କାନାଡାରୁ ୫ ହଜାର ଟଙ୍କା ନେଇ ଭାରତ ଆସିଥିଲେ ନୋରା ଫତେହି, ଏବେ ୩୯ କୋଟି ଟଙ୍କାର ମାଲିକାଣି

ମୁମ୍ଵାଇ ୦୩।୦୪: ବଲିଉଡର ଡ୍ୟାନ୍ସିଂ ଡିଭା ନୋରା ଫତେହି। ଖୁବ୍‌ କମ୍‌ ସମୟରେ ଅନେକ ଫେମ୍‌ ହାସଲ କରିଛନ୍ତି । ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ପ୍ରାୟତଃ ତାଙ୍କର ଲାଟେଷ୍ଟ ଫଟୋ ଏବଂ ଭିଡିଓ ପାଇଁ ଟ୍ରେଣ୍ଡରେ ରହିଥାଆନ୍ତି। ଆଜିକା ସମୟରେ ପ୍ରତ୍ୟେକ ପିଲା ଛୋଟରୁ ବଡ ଯାଏ ସମସ୍ତେ ନୋରାଙ୍କ ନାମ ଜାଣିଛନ୍ତି। କିନ୍ତୁ ଜାଣନ୍ତି କି ଏହି ସ୍ଥାନକୁ ଆସିବା ତାଙ୍କ ପାଇଁ ସହଜ ନଥିଲା। ଏକ ସାକ୍ଷାତକାରରେ, ଅଭିନେତ୍ରୀ ତାଙ୍କ ସଂଘର୍ଷର ଯାତ୍ରାକୁ ପ୍ରଶଂସକଙ୍କ ସହ ସେୟାର କରିଥିଲେ। View this post on InstagramA post shared by Nora Fatehi (@norafatehi)ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କ ସଂଘର୍ଷ କାହାଣୀ ବିଷୟରେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ ସେତେବେଳେ ତାଙ୍କ ପାଖରେ ମାତ୍ର ୫ ହଜାର ଟଙ୍କା ଥିଲା। ମୁଁ ସେତେବେଳେ ଜାଣିନଥିଲି ୧୦୦ରେ କଣ ହବ ? ଏହା ସହିତ ଅଭିନେତ୍ରୀ କହିଛନ୍ତି- ମୋର ମନେ ଅଛି ଯେ ମୁଁ କିପରି ଗୋଟିଏ ରୁମ୍‌ରେ ୯ ଜଣ ଝିଅମାନଙ୍କ ସହ ସହିତ ରହୁଥିଲି । ଏହା ମୋ ପାଇଁ ବହୁ କଠିନ ଥିଲା। ବେଳେବେଳେ ଭାବୁଥିଲି କି ମୁଁ ଭାରତ ଆସି ଭୁଲ୍‌ କରିଛି ନା ଠିକ୍‌ ନିଷ୍ପତ୍ତି ନେଇଛି? ତାଙ୍କର ପ୍ରାରମ୍ଭିକ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ କହିଥିଲେ ଯେ ସେ ବହୁତ କମ୍ ଟଙ୍କା ପାଉଥିଲେ। ଟଙ୍କା ଏତେ କମ୍ ଥିଲା ଯେ ମୁଁ କେବଳ ଅଣ୍ଡା ଏବଂ ବ୍ରେଡ୍‌ ଖାଇ ରହ

କାନାଡାରୁ ୫ ହଜାର ଟଙ୍କା ନେଇ ଭାରତ ଆସିଥିଲେ ନୋରା ଫତେହି, ଏବେ ୩୯ କୋଟି ଟଙ୍କାର ମାଲିକାଣି

ମୁମ୍ଵାଇ ୦୩।୦୪: ବଲିଉଡର ଡ୍ୟାନ୍ସିଂ ଡିଭା ନୋରା ଫତେହି। ଖୁବ୍‌ କମ୍‌ ସମୟରେ ଅନେକ ଫେମ୍‌ ହାସଲ କରିଛନ୍ତି । ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ପ୍ରାୟତଃ ତାଙ୍କର ଲାଟେଷ୍ଟ ଫଟୋ ଏବଂ ଭିଡିଓ ପାଇଁ ଟ୍ରେଣ୍ଡରେ ରହିଥାଆନ୍ତି। ଆଜିକା ସମୟରେ ପ୍ରତ୍ୟେକ ପିଲା ଛୋଟରୁ ବଡ ଯାଏ ସମସ୍ତେ ନୋରାଙ୍କ ନାମ ଜାଣିଛନ୍ତି। କିନ୍ତୁ ଜାଣନ୍ତି କି ଏହି ସ୍ଥାନକୁ ଆସିବା ତାଙ୍କ ପାଇଁ ସହଜ ନଥିଲା। ଏକ ସାକ୍ଷାତକାରରେ, ଅଭିନେତ୍ରୀ ତାଙ୍କ ସଂଘର୍ଷର ଯାତ୍ରାକୁ ପ୍ରଶଂସକଙ୍କ ସହ ସେୟାର କରିଥିଲେ। 

ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କ ସଂଘର୍ଷ କାହାଣୀ ବିଷୟରେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ ସେତେବେଳେ ତାଙ୍କ ପାଖରେ ମାତ୍ର ୫ ହଜାର ଟଙ୍କା ଥିଲା। ମୁଁ ସେତେବେଳେ ଜାଣିନଥିଲି ୧୦୦ରେ କଣ ହବ ? ଏହା ସହିତ ଅଭିନେତ୍ରୀ କହିଛନ୍ତି- ମୋର ମନେ ଅଛି ଯେ ମୁଁ କିପରି ଗୋଟିଏ ରୁମ୍‌ରେ ୯ ଜଣ ଝିଅମାନଙ୍କ ସହ ସହିତ ରହୁଥିଲି । ଏହା ମୋ ପାଇଁ ବହୁ କଠିନ ଥିଲା। ବେଳେବେଳେ ଭାବୁଥିଲି କି ମୁଁ ଭାରତ ଆସି ଭୁଲ୍‌ କରିଛି ନା ଠିକ୍‌ ନିଷ୍ପତ୍ତି ନେଇଛି? ତାଙ୍କର ପ୍ରାରମ୍ଭିକ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ କହିଥିଲେ ଯେ ସେ ବହୁତ କମ୍ ଟଙ୍କା ପାଉଥିଲେ। ଟଙ୍କା ଏତେ କମ୍ ଥିଲା ଯେ ମୁଁ କେବଳ ଅଣ୍ଡା ଏବଂ ବ୍ରେଡ୍‌ ଖାଇ ରହୁଥିଲି। ଯେତିକି ବି ଦରମା ମିଳୁଥିଲା ମୁମ୍ବାଇ ପରି ସହରରେ ବଞ୍ଚିବା କଷ୍ଟକର ଥିଲା । 

କହିବାକୁ ଗଲେ ନୋରାଙ୍କୁ ଏବେ ବର୍ତ୍ତମାନ ୩୨ ବର୍ଷ । ଏହି ବୟସରେ ନୋରା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଅଟନ୍ତି। ନୋରା ଭାରତୀୟ ଟେଲିଭିଜନରେ ଅନେକ ଡ୍ୟାନ୍ସ ଶୋ’ର ମଧ୍ୟ ବିଚାର କରିଛନ୍ତି। ଗୋଟିଏ ଆଇଟମ୍‌ ଡ୍ୟାନ୍ସ ପାଇଁ କୋଟି ଟଙ୍କା ଚାର୍ଜ କରୁଛନ୍ତି । ଏହା ବ୍ୟତୀତ ସତ୍ତ୍ରୀ, ବଟଲା ହାଉସ୍, ବାହୁବଲୀ ଦି ବିଗନର, ମଡଗାଓଁ ଏକ୍ସପ୍ରେସ, କ୍ରାକ, ଆନ୍‌ ଆକ୍ସନ୍ ହିରୋ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। କେବଳ ଏତିକି ନୁହେଁ, ଅଭିନେତ୍ରୀ ମଧ୍ୟ ତାଙ୍କ ଡ୍ୟାନ୍ସ ପାଇଁ ବେଶ୍ ପ୍ରସିଦ୍ଧ।