ଇଞ୍ଜିନିୟରିଂ ଚାକିରି ଛାଡ଼ିଥିଲେ ଗଣେଶ ରାମ
ବାରିପଦା,୧୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଯଶିପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ନବଗଠିତ ରାଜ୍ୟ ଭାଜପା ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଭାବେ ସ୍ଥାନ ପାଇଛନ୍ତି। ଏନେଇ ନିର୍ବାଚନମଣ୍ଡଳୀରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଯଶିପୁର ବ୍ଳକ ଅଧୀନ ଅସ୍ତକୁଅଁର ପଞ୍ଚାୟତର ବଳରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଗଣେଶ ରାମଙ୍କ ପିତା ହେଉଛନ୍ତି ସ୍ବର୍ଗତ ଲକ୍ଷ୍ମଣ ସିଂ ଖୁଣ୍ଟିିଆ। ବଳରାମପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ଗଣେଶରାମ ୧୯୯୦ରେ ମାଟ୍ରିକ ପାସ୍ କରିଥିଲେ। […] The post ଇଞ୍ଜିନିୟରିଂ ଚାକିରି ଛାଡ଼ିଥିଲେ ଗଣେଶ ରାମ appeared first on Dharitri Odia News.
ବାରିପଦା,୧୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଯଶିପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ନବଗଠିତ ରାଜ୍ୟ ଭାଜପା ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଭାବେ ସ୍ଥାନ ପାଇଛନ୍ତି। ଏନେଇ ନିର୍ବାଚନମଣ୍ଡଳୀରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଯଶିପୁର ବ୍ଳକ ଅଧୀନ ଅସ୍ତକୁଅଁର ପଞ୍ଚାୟତର ବଳରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଗଣେଶ ରାମଙ୍କ ପିତା ହେଉଛନ୍ତି ସ୍ବର୍ଗତ ଲକ୍ଷ୍ମଣ ସିଂ ଖୁଣ୍ଟିିଆ। ବଳରାମପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ଗଣେଶରାମ ୧୯୯୦ରେ ମାଟ୍ରିକ ପାସ୍ କରିଥିଲେ। ପରେ କଟକ ସ୍ଥିତ ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜରୁ ୧୯୯୪ରେ ଡିପ୍ଲୋମା ପାସ୍ କରିଥିଲେ। ୧୯୯୯ରେ ଗଣେଶ ଇଞ୍ଜିନିୟର ଭାବେ ଭୁବନେଶ୍ୱର ପୂର୍ତ୍ତ ବିଭାଗରେ ଚାକିରି ପାଇଥିଲେ। ସେହିବର୍ଷ ସେ ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକକୁ ବଦଳି ହୋଇ ୧୨ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଇଞ୍ଜିନିୟରିଂ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିଲେ। ୨୦୧୯ରେ ଭାଜପା ଟିକେଟରେ ଯଶିପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚକ୍ରଧର ହେମ୍ବ୍ରମଙ୍କୁ ପରାଜିତକରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଜଣେ ଦକ୍ଷ ରାଜନେତା ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ। ଶିମିଳିପାଳ ବନାଞ୍ଚଳ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକରେ ଗମନାଗମନ, ବିଦ୍ୟୁତ୍ ସେବା ଏବଂ ପାନୀୟ ଜଳ ଯୋଗାଣକୁ ନେଇ ସେ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର ଓ ପୈତୃକ ଘର ଯଶିପୁର ନିର୍ବାଚନମଣ୍ଡଳୀ ଅଧୀନରେ ରହୁଥିବାରୁ ଅଞ୍ଚଳର ବିକାଶ ନିମନ୍ତେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରାଯାଇଥିବା ଆଲୋଚନା ହେଉଛି।
The post ଇଞ୍ଜିନିୟରିଂ ଚାକିରି ଛାଡ଼ିଥିଲେ ଗଣେଶ ରାମ appeared first on Dharitri Odia News.