ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…

ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର ବିମାନ ରାଞ୍ଚିରେ ପହଞ୍ଚିଛି। ବିଧାୟକମାନେ ସର୍କିଟ୍‌ ହାଉସ୍‌ରେ ଉପସ୍ଥିତ ଥିବା ବେଳେ ଜେଏମ୍‌ଏମ୍‌ର ୪ ବିଧାୟକଙ୍କ ଖୋଜ ଖବର ମିଳୁନାହିଁ। ଏଭଳି ସ୍ଥିତିରେ ରାଜ୍ୟପାଳ ସି ପି ରାଧାକୃଷ୍ଣନ ଚମ୍ପାଇ ସୋରେନଙ୍କୁ ୫.୩୦ରେ ଭେଟିବାକୁ ସମୟ ଦେଇଛନ୍ତି। ପୂର୍ବରୁ ଚମ୍ପାଇ ଦିନରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଠନ […] The post ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ… appeared first on Dharitri Odia News.

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…

ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର ବିମାନ ରାଞ୍ଚିରେ ପହଞ୍ଚିଛି। ବିଧାୟକମାନେ ସର୍କିଟ୍‌ ହାଉସ୍‌ରେ ଉପସ୍ଥିତ ଥିବା ବେଳେ ଜେଏମ୍‌ଏମ୍‌ର ୪ ବିଧାୟକଙ୍କ ଖୋଜ ଖବର ମିଳୁନାହିଁ। ଏଭଳି ସ୍ଥିତିରେ ରାଜ୍ୟପାଳ ସି ପି ରାଧାକୃଷ୍ଣନ ଚମ୍ପାଇ ସୋରେନଙ୍କୁ ୫.୩୦ରେ ଭେଟିବାକୁ ସମୟ ଦେଇଛନ୍ତି। ପୂର୍ବରୁ ଚମ୍ପାଇ ଦିନରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଠନ ସମ୍ବନ୍ଧରେ ସ୍ଥିତି ସ୍ପଷ୍ଟ କରିବାକୁ କହିଥିଲେ।

ଗୋଟିଏ ପଟେ ସରକାର ଗଠନ ଲାଗି ଡାକରା ମିଳିଥିବା ବେଳେ ବିଧାୟକ ଗାଏବ ହେବାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ରାଜ୍ୟରେ କିଛି ରାଜନୈତିକ ଖେଳ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ଏହାକୁ ନେଇ ମହାମେଣ୍ଟ ଆକ୍ଟିଭ୍‌ ହୋଇଛି। ବିଧାୟକମାନଙ୍କୁ ଏକତ୍ରିତ କରାଯାଉଛି।

ପ୍ରକାଶ ଯେ, ବୁଧବାର ହେମନ୍ତ ସୋରେନ୍‌ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସ୍ଥିତର କରାଯାଇଥିଲା। ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିବା ଦଳ କହିଥିଲା। ଏହାପରେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରାଯାଇଥିଲା।

The post ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ… appeared first on Dharitri Odia News.