ପୁଅ ଅବାଟରେ ଯିବାରୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟାକଲେ ବାପା

ମୁମ୍ବାଇ,୨।୨: ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯେତେ ବୁଝାଶୁଝା ପରେ ମଧ୍ୟ ପୁଅ ଅବାଟରେ ଯିବାରୁ ବାପା ୧୪ ବର୍ଷ ପୁଅଙ୍କୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ୧୪ ବର୍ଷର ନାବାଳକ ପୁଅ ସ୍କୁଲରେ ପଢୁଥିଲେ। ହେଲେ ସେ ଛାତ୍ରୀମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ। ପରିବାର ଲୋକେ ଏହା ଜାଣି ପୁଅକୁ ଆକଟ କରୁଥିଲେ। ହେଲେ ପୁଅ […] The post ପୁଅ ଅବାଟରେ ଯିବାରୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟାକଲେ ବାପା appeared first on Dharitri Odia News.

ପୁଅ ଅବାଟରେ ଯିବାରୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟାକଲେ ବାପା

ମୁମ୍ବାଇ,୨।୨: ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯେତେ ବୁଝାଶୁଝା ପରେ ମଧ୍ୟ ପୁଅ ଅବାଟରେ ଯିବାରୁ ବାପା ୧୪ ବର୍ଷ ପୁଅଙ୍କୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ୧୪ ବର୍ଷର ନାବାଳକ ପୁଅ ସ୍କୁଲରେ ପଢୁଥିଲେ। ହେଲେ ସେ ଛାତ୍ରୀମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ। ପରିବାର ଲୋକେ ଏହା ଜାଣି ପୁଅକୁ ଆକଟ କରୁଥିଲେ। ହେଲେ ପୁଅ କୌଣସି କଥା ମାନୁ ନ ଥିଲେ। ଏପରିକି ସ୍କୁଲ ପ୍ରିନ୍ସିପାଲ ମଧ୍ୟ ପରିବାର ଲୋକଙ୍କୁ ଡାକି ପୁଅ କାରନାମା ସମ୍ପର୍କରେ ଅବଗତ କରାଇବା ସହ ତାଗିଦ କରିଥିଲେ। ଏହିପରି ବାରମ୍ବାର ନିନ୍ଦା ଅପବାଦ ଶୁଣି ପୁଅକୁ ରାସ୍ତାରୁ ହଟାଇଦେବାକୁ ବାପା ଏକପ୍ରକାର ଯୋଜନା କରିଥିଲେ।

ଯୋଜନା ମୁତାବକ, ବାପା ବିଜୟ ଦିନେ ବଜାର ବୁଲାଇନେବାକୁ ପୁଅକୁ ବାଇକ୍‌ରେ ନେଇ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ବିଷ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ସେଠାରେ ପୁଅର ମୃତ୍ୟୁ ହୋଇଯିବା ପରେ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ମୃତଦେହ ଫିଙ୍ଗି ଚାଲିଆସିଥିଲେ। ପରେ ସେ ଥାନାକୁ ଆସି ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଖୋଜାଖୋଜି ପରେ ଗୋଟିଏ ମୃତଦେହ ଉଦ୍ଧାର କରିଥିଲା। ବାପା ବିଜୟ ତାହା ନିଜ ପୁଅର ମୃତଦେହ ବୋଲି ଚିହ୍ନଟ କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ବିଷକ୍ରିୟା ଯୋଗୁ ନାବାଳକଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଥିଲା। ହେଲେ ପୋଲିସ ବାପା ବିଜୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ପରେ ସେ ସବୁ ସତକଥା ମାନିଯାଇଥିଲେ। ଏପରିକି ପୁଅଙ୍କୁ ବିଷ ଦେଇ ହତ୍ୟା କରିଥିବା ସେ ସ୍ବୀକାର କରିଥିଲେ।

The post ପୁଅ ଅବାଟରେ ଯିବାରୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟାକଲେ ବାପା appeared first on Dharitri Odia News.