟାରିସ୍ ଅଲିମ୍ପିକରୁ ବାହାର ହେବା ପରେ ଭିନେଶ ଫୋଗାଟ ୮ ଅଗଷ୍ଟ ଗୁରୁବାର ବିଶ୍ୱ ରେସ୍ଲିଂରୁ ତାଙ୍କର ସନ୍ୟାସ ଘୋଷଣା କରିଛନ୍ତି। ଭିନେଶଙ୍କ ଏହି ଘୋଷଣା ପରେ ତାଙ୍କ ଫ୍ୟାନସ୍‌ଙ୍କ ମଧ୍ୟରେ ନୈରାଶ୍ୟ ପ୍ରସରି ଯାଇଛି। ଏଥିରେ ଭିନେଶ ଫୋଗାଟଙ୍କ କାକା ମହାବୀର ଫୋଗାଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ସନ୍ୟାସକୁ ନେଇ ମୁଁ ଭିନେଶ ସହିତ କଥା ହେବି। ମହାବୀର ଫୋଗାଟ କହିଛନ୍ତି ଯେ ତାଙ୍କ ସନ୍ୟାସ ନେଇ ମୋତେ ସକାଳେ ସୂଚନା ମିଳିଥିଲା। ସେ କହିଛନ୍ତି ଯେ ଆମେ ସବୁ ମିଶି ଭିନେଶକୁ ବୁଝେଇବା, ୨୦୨୮ ଅଲିମ୍ପିକକୁ ନେଇ ଆମେ ତାଙ୍କୁ କହିବା। 


ମହାବୀର ଫୋଗାଟ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ନିଶ୍ୱାସ ଚାଲୁଥିବ ସେ ପର୍ଯ୍ୟନ୍ତ ମୁଁ କୋଚ୍ ଥିବି। ଏହା ସହିତ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ଏହା ଏକ ଭଲ ପଦକ୍ଷେପ। ଏହି ଘୋଷଣା ପାଇଁ ମୁଁ ହରିୟାଣା ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଉଲ୍ଲେଖଯୋଗ୍ୟ ଯେ ଭିନେଶ ଫୋଗାଟଙ୍କ ଲାଗି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରିୟାଣାର ସାହାସୀ ଝିଅ ଭିନେଶ ଫୋଗାଟ ଜୋରଦାର ପ୍ରଦର୍ଶନକରି  ଅଲିମ୍ପିକ ଫାଇନାଲକୁ ପ୍ରବେଶ କରିଥିଲେ। ଯଦିଓ ସେ ଫାଇନାଲ ଖେଳି ପାରି ନାହାନ୍ତି ଆମ ସମସ୍ତଙ୍କ ଲାଗି ସେ ଚାମ୍ପିୟନ ବୋଲି କହିଛନ୍ତି। 


ମୁଖ୍ୟମନ୍ତ୍ରୀ ସୈନୀ ଘୋଷଣା କରି କହିଛନ୍ତି ଯେ ଆମ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ ଭିନେଶ ଫୋଗାଟଙ୍କ ସ୍ୱାଗତ ଓ ଅଭିନନ୍ଦନ ଜଣେ ମେଡାଲିଷ୍ଟଙ୍କ ଭଳି କରାଯିବ। ହରିୟାଣା ସରକାର ଅଲିମ୍ପିକ ରଜତ ପଦକ ବିଜେତାଙ୍କୁ ଯେଉଁ ସମ୍ମାନ, ପୁରସ୍କାର ଓ ସୁବିଧା ଦେଉଛନ୍ତି ଭିନେଶଙ୍କୁ ସେହି ସବୁ ସୁବିଧା ମିଳିବ। ଭିନେଶଙ୍କୁ ନେଇ ଆମେ ଗର୍ବିତ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଲିମ୍ପିକ ୫୦ କେଜି ରେସ୍ଲିଂ ଚାମ୍ପିୟନସିପ୍ ପ୍ରତିଯୋଗୀତା ପୂର୍ବରୁ ଭିନେଶ ଅଧିକ ଓଜନ ଯୋଗୁ ବାଦ ପଡିଛନ୍ତି। ତାଙ୍କ ଓଜନ ମାତ୍ର ୧୦୦ ଗ୍ରାମ ବଢିଯାଇଥିଲା। 


ଭିନେଶ ଓଜନ ହ୍ରାସ ପାଇଁ ରାତି ତମାମ ଉଦ୍ୟମ କରିଥିଲେ। ଏଥିପାଇଁ ସେ ତାଙ୍କ ଚୁଟି ଓ ନଖ ଆଦି କଟାଇଥିଲେ। ଏପରିକି ପୋଷାକକୁ ମଧ୍ୟ ହାଲୁକା କରିଥିଲେ। ଦେହରୁ ରକ୍ତ ନିଗାଡିବା ପରେ ବି ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ହୋଇଯାଇଥିଲା। ଏଣୁ ପ୍ରତିଯୋଗୀତାରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଦିଆଯାଇଥିଲା। ଯାହା ଭିନେଶ ଫୋଗାଟଙ୍କୁ ନିରାଶ କରିଥିବା ବେଳେ ସେ ବିଚଳିତ ହୋଇପଡିଥିଲେ। ତାଙ୍କୁ ପ୍ରତିଯୋଗୀତାରୁ ବାହାର କରି ଦିଆଯାଇଥିଲା।