ଟାଇଟାନିକ୍‌ ଜାହାଜର ସବୁଠୁ ଧନୀ ଯାତ୍ରୀଙ୍କର ଘଡ଼ି, କୋଟି କୋଟିରେ ହେଲା ନିଲାମ

ନୂଆଦିଲ୍ଲୀ ୨୯।୦୪: ଟାଇଟାନିକ୍‌ ଜାହାଜରେ ଯାତ୍ରା କରୁଥିବା ସବୁଠୁ ଧନୀ ଯାତ୍ରୀ । ବର୍ତମାନ ନିଲାମ ହୋଇଛି ତାଙ୍କର ସୁନାର ପକେଟ୍‌ ଘଡି଼ । ଯାହାର ଦାମ୍ ଶୁଣିଲେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି ସୁନାର ଘଣ୍ଟାଟି ବ୍ରିଟେନ୍ରେ ନିଲାମ ହୋଇଛି । ବ୍ୟବସାୟୀ ଜନ୍‌ ଜ୍ୟାକବ୍‌ ଏଷ୍ଟର ଚତୁର୍ଥଙ୍କର ଏହି ଘଣ୍ଟା । ଯାହା ବର୍ତ୍ତମାନ ୧୨ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି । ଏହାକୁ ଆମେରିକାର ଜଣେ ଘରୋଇ ସଂଗ୍ରାହକ କିଣିଛନ୍ତି । ରିପୋର୍ଟ ମୁତାବକ ଜାହାଜ ବୁଡିବା ବେଳେ ଏଷ୍ଟର ଏବଂ ତାଙ୍କ ଗର୍ଭବତୀ ପତ୍ନୀ ଜାହାଜରେ ଥିଲେ । ସେ ଲାଇଫ୍‌ବୋଟ୍‌ ଜରିଆରେ ପତ୍ନୀଙ୍କୁ ପ୍ରଥମେ ପଠାଇ ଦେଇଥିଲେ । ନିଜେ ଜାହାଜରେ ରହିଯାଇଥିଲେ । ଟାଇଟାନିକ୍‌ ଡୁବିବାର ପ୍ରାୟ ଏକ ସପ୍ତାହ ପରେ ସମୁଦ୍ରରୁ ଜନ୍‌ଙ୍କର ଶବ ମିଳିଲା । ସେତେବେଳେ ତାଙ୍କ ପକେଟ୍‌ରେ ଏକ ସୁନାର ପକେଟ୍‌ ଘଡ଼ି ଥିଲା ।  ଯାହା ବର୍ତ୍ତମାନ ନିଲାମ ହୋଇଛି । ଏହି ଦାମ୍ ଟାଇଟନିକ୍ ଜାହାଜରୁ ମିଳିଥିବା ଅନ୍ୟ ଜିନିଷଠାରୁ ଅଧିକ । ୧୧୨ ବର୍ଷ ପୂର୍ବରୁ ବୁଡି ଯାଇଥିବା ଟାଇଟନିକରେ ଜାହାଜରେ ଜନ୍ ଥିଲେ ସବୁଠାରୁ ଧନୀ ବ୍ୟକ୍ତି । ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୨୫ କୋଟି ଥିଲା ।ଏହା ପୂର୍ବରୁ ଟାଇଟାନିକ୍‌ ଜାହାଜ ବୁଡି଼ବା ସମୟରେ ଭୟଭୀତ ଯାତ୍ରୀମାନଙ୍କୁ ଶାନ୍ତ କରିବା ଲାଗି ଯେଉଁ ଭାଓଲିନ୍‌ ବଜାଯାଇଥିଲା ତାହା ୨୦୧୩ରେ ନିଲାମ ହୋଇଥିଲା ।

ଟାଇଟାନିକ୍‌ ଜାହାଜର ସବୁଠୁ ଧନୀ ଯାତ୍ରୀଙ୍କର ଘଡ଼ି, କୋଟି କୋଟିରେ ହେଲା ନିଲାମ

ନୂଆଦିଲ୍ଲୀ ୨୯।୦୪: ଟାଇଟାନିକ୍‌ ଜାହାଜରେ ଯାତ୍ରା କରୁଥିବା ସବୁଠୁ ଧନୀ ଯାତ୍ରୀ । ବର୍ତମାନ ନିଲାମ ହୋଇଛି ତାଙ୍କର ସୁନାର ପକେଟ୍‌ ଘଡି଼ । ଯାହାର ଦାମ୍ ଶୁଣିଲେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି ସୁନାର ଘଣ୍ଟାଟି ବ୍ରିଟେନ୍ରେ ନିଲାମ ହୋଇଛି । ବ୍ୟବସାୟୀ ଜନ୍‌ ଜ୍ୟାକବ୍‌ ଏଷ୍ଟର ଚତୁର୍ଥଙ୍କର ଏହି ଘଣ୍ଟା । 

ଯାହା ବର୍ତ୍ତମାନ ୧୨ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି । ଏହାକୁ ଆମେରିକାର ଜଣେ ଘରୋଇ ସଂଗ୍ରାହକ କିଣିଛନ୍ତି । ରିପୋର୍ଟ ମୁତାବକ ଜାହାଜ ବୁଡିବା ବେଳେ ଏଷ୍ଟର ଏବଂ ତାଙ୍କ ଗର୍ଭବତୀ ପତ୍ନୀ ଜାହାଜରେ ଥିଲେ । ସେ ଲାଇଫ୍‌ବୋଟ୍‌ ଜରିଆରେ ପତ୍ନୀଙ୍କୁ ପ୍ରଥମେ ପଠାଇ ଦେଇଥିଲେ । ନିଜେ ଜାହାଜରେ ରହିଯାଇଥିଲେ । 

ଟାଇଟାନିକ୍‌ ଡୁବିବାର ପ୍ରାୟ ଏକ ସପ୍ତାହ ପରେ ସମୁଦ୍ରରୁ ଜନ୍‌ଙ୍କର ଶବ ମିଳିଲା । ସେତେବେଳେ ତାଙ୍କ ପକେଟ୍‌ରେ ଏକ ସୁନାର ପକେଟ୍‌ ଘଡ଼ି ଥିଲା ।  ଯାହା ବର୍ତ୍ତମାନ ନିଲାମ ହୋଇଛି । ଏହି ଦାମ୍ ଟାଇଟନିକ୍ ଜାହାଜରୁ ମିଳିଥିବା ଅନ୍ୟ ଜିନିଷଠାରୁ ଅଧିକ । ୧୧୨ ବର୍ଷ ପୂର୍ବରୁ ବୁଡି ଯାଇଥିବା ଟାଇଟନିକରେ ଜାହାଜରେ ଜନ୍ ଥିଲେ ସବୁଠାରୁ ଧନୀ ବ୍ୟକ୍ତି । ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୨୫ କୋଟି ଥିଲା ।

ଏହା ପୂର୍ବରୁ ଟାଇଟାନିକ୍‌ ଜାହାଜ ବୁଡି଼ବା ସମୟରେ ଭୟଭୀତ ଯାତ୍ରୀମାନଙ୍କୁ ଶାନ୍ତ କରିବା ଲାଗି ଯେଉଁ ଭାଓଲିନ୍‌ ବଜାଯାଇଥିଲା ତାହା ୨୦୧୩ରେ ନିଲାମ ହୋଇଥିଲା । ନିଲାମୀ ଆରମ୍ଭ ହେବାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ଭାଓଲିନ୍‌ଟି ସାଢ଼େ ୯ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏ ସଂପର୍କରେ ନିଲାମକର୍ତ୍ତା ଆଣ୍ଡ୍ରୁ କହିଛନ୍ତି, ଲୋକମାନେ ଆଜି ମଧ୍ୟ ଟାଇଟାନିକ୍‌ର କାହାଣୀକୁ ନେଇ ଉତ୍ସାହିତ ରହିଥାନ୍ତି । ଏହି ନିଲାମୀ ତାର ପ୍ରମାଣ ।

୧୯୧୨ ମସିହା ଏପ୍ରିଲ ୧୦ ତାରିଖରେ ସେ ସମୟରେ ସବୁଠୁ ବଡ଼ ଜାହାଜ ଟାଇଟାନିକ୍‌ ନିଜର ପ୍ରଥମ ଯାତ୍ରାରେ ବାହାରିଥିଲା । ତେବେ ଯାତ୍ରା ଆରମ୍ଭ କରିବାର ଚତୁର୍ଥ ଦିନ ଅର୍ଥାତ୍‌ ଏପ୍ରିଲ ୧୪-୧୫ ତାରିଖ ରାତିରେ ତାହା ଆଟଲାଣ୍ଟିକ୍‌ ମହାସାଗରରେ ବରଫର ଏକ ପାହାଡ଼ ସହିତ ପିଟି ହୋଇଯାଇଥିଲା । ଏହାପରେ ଜାହାଜଟି ବୁଡି଼ଯାଇଥିଲା । ଏଥିଯୋଗୁ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।