ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଦିନକୁ ଦିନ ଲଜ୍ଜାକର ଘଟଣା ସବୁ ଘଟୁଥିବାର ନଜର ଆସୁଛି। ଏହି କିଛିଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପରେ ଯାଜପୁରର ବରୀ ଅଞ୍ଚଳ ଏବଂ ପୁଣି କେନ୍ଦୁଝର ଜିଲାରେ ଜଣେ ଛାତ୍ରୀ ଗର୍ଭବତୀ ହେବା ଚର୍ଚ୍ଚାର ବିଷୟ ହୋଇଛି। ଚମ୍ପୁଆସ୍ଥିତ ଏକ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଏକ ହାଇସ୍କୁଲରେ  ୧୨ ବର୍ଷର ୬ଷ୍ଠ ଶ୍ରେଣୀରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା […] The post ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ appeared first on Dharitri Odia News.

ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଦିନକୁ ଦିନ ଲଜ୍ଜାକର ଘଟଣା ସବୁ ଘଟୁଥିବାର ନଜର ଆସୁଛି। ଏହି କିଛିଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପରେ ଯାଜପୁରର ବରୀ ଅଞ୍ଚଳ ଏବଂ ପୁଣି କେନ୍ଦୁଝର ଜିଲାରେ ଜଣେ ଛାତ୍ରୀ ଗର୍ଭବତୀ ହେବା ଚର୍ଚ୍ଚାର ବିଷୟ ହୋଇଛି। ଚମ୍ପୁଆସ୍ଥିତ ଏକ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଏକ ହାଇସ୍କୁଲରେ  ୧୨ ବର୍ଷର ୬ଷ୍ଠ ଶ୍ରେଣୀରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ତେବେ ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ପରେ ଡାକ୍ତରୀ ପରୀକ୍ଷାରେ ନେଗେଟିଭ ବାହାରିଥିବା ତଦନ୍ତରେ ଜଣାପଡ଼ିବ ପରେ ଘଟଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ପ୍ରକାଶ ଯେ , ଚଳିତ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଛୁଟିରେ ଝିଅଟି ନିଜ ଘରକୁ ଯାଇଥିଲା। ସେଠାରୁ ସ୍କୁଲକୁ ଫେରିବା ପରେ ୨୫ ଫେବୃଆରୀରେ ଏଏନ୍‌ଏମ୍‌ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ମାସିକ ଋତୁସ୍ରାବ ହୋଇ ନ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଏହା ପରେ ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଗର୍ଭଧାରଣ ପରୀକ୍ଷା କରାଯାଇଥିଲା ଏବଂ ଜଣଙ୍କ ରିପୋର୍ଟ ପଜିଟିଭ ମିଳିଥିଲା।

ଏହି ଘଟଣା ପରେ ବିଭାଗୀୟ ଅଧିକାରୀମାନେ ସ୍କୁଲ ପରିଦର୍ଶନ କରିବା ସହ ଏନେଇ ଥାନାରେ ରିପୋର୍ଟ କରିବାକୁ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ। ପ୍ରଧାନଶିକ୍ଷକ ଘଟଣା ନେଇ ଚମ୍ପୁଆ ଥାନାରେ ଶୁକ୍ରବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୩୯ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
କେନ୍ଦୁଝରରୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଉଚ୍ଚ ଅଧିକାରୀଙ୍କ ଆଦେଶ କ୍ରମେ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ପୋଲିସ ତଦନ୍ତ ବେଳେ ଛାତ୍ରୀ ଜଣଙ୍କ ପୁଣି ମେଡ଼ିକାଲ ପରୀକ୍ଷା କରିବା ବେଳେ ରିପୋର୍ଟ ନେଗେଟିଭ ମିଳିଥିଲା। କେନ୍ଦୁଝରରେ ଭୁଲ୍‌ (ପଜିଟିଭ) ରିପୋର୍ଟ ଯୋଗୁ ଘଟଣା ପ୍ରସାରିତ ହୋଇଥିଲା। ତେବେ ପୋଲିସ ତଦନ୍ତ ପରେ ସବୁ କିଛି ଜଣାପଡ଼ିବ ବୋଲି ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ମଦନ ମହାନ୍ତ କହିଛନ୍ତି।

ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ କହିଛନ୍ତି। ତେବେ ଜିଲା ମୁଖ୍ୟାଳୟରେ କିଭଳି ପଜିଟିଭ ବାହାରିଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏଭଳି ସମ୍ବେଦନଶୀଳ ଘଟଣାର ପଜିଟିଭ ରିପୋର୍ଟ ବାହାରିବା ଫଳରେ ଥାନାରେ ମାମଲା ରୁଜୁ ହୋଇଥିଲା ଏବଂ ପ୍ରଚାର ହୋଇଥିଲା।

ଏନେଇ ଚମ୍ପୁଆ ଥାନା ଅଧିକାରିଣୀ ଦେବକୀ ନାୟକ କହିଛନ୍ତି ଯେ, ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ତେବେ ଡାକ୍ତରୀ ପରୀକ୍ଷାରେ ନେଗେଟିଭ ବାହାରିଥିବା ଜଣାପଡ଼ିଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ।

The post ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ appeared first on Dharitri Odia News.