ଲେଖିପଢ଼ି ଜାଣିନାହାନ୍ତି ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ, ରଦ୍ଦ ହେଲା ସଭ୍ୟପଦ

ଅମରପାଲି,୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମ୍ନା ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଏନେଇ ବୀରମହାରାଜପୁର ଦଓ୍ବୋନି ଅଦାଲତରେ ନ୍ୟାୟ ପ୍ରକାଶ ପାଇଛି। ନ୍ୟାୟଧୀଶ ରାଜଶ୍ରୀ ପଟ୍ଟନାୟକ ଏହି ମାମଲାର ବିଚାର କରି ଏହି ନ୍ୟାୟ ଘୋଷଣା କରିଛନ୍ତି। ସରପଞ୍ଚ ସୂର୍ଯ୍ୟକାନ୍ତି ଲେଖି ପଢ଼ି ଜାଣି ନ ଥିବାରୁ କୋର୍ଟ ଏହାର ବିଚାର କରି ଏହି ନ୍ୟାୟ ପ୍ରଦାନ କରିଛନ୍ତି। ସୂଚନାନୁସାରେ ଗତ ନିର୍ବାଚନରେ ନିମ୍ନା ପଞ୍ଚାୟତରେ ସରପଞ୍ଚ […] The post ଲେଖିପଢ଼ି ଜାଣିନାହାନ୍ତି ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ, ରଦ୍ଦ ହେଲା ସଭ୍ୟପଦ appeared first on Dharitri Odia News.

ଲେଖିପଢ଼ି ଜାଣିନାହାନ୍ତି ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ, ରଦ୍ଦ ହେଲା ସଭ୍ୟପଦ

ଅମରପାଲି,୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମ୍ନା ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଏନେଇ ବୀରମହାରାଜପୁର ଦଓ୍ବୋନି ଅଦାଲତରେ ନ୍ୟାୟ ପ୍ରକାଶ ପାଇଛି। ନ୍ୟାୟଧୀଶ ରାଜଶ୍ରୀ ପଟ୍ଟନାୟକ ଏହି ମାମଲାର ବିଚାର କରି ଏହି ନ୍ୟାୟ ଘୋଷଣା କରିଛନ୍ତି। ସରପଞ୍ଚ ସୂର୍ଯ୍ୟକାନ୍ତି ଲେଖି ପଢ଼ି ଜାଣି ନ ଥିବାରୁ କୋର୍ଟ ଏହାର ବିଚାର କରି ଏହି ନ୍ୟାୟ ପ୍ରଦାନ କରିଛନ୍ତି।
ସୂଚନାନୁସାରେ ଗତ ନିର୍ବାଚନରେ ନିମ୍ନା ପଞ୍ଚାୟତରେ ସରପଞ୍ଚ ପଦ ଅନୁସୂଚିତ ଜାତି ( ମହିଳା) ପାଇଁ ସଂରକ୍ଷିତ ହୋଇଥିଲା। ନିର୍ବାଚନରେ ସୂର୍ଯ୍ୟକାନ୍ତି ବିଜୟୀ ହୋଇଥିବା ବେଳେ ପ୍ରମୋଦିନୀ ଝଙ୍କାର ଦିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ମାତ୍ର ସୂର୍ଯ୍ୟକାନ୍ତି ନବମ ପଢ଼ି ଥିବା ସତ୍ୟପାଠରେ ଉଲ୍ଲେଖ କରିଥିଲେ। ସୂର୍ଯ୍ୟକାନ୍ତି ଲେଖି ପଢ଼ି ଜାଣି ନ ଥିବା ସହ ମିଥ୍ୟା ସତ୍ୟ ପାଠ କରିଥିବା ପ୍ରମୋଦିନୀ ଅଭିଯୋଗ କରିଥିଲେ। ବିଚାର ସମୟରେ ସୂର୍ଯ୍ୟକାନ୍ତି ପଞ୍ଚମ ପାସ୍‌ ପ୍ରମାଣପତ୍ର ଦାଖଲ କରିଥିଲେ। ମାତ୍ରେ ସେ ଲେଖି ପଢ଼ି ଜାଣି ନ ଥିବାରୁ ମାନ୍ୟବର କୋର୍ଟ ତାଙ୍କୁ ଅସିଦ୍ଧି ଘୋଷଣା କରିଛନ୍ତି। ନିର୍ବାଚନରେ ପରାଜିତ ହୋଇ ଦିତୀୟ ସ୍ଥାନରେ ଥିବା ପ୍ରମୋଦିନୀ ଝଙ୍କାରଙ୍କୁ ସରପଞ୍ଚ ପଦ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁରେନ୍ଦ୍ର ତ୍ରିପାଠୀ ଓ ସୁବ୍ରତ ମିଶ୍ର ମାମଲା ପରିଚାଳନା କରିଥିଲେ।

The post ଲେଖିପଢ଼ି ଜାଣିନାହାନ୍ତି ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ, ରଦ୍ଦ ହେଲା ସଭ୍ୟପଦ appeared first on Dharitri Odia News.