ସୁକ୍‌ମା ପୋଲିସକୁ ବଡ଼ ସଫଳତା; ୬ଜଣ ମାଓବାଦୀ ଗିରଫ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି; ଛତିଶଗଡ ସୀମାନ୍ତ ସୁକମାରେ ପୋଲିସକୁ ବଡ଼ ସଫଳତା । CRPF ଏବଂ କୋବ୍ରା ଯବାନଙ୍କ କୁମ୍ବି ଅପରେସନ ୬ଜଣ ନକ୍ସଲ ଗିରଫ ।  ଏହା ସହିତା ସେମାନଙ୍କ ଠାରୁ ବିପୁଳ ପରିମାଣ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । ସୋମବାର ସକାଳୁ ଏହି ଘଟଣା ଘଟିଛି । ସୁକମା ଜଙ୍ଗଲରେ କିଛି ମାଓବାଦୀ ମେଳି କରୁଥିବା ବେଳେ ପୋଲିସକୁ ଖବର ମିଳିଥିଲା । ପରେ ସୁକମା ପୋଲିସ ଓ ସିଆରପିଏଫ କୋବ୍ରା କମାଣ୍ଡୋ ମିଳିଭାବେ କୁମ୍ବିଂ ଅପରେସନ କରିଥିଲେ । ଯବାନମାନେ ଅତି ଚତୁରତାର ସହିତ ୬ଜଣ ହାର୍ଡକୋର୍ ମାଓବାଦୀଙ୍କୁ ଗରିଫ କରିଛି । ତେବେ ମାନଙ୍କ ନିକଟରୁ ବିପୁଳ ବିସ୍ଫୋରକ ସାମଗ୍ରୀ ତଥା ପାଖରୁ ୧୯ଟି BGL ବୋମା, ଦୁଇଟି ଅଫୁଟା ଲଣ୍ଡ୍ୟାମାଇନ୍ ଓ ୮ଟି ଜିଲୋଟିନ ଷ୍ଟିକ୍ ମିଳିଛି ବୋଲି ସୂଚନା ଦେଇଛନ୍ତି ସୁକମା ଏସପି।ପୋଲିସର ସୂଚନା ମୁତାବକ, ମାଓବାଦୀମାନେ ନିର୍ବାଚନରେ ଅଶାନ୍ତି ସୃଷ୍ଟି କରିବା ଯୋଜନାରେ ରହିଥିଲେ । ହେଲେ ସୁକମା ପୋଲିସ ଏହାକୁ ପଣ୍ଡ କରିଦେଇଛି । ଅନ୍ୟପଟେ ସ୍ଥାନୀୟ ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । 

ସୁକ୍‌ମା ପୋଲିସକୁ ବଡ଼ ସଫଳତା; ୬ଜଣ ମାଓବାଦୀ ଗିରଫ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି; ଛତିଶଗଡ ସୀମାନ୍ତ ସୁକମାରେ ପୋଲିସକୁ ବଡ଼ ସଫଳତା । CRPF ଏବଂ କୋବ୍ରା ଯବାନଙ୍କ କୁମ୍ବି ଅପରେସନ ୬ଜଣ ନକ୍ସଲ ଗିରଫ ।  ଏହା ସହିତା ସେମାନଙ୍କ ଠାରୁ ବିପୁଳ ପରିମାଣ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । 

ସୋମବାର ସକାଳୁ ଏହି ଘଟଣା ଘଟିଛି । ସୁକମା ଜଙ୍ଗଲରେ କିଛି ମାଓବାଦୀ ମେଳି କରୁଥିବା ବେଳେ ପୋଲିସକୁ ଖବର ମିଳିଥିଲା । ପରେ ସୁକମା ପୋଲିସ ଓ ସିଆରପିଏଫ କୋବ୍ରା କମାଣ୍ଡୋ ମିଳିଭାବେ କୁମ୍ବିଂ ଅପରେସନ କରିଥିଲେ । ଯବାନମାନେ ଅତି ଚତୁରତାର ସହିତ ୬ଜଣ ହାର୍ଡକୋର୍ ମାଓବାଦୀଙ୍କୁ ଗରିଫ କରିଛି । ତେବେ ମାନଙ୍କ ନିକଟରୁ ବିପୁଳ ବିସ୍ଫୋରକ ସାମଗ୍ରୀ ତଥା ପାଖରୁ ୧୯ଟି BGL ବୋମା, ଦୁଇଟି ଅଫୁଟା ଲଣ୍ଡ୍ୟାମାଇନ୍ ଓ ୮ଟି ଜିଲୋଟିନ ଷ୍ଟିକ୍ ମିଳିଛି ବୋଲି ସୂଚନା ଦେଇଛନ୍ତି ସୁକମା ଏସପି।

ପୋଲିସର ସୂଚନା ମୁତାବକ, ମାଓବାଦୀମାନେ ନିର୍ବାଚନରେ ଅଶାନ୍ତି ସୃଷ୍ଟି କରିବା ଯୋଜନାରେ ରହିଥିଲେ । ହେଲେ ସୁକମା ପୋଲିସ ଏହାକୁ ପଣ୍ଡ କରିଦେଇଛି । ଅନ୍ୟପଟେ ସ୍ଥାନୀୟ ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।