ଗାନ୍ଧୀ ଜୟନ୍ତୀରେ ସଫେଇ କାର୍ଯ୍ୟକ୍ରମ: ସାମିଲ ହେଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ):ଆଜି ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜନ୍ମଦିବସ। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ଦିବସ ପାଳନ କରାଯାଇଛି। ସେହିପରି ଦାରିଙ୍ଗବାଡି ପ୍ରଶାସନ ପକ୍ଷରୁ ମଧ୍ୟ ଦାରିଙ୍ଗବାଡି ବଜାର ମଧ୍ୟରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବର, ସିଡିପିଓ […] The post ଗାନ୍ଧୀ ଜୟନ୍ତୀରେ ସଫେଇ କାର୍ଯ୍ୟକ୍ରମ: ସାମିଲ ହେଲେ ଛାତ୍ରୀଛାତ୍ର appeared first on Dharitri Odia News.
ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ):ଆଜି ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜନ୍ମଦିବସ। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ଦିବସ ପାଳନ କରାଯାଇଛି। ସେହିପରି ଦାରିଙ୍ଗବାଡି ପ୍ରଶାସନ ପକ୍ଷରୁ ମଧ୍ୟ ଦାରିଙ୍ଗବାଡି ବଜାର ମଧ୍ୟରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବର, ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା ଙ୍କ ସମେତ ସରକାରୀ କର୍ମଚାରି ଓ ବେସରକାରୀ କର୍ମଚାରୀ ସଫେଇରେ ସାମିଲ ହୋଇଛନ୍ତି। ସେହିପରି ସେମାନଙ୍କ ମଧ୍ୟରେ ଛାତ୍ରୀଛାତ୍ରମାନେ ମଧ୍ୟ ସଫେଇରେ ସାମିଲ ହୋଇଥିଲେ ଦାରିଙ୍ଗବାଡିର ଚାରିଛକ, ସୁବିଧା କେନ୍ଦ୍ର ସମେତ ବିଭିନ୍ନ ସ୍ଥାନରେ ଏହି ସଫେଇ କରାଯିବା ସହ ଲୋକଙ୍କୁ ସଛତା ରଖିବା ପାଇଁ ନିବେଦନ କରାଯାଇଛି ସପ୍ତାହକୁ ଅତି କମରେ ୨ ଘଣ୍ଟା ସଫା କରିବାକୁ ବିଡ଼ିଓ ଲୋକଙ୍କୁ ନିବେଦନ କରିଥିଲେ।
The post ଗାନ୍ଧୀ ଜୟନ୍ତୀରେ ସଫେଇ କାର୍ଯ୍ୟକ୍ରମ: ସାମିଲ ହେଲେ ଛାତ୍ରୀଛାତ୍ର appeared first on Dharitri Odia News.