ପହଲଗାମ ଆତଙ୍କବାଦୀ ଘଟଣାର ତଦନ୍ତ ଋଷ ଓ ଚୀନ କରନ୍ତୁ ବୋଲି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସିନ୍ଧୁ ଜଳ ଚୁକ୍ତି ନିଲମ୍ବନ ଯୋଗୁ ଦେଶକୁ ଘାରିଲାଣି ପାଣିର ଅଭାବର ଭୟ। ଏଥିପାଇଁ କେତେବେଳେ ନିରପକ୍ଷେ ତଦନ୍ତରେ ସହଯୋଗ କରିବ ବୋଲି କହୁଛି ତ ଆଉ କେତେବେଳେ ମଧ୍ୟସ୍ଥତା ପାଇଁ ବିଦେଶର ଶରଣ ପଶୁଛି। ମିଡିଆ ରିପୋର୍ଟ ଅନୁସାରେ ଏବେ ପାକିସ୍ତାନ ଘଟଣାରେ ଋଷ ଓ ଚୀନକୁ ସାମିଲ୍ କରିବାକୁ ଚେଷ୍ଟା କରୁଛି। ପହଲଗାମ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ଋଷ ଓ ଚୀନ ସାମିଲ ହୁଅନ୍ତୁ ବୋଲି ପାକିସ୍ତାନ ଚାହୁଁଥିବା ଗଣମାଧ୍ୟମର ଖବର ପ୍ରକାଶ ପାଉଛି। ଋଷ ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ନୋଭୋସ୍ତି ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ କିଛି ଏଭଳି ଦାବି ରଖିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ କହିଛନ୍ତି।ଇଣ୍ଟରଭ୍ୟୁରେ ସେ କହିଛନ୍ତି “ମୁଁ ଭାବୁଛି ଏହି ସଙ୍କଟରେ ରୁଷ, ଚୀନ୍ କିମ୍ବା ଏପରିକି ପାଶ୍ଚାତ୍ୟ ଦେଶଗୁଡ଼ିକ ଏକ ବହୁତ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବେ। ଏମିତିକି ସେମାନଙ୍କୁ ଏକ ତଦନ୍ତକାରୀ ଦଳ ଗଠନ କରି ଏହି ମାମଲାର ତଦନ୍ତ କରିବାକୁ ଦିଆଯାଉ। ଫଳରେ ଭାରତ ଓ ମୋଦୀ ସତ କହୁଛନ୍ତି କି ମିଛ ତାହା ଜାଣିପାରିବେ। ଏକ ଅନ୍ତର୍ଜାତୀୟ ଦଳକୁ ଏହା ଜାଣିବାକୁ ଦିଆଯାଉ।” ପଢନ୍ତୁ- ଆତଙ୍କବାଦୀଙ୍କ ଆତଙ୍କ ଭୁଲି ପୁଣି ପହଲଗାମ ଫେରିଲେ ସ୍ୱଦେଶୀ ଓ ବିଦେଶୀ ପର୍ଯ୍ୟଟକ: ପହଞ୍ଚିଲେ ବଲିଉ

ପହଲଗାମ ଆତଙ୍କବାଦୀ ଘଟଣାର ତଦନ୍ତ ଋଷ ଓ ଚୀନ କରନ୍ତୁ ବୋଲି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସିନ୍ଧୁ ଜଳ ଚୁକ୍ତି ନିଲମ୍ବନ ଯୋଗୁ ଦେଶକୁ ଘାରିଲାଣି ପାଣିର ଅଭାବର ଭୟ। ଏଥିପାଇଁ କେତେବେଳେ ନିରପକ୍ଷେ ତଦନ୍ତରେ ସହଯୋଗ କରିବ ବୋଲି କହୁଛି ତ ଆଉ କେତେବେଳେ ମଧ୍ୟସ୍ଥତା ପାଇଁ ବିଦେଶର ଶରଣ ପଶୁଛି। 

ମିଡିଆ ରିପୋର୍ଟ ଅନୁସାରେ ଏବେ ପାକିସ୍ତାନ ଘଟଣାରେ ଋଷ ଓ ଚୀନକୁ ସାମିଲ୍ କରିବାକୁ ଚେଷ୍ଟା କରୁଛି। ପହଲଗାମ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ଋଷ ଓ ଚୀନ ସାମିଲ ହୁଅନ୍ତୁ ବୋଲି ପାକିସ୍ତାନ ଚାହୁଁଥିବା ଗଣମାଧ୍ୟମର ଖବର ପ୍ରକାଶ ପାଉଛି। ଋଷ ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ନୋଭୋସ୍ତି ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ କିଛି ଏଭଳି ଦାବି ରଖିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ କହିଛନ୍ତି।

