ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ୭୦ ହଜାର ମୁହାଁ ସୁନା ଦର

ଭୁବନେଶ୍ୱର ୩୦/୦୩: ଚମକୁଛି ସୁନା । ଲଗାତର ଏହାର ଦର ନୂଆ ରେକର୍ଡ କରିଚାଲିଛି । ବର୍ତ୍ତମାନ ଏହା ୬୮,୦୦୦ ଟଙ୍କା ପାର୍‌ କରି ୭୦,୦୦୦ ଆଡ଼କୁ ମୁହାଁଇଲାଣି । ଶୁକ୍ରବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୪୨୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା  ୬୮,୭୩୦ ଟଙ୍କାରେ ପହଞ୍ଚିଛି । ବୁଧବାର ଦର ୬୭,୩୧୦ ଟଙ୍କା ରହିଥିଲା । ଚଳିତ ମାସର ବର୍ତ୍ତମାନ ସୁଦ୍ଧା ଏହି ଧାତୁ ୫,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୬୩,୦୦୦ ଟଙ୍କା ହୋଇଛି । ଏଥିରେ ୧୩୦୦ ଟଙ୍କାର ବୃଦ୍ଧି ଘଟିଛି । ରୁପା ଦରରେ ବି ବୃଦ୍ଧି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ଦର ୩୦୦ ଟଙ୍କା ମହଙ୍ଗା ହୋଇ ୮୦,୮୦୦ ଟଙ୍କାରେ ପହଞ୍ଚିଛି । ସୁନା ଦର ବଢ଼ିବାର ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ଦିନରେ ସୁନାରେ ବୃଦ୍ଧି ଧାରା ଜାରି ରହିବ । ଏହାସହିତ ଚଳିତବର୍ଷ ଶେଷ ସୁଦ୍ଧା ୧୦ ଗ୍ରାମ ପିଛା ଏହାର ଦର ୭୫ ହଜାର ଟଙ୍କା ପାର୍‌ କରିପାରେ । ସୁନା ଦର ବୃଦ୍ଧି କେବଳ ଚଳିତ ବର୍ଷ ହୋଇନି । ଗତ ୩ ବର୍ଷକୁ ବିଚାରକୁ

ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ୭୦ ହଜାର ମୁହାଁ ସୁନା ଦର

ଭୁବନେଶ୍ୱର ୩୦/୦୩: ଚମକୁଛି ସୁନା । ଲଗାତର ଏହାର ଦର ନୂଆ ରେକର୍ଡ କରିଚାଲିଛି । ବର୍ତ୍ତମାନ ଏହା ୬୮,୦୦୦ ଟଙ୍କା ପାର୍‌ କରି ୭୦,୦୦୦ ଆଡ଼କୁ ମୁହାଁଇଲାଣି । ଶୁକ୍ରବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୪୨୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା  ୬୮,୭୩୦ ଟଙ୍କାରେ ପହଞ୍ଚିଛି । 

ବୁଧବାର ଦର ୬୭,୩୧୦ ଟଙ୍କା ରହିଥିଲା । ଚଳିତ ମାସର ବର୍ତ୍ତମାନ ସୁଦ୍ଧା ଏହି ଧାତୁ ୫,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୬୩,୦୦୦ ଟଙ୍କା ହୋଇଛି । ଏଥିରେ ୧୩୦୦ ଟଙ୍କାର ବୃଦ୍ଧି ଘଟିଛି । ରୁପା ଦରରେ ବି ବୃଦ୍ଧି ଦେଖିବାକୁ ମିଳିଛି । 

ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ଦର ୩୦୦ ଟଙ୍କା ମହଙ୍ଗା ହୋଇ ୮୦,୮୦୦ ଟଙ୍କାରେ ପହଞ୍ଚିଛି । ସୁନା ଦର ବଢ଼ିବାର ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି । 

ବଜାର ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ଦିନରେ ସୁନାରେ ବୃଦ୍ଧି ଧାରା ଜାରି ରହିବ । ଏହାସହିତ ଚଳିତବର୍ଷ ଶେଷ ସୁଦ୍ଧା ୧୦ ଗ୍ରାମ ପିଛା ଏହାର ଦର ୭୫ ହଜାର ଟଙ୍କା ପାର୍‌ କରିପାରେ । ସୁନା ଦର ବୃଦ୍ଧି କେବଳ ଚଳିତ ବର୍ଷ ହୋଇନି । ଗତ ୩ ବର୍ଷକୁ ବିଚାରକୁ ନେଲେ ୧୦ ଗ୍ରାମ ପିଛା ଦର ପ୍ରାୟ ୧୯ ହଜାର ଟଙ୍କା ବଢ଼ିଗଲାଣି । ତେବେ ଏବେ ସୁଦ୍ଧା ସୁନା କାରବାର ଉପରେ ଦର ବୃଦ୍ଧିର ପ୍ରଭାବ ନାହିଁ । 

ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି ଆଗୁଆ ବୁକିଂ ଏବଂ ଗଢ଼ା ମୂଲ୍ୟ ଉପରେ ବିଭିନ୍ନ ରିହାତି ପ୍ରଦାନ କରାଯାଉଛି ବୋଲି ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି । 

ଚଳିତବର୍ଷ ଆମେରିକା ଫେଡରାଲ ରିଜର୍ଭ ଅନ୍ୟୁନ ୩ ଥର ସୁଧ ହାର କମାଇବା ସମ୍ଭାବନା ମଧ୍ୟରେ ବି ଏହି ଧାତୁ ମଜଭୁତ ହେଉଛି । ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ମୁଖ୍ୟ(କମୋଡିଟି ଏବଂ କରେନ୍ସି) ଅନୁଜ ଗୁପ୍ତା କୁହନ୍ତି, ଫେଡେରାଲ ରିଜର୍ଭର ବିବୃତି ଅନ୍ତର୍ଜାତୀୟ ସୁନା ବଜାର ପାଇଁ ସକାରାତ୍ମକ ରହିଛି । 

ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଏବଂ କେନ୍ଦ୍ରୀୟ ବ୍ୟାଙ୍କ ବିଶେଷ କରି ଚୀନ୍‌ ଦ୍ୱାରା ଅତ୍ୟଧିକ ମାତ୍ରାରେ ସୁନା କ୍ରୟ ଦରକୁ ବଢାଉଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ମୁଦ୍ରାସ୍ଫୀତିକୁ ନେଇ ଫେଡେରାଲ ରିଜର୍ଭର ଆଭିମୁଖ୍ୟ ଏବଂ ସୁଧ ହାର ହ୍ରାସ ନେଇ ଏହାର ବିବୃତି ସୁନା ଦରକୁ ବଢ଼ାଉଥିବା ଆନନ୍ଦ ରାଠି କମୋଡିଟିଜ୍‌ ଆଣ୍ଡ୍‌ କରେନ୍ସିଜ୍‌ର ବରିଷ୍ଠ ଟେକ୍ନିକାଲ ଏବଂ ଡେରିଭେଟିଭ୍‌ ଆନାଲିଷ୍ଟ ନେହା କ୍ୟୁରେସି ପ୍ରକାଶ କରିଛନ୍ତି ।