କାହିଁକି ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ନୋଟିସ, ଜାଣନ୍ତୁ ପୁରା ଘଟଣା

କଟକ,୨୯।୭: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି। ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ସୁକିନ୍ଦା ନର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ତେବେ ସେ ସତ୍ୟପାଠରେ ଅପରାଧିକ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା । ପୂର୍ବତନ ସୁକିନ୍ଦା ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ଏହି ଅଭିଯୋଗ ଆଣିଥିଲେ। ଆସନ୍ତା ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। The post କାହିଁକି ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ନୋଟିସ, ଜାଣନ୍ତୁ ପୁରା ଘଟଣା appeared first on Dharitri Odia News.

କାହିଁକି ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ନୋଟିସ, ଜାଣନ୍ତୁ ପୁରା ଘଟଣା

କଟକ,୨୯।୭: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି। ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ସୁକିନ୍ଦା ନର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ତେବେ ସେ ସତ୍ୟପାଠରେ ଅପରାଧିକ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା । ପୂର୍ବତନ ସୁକିନ୍ଦା ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ଏହି ଅଭିଯୋଗ ଆଣିଥିଲେ। ଆସନ୍ତା ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

The post କାହିଁକି ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ନୋଟିସ, ଜାଣନ୍ତୁ ପୁରା ଘଟଣା appeared first on Dharitri Odia News.