ଇଣ୍ଟରଭ୍ୟୁରେ ସେ କହିଛନ୍ତି “ମୁଁ ଭାବୁଛି ଏହି ସଙ୍କଟରେ ରୁଷ, ଚୀନ୍ କିମ୍ବା ଏପରିକି ପାଶ୍ଚାତ୍ୟ ଦେଶଗୁଡ଼ିକ ଏକ ବହୁତ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବେ। ଏମିତିକି ସେମାନଙ୍କୁ ଏକ ତଦନ୍ତକାରୀ ଦଳ ଗଠନ କରି ଏହି ମାମଲାର ତଦନ୍ତ କରିବାକୁ ଦିଆଯାଉ। ଫଳରେ ଭାରତ ଓ ମୋଦୀ ସତ କହୁଛନ୍ତି କି ମିଛ ତାହା ଜାଣିପାରିବେ। ଏକ ଅନ୍ତର୍ଜାତୀୟ ଦଳକୁ ଏହା ଜାଣିବାକୁ ଦିଆଯାଉ।” 

ପଢନ୍ତୁ- ଆତଙ୍କବାଦୀଙ୍କ ଆତଙ୍କ ଭୁଲି ପୁଣି ପହଲଗାମ ଫେରିଲେ ସ୍ୱଦେଶୀ ଓ ବିଦେଶୀ ପର୍ଯ୍ୟଟକ: ପହଞ୍ଚିଲେ ବଲିଉଡ୍ ଅଭିନେତା

ସେ ଆହୁରି କହିଛନ୍ତି “ଭାରତରେ କାଶ୍ମୀରରେ ଘଟିଥିବା ଏହି ଘଟଣାର କିଏ ଦୋଷୀ ଓ ଅପରାଧୀ ଖୋଜି ବାହାର କରାଯାଉ। ଆଲୋଚନା କିମ୍ବା ଖାଲି ବୟାନର ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଘଟଣାରେ ପାକିସ୍ତାନ ସମ୍ପୃକ୍ତି କିମ୍ବା ଏହି ଲୋକମାନଙ୍କୁ ପାକିସ୍ତାନ ସମର୍ଥନ କରିବାର କିଛି ପ୍ରମାଣ ରହିବା ଆବଶ୍ୟକ। ଏଗୁଡ଼ିକ କେବଳ ବୟାନ, ଫାଙ୍କା ବୟାନ ଏବଂ ଆଉ କିଛି ନୁହେଁ।” 

ପାକିସ୍ତାନ ଯେତେ ବାହାନା କରୁ ପଛେ ପଶ୍ଚିମ ଦେଶଗୁଡ଼ିକ ପାକିସ୍ତାନର ସମସ୍ତ ବାହାନାକୁ ପ୍ରତ୍ୟାକ୍ଷାନ କରିଛନ୍ତି। ଆମେରିକା ଠାରୁ ଇସ୍ରାଏଲ ସମସ୍ତେ ଭାରତ ସମର୍ଥନରେ ବାହାରିଛନ୍ତି। ସେପଟେ ମସ୍କୋରେ ଥିବା ସ୍ୱାଧୀନ ଆମେରିକୀୟ ବିଶ୍ଳେଷକ ଆଣ୍ଡ୍ରୁ କୋରିବକୋ ପାକିସ୍ତାନର ଆଭିମୁଖ୍ୟ ଭଲ ନୁହେଁ ବୋଲି କହିଛନ୍ତି। 

ପଢନ୍ତୁ- ପିଲା, ବୟସ୍କ ଓ ମହିଳା ଡରୁଛନ୍ତି: ଘର ଧ୍ୱଂଶ କାର୍ଯ୍ୟ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କାଶ୍ମୀର ନେତା

କେବେ ପାକିସ୍ତାନର ଜଣେ ମନ୍ତ୍ରୀ ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହୁଛନ୍ତି ତ ଆଉ କେତେବେଳେ ଆଉ ଜଣେ ମନ୍ତ୍ରୀ ଏହା ଭାରତର ଫଲ୍ସ ଫ୍ଲାଗ୍ ଅପରେସନ ବୋଲି କହୁଛନ୍ତି। ପାକିସ୍ତାନର ଶୀର୍ଷ ଅଧିକାରୀମାନେ ନିଜ ମୁତାବକ କାହାଣୀ ବନାଇ କହୁଛନ୍ତି। ତେଣୁ ଏଥିରେ ସେମାନଙ୍କ ସମ୍ପୃକ୍ତିକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି ବୋଲି ଆଣ୍ଡ୍ରୁ କୋରିବକୋ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍‌ରେ ଲେଖିଥିଲେ।