କିମ ଜୋଙ୍ଗଙ୍କୁ ଉପହାରରେ ଲିମୋସିନ ଦେଲେ ପୁଟିନ, ଜାଣନ୍ତୁ ପ୍ରତିବଦଳରେ ପାଇଲେ କ’ଣ?

ପ୍ୟୋଙ୍ଗୟାଙ୍ଗ ୨୦।୬: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏବେ ଉତ୍ତରକୋରିଆ ଗସ୍ତରେ ଅଛନ୍ତି। ଏଠାରେ ଏକଛତ୍ରବାଦୀ କିମ୍‌ ଜୋଙ୍ଗ ଉନ ତାଙ୍କୁ ସ୍ୱାଗତ କରିଛନ୍ତି। ଉଭୟ ନେତା ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି, ଯାହା ଏବେ ଆମେରିକା ଓ ୟୁରୋପକୁ ଛାନିଆ କରିଛି। ଏହି ବୁଝାମଣା ପାଇଁ ଋଷିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗଙ୍କୁ ଉପହାରରେ ଏକ ଲିମୋସିନ୍‌ କାର ଦେଇଛନ୍ତି। ହେଲେ ଏହା ବଦଳେ ଉତ୍ତରକୋରିଆ ରାଷ୍ଟ୍ରପତି ପୁଟିନଙ୍କୁ ଯେଉଁ ଉପହାର ଦେଇଛନ୍ତି ତାହା ବାସ୍ତବରେ ଖାସ। ବନ୍ଧୁତାକୁ ସ୍ମରଣୀୟ କରିବା ପାଇଁ ପୁଟିନଙ୍କୁ କିମ୍‌ ଜୋଙ୍ଗ ଦୁଇଟି ପୁଙ୍ଗସନ କୁକୁର ଉପହାର ଦେଇଛନ୍ତି। ଏହି କୁକୁର ଉତ୍ତର କୋରିଆ ବ୍ୟତୀତ ଅନ୍ୟ କୌଣସିଠାରେ ମିଳନ୍ତି ନାହିଁ। କେବଳ ଏତିକି ନୁହେଁ ଏହି କୁକୁର ପ୍ରଜାତି ସବୁଠୁ ବିଶ୍ୱସ୍ଥ ଓ ଦୁର୍ଦ୍ଦଶ ଶିକାରୀ। ଏପରିକି ହିଂସ୍ର ବାଘ ବି ଏହି କୁକୁରଙ୍କୁ ଭୟ କରନ୍ତି। କୋରିଆ ସେଣ୍ଟ୍ରାଲ ଟେଲିଭିଜନରେ ପ୍ରସାରିତ ଫଟୋରେ କିମ ଜୋଙ୍ଗ ଓ ପୁଟିନଙ୍କୁ କୁକୁରଙ୍କ ସହିତ ଖେଳୁଥିବାର ଦେଖାଯାଇଛି। ତେବେ ଆପଣ ଭାବୁଥାଇ ପାରନ୍ତି ଏହି କୁକୁରଙ୍କଠାରେ ଏପରି ଖାସ କଥା କଣ ରହିଛି, ଯେଉଁଥି ପାଇଁ କିମ ଜୋଙ୍ଗ ଏମାନଙ୍କୁ ପୁଟିନଙ୍କୁ ଦେବାକୁ ବାଛିଲେ?ପୁଙ୍ଗସନ ବ୍ରିଡ କୁକୁର କେବଳ ଉତ୍ତର କୋରିଆରେ ଦେଖିବାକୁ ମିଳନ୍ତି। ସେମାନେ ବହୁତ ସାହାସୀ ଓ ଉଗ୍ର। ଷୋଡ଼ଶ ଶତାବ୍ଦୀରେ ଉତ୍ତରକୋରିଆର ଲିୟାଙ୍ଗଗାଙ୍ଗରେ ଏ

କିମ ଜୋଙ୍ଗଙ୍କୁ ଉପହାରରେ ଲିମୋସିନ ଦେଲେ ପୁଟିନ, ଜାଣନ୍ତୁ ପ୍ରତିବଦଳରେ ପାଇଲେ କ’ଣ?

ପ୍ୟୋଙ୍ଗୟାଙ୍ଗ ୨୦।୬: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏବେ ଉତ୍ତରକୋରିଆ ଗସ୍ତରେ ଅଛନ୍ତି। ଏଠାରେ ଏକଛତ୍ରବାଦୀ କିମ୍‌ ଜୋଙ୍ଗ ଉନ ତାଙ୍କୁ ସ୍ୱାଗତ କରିଛନ୍ତି। ଉଭୟ ନେତା ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି, ଯାହା ଏବେ ଆମେରିକା ଓ ୟୁରୋପକୁ ଛାନିଆ କରିଛି। ଏହି ବୁଝାମଣା ପାଇଁ ଋଷିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗଙ୍କୁ ଉପହାରରେ ଏକ ଲିମୋସିନ୍‌ କାର ଦେଇଛନ୍ତି। ହେଲେ ଏହା ବଦଳେ ଉତ୍ତରକୋରିଆ ରାଷ୍ଟ୍ରପତି ପୁଟିନଙ୍କୁ ଯେଉଁ ଉପହାର ଦେଇଛନ୍ତି ତାହା ବାସ୍ତବରେ ଖାସ। 

ବନ୍ଧୁତାକୁ ସ୍ମରଣୀୟ କରିବା ପାଇଁ ପୁଟିନଙ୍କୁ କିମ୍‌ ଜୋଙ୍ଗ ଦୁଇଟି ପୁଙ୍ଗସନ କୁକୁର ