GISକୁ ବନ୍ଦ କରିଦେଲା EPFO: ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ, କାହିଁକି ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା…
ନୂଆଦିଲ୍ଲୀ,୨୮।୬: କମର୍ର୍ଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍ଓ) ୨୦୧୩ ସେପ୍ଟେମ୍ବର ପହିଲାରୁ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ ଗ୍ରୁପ୍ ଇନ୍ସୁରାନ୍ସ ସ୍କିମ(ଜିଆଇଏସ୍) ଲାଗି କଟୁଥିବା ଟଙ୍କାକୁ ତତ୍କାଳ ପ୍ରଭାବ ସହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜୁନ୍ ୨୧,୨୦୨୪ରେ ଜାରି ସର୍କୁଲାରରେ କୁହାଯାଇଛି ଯେ ୦୧.୦୯.୨୩ ପରେ ଇପିଏଫ୍ଓରେ ସାମିଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ଦରମାରୁ ଜିଆଇଏସ୍ ପାଇଁ କଟୁଥିବା ଟଙ୍କାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ନିଷ୍ପତ୍ତିର ପ୍ରଭାବ ସମସ୍ତ ସରକାରୀ କର୍ମଚାରୀଙ୍କ […] The post GISକୁ ବନ୍ଦ କରିଦେଲା EPFO: ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ, କାହିଁକି ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା… appeared first on Dharitri Odia News.
ନୂଆଦିଲ୍ଲୀ,୨୮।୬: କମର୍ର୍ଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍ଓ) ୨୦୧୩ ସେପ୍ଟେମ୍ବର ପହିଲାରୁ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ ଗ୍ରୁପ୍ ଇନ୍ସୁରାନ୍ସ ସ୍କିମ(ଜିଆଇଏସ୍) ଲାଗି କଟୁଥିବା ଟଙ୍କାକୁ ତତ୍କାଳ ପ୍ରଭାବ ସହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜୁନ୍ ୨୧,୨୦୨୪ରେ ଜାରି ସର୍କୁଲାରରେ କୁହାଯାଇଛି ଯେ ୦୧.୦୯.୨୩ ପରେ ଇପିଏଫ୍ଓରେ ସାମିଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ଦରମାରୁ ଜିଆଇଏସ୍ ପାଇଁ କଟୁଥିବା ଟଙ୍କାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହି ନିଷ୍ପତ୍ତିର ପ୍ରଭାବ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ ନାହିଁ। ଯେଉଁମାନେ ୨୦୧୩ ସେପ୍ଟେମ୍ବର ପହିଲା ପରେ ଚାକିରିରେ ଯୋଗ ଦେଇଛନ୍ତି ସେମାନେ ହିଁ ପ୍ରଭାବିତ ହେବେ। କାରଣ ସେମାନେ ଏବେ ଜିଆଇଏସ୍ ଅନ୍ତର୍ଗତ ସୁବିଧା ପାଇପାରିବେ ନାହିଁ। ପୂର୍ବରୁ ତାଙ୍କ ଦରମାରୁ କଟିଥିବା ଟଙ୍କା ଫେରସ୍ତ କରିଦିଆଯିବ।
ଯେଉଁ କର୍ମଚାରୀଙ୍କ ଜିଆଇଏସ୍ ବନ୍ଦ କରିଦିଆଯିବ, ସେମାନଙ୍କ ମୋଟ ଇନ୍ହ୍ୟାଣ୍ଡ ସାଲାରି ବଢ଼ିଯାଇପାରେ। ଏଣୁ ତାଙ୍କ ଆକାଉଣ୍ଟକୁ ପୂର୍ବ ଦରମାରୁ ଅଧିକ ରାଶି ଆସିବ।
ଜିଆଇଏସ୍ କ’ଣ?
୧୯୮୨, ଜାନୁଆରୀ ପହିଲାରୁ ଜିଆଇଏସ୍କୁ କେନ୍ଦ୍ରୀୟ ସରକାର କର୍ମଚାରୀ ସମୂହ ବିମା ଯୋଜନା ୧୯୮୦ ନାମରେ ଲାଗୁ କରାଯାଇଥିଲା। ଏହା ଇପିଏଫ୍ଓ ଅନ୍ତର୍ଗତ ଏକ ସାମାଜିକ କଲ୍ୟାଣ ଯୋଜନା, ଏହାକୁ ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅନୁଯାୟୀ ଚଳାଯାଇଥାଏ। ଶ୍ରମିକମାନଙ୍କୁ ସାମାଜିକ ତଥା ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରସ୍ତୁତ ପ୍ରଣାଳୀ ଅନୁଯାୟୀ ସଦସ୍ୟ ଏବଂ ପେନସନଭୋଗୀଙ୍କ ସହଜ ଜୀବନଯାପନକୁ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ।
The post GISକୁ ବନ୍ଦ କରିଦେଲା EPFO: ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ, କାହିଁକି ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା… appeared first on Dharitri Odia News.