ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହେଲେ

ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ଟଙ୍କା ଦେଇ ବନ୍ଧାହେଲେ । ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମଓ ରାମଭବ ଗଟ୍ଟୁ ଗିରଫ ।

ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହେଲେ

ମହଙ୍ଗା ପଡ଼ିଲା ମିଠା ପ୍ୟାକେଟରେ ଟଙ୍କା ଲାଞ୍ଚ l ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ୨ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଫନ୍ଦି କରି ବନ୍ଧା ହେଲେ ଛତିଶଗଡ଼ର ଏକ
ସିମେଣ୍ଟ କମ୍ପାନୀର ଚିଫ୍ ମ୍ୟାନୁଫ୍ୟାକଚରିଂ ଅଫିସର ରାମଭବ୍ ଗଟ୍ଟୁ। ତାଙ୍କୁ ଗିରଫ କରିଛି ଭିଜିଲାନ୍ ସ ବିଭାଗ। ସରକାରୀ କର୍ମଚାରୀଙ୍କୁ ପ୍ରରୋଚିତ ଉଦ୍ୟମ ପାଇଁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗିରଫ ରାମଭବ ଆଜି ବରଗଡ଼ ଆଦିତ୍ୟ ଗୋୟଲଙ୍କୁ ସାକ୍ଷାତ କରିବାକୁ ଆସି ଫୁଲ ତୋଡା ସହ ଏକ ମିଠା ପ୍ୟାକେଟ୍ ଦେଇଥିଲେ। ସନ୍ଦେହରେ ଜିଲ୍ଲାପାଳ ପିଅନକୁ ସେ ମିଠା ପ୍ୟାକେଟ୍ ଖୋଲିବାକୁ କହିଥିଲେ। ଉକ୍ତ ପ୍ୟାକେଟ୍ ରେ ୫ଶହ ଟଙ୍କିଆ ୪ଟି ବଣ୍ଡଲରେ ୨ ଲକ୍ଷ ଟଙ୍କା ରହିଥିଲା। ଏହା ଦେଖି ଜିଲ୍ଲାପାଳ ତୁରନ୍ତ ଭିଜିଲାନ୍ସକୁ ଖବର ଦେଇଥିଲେ।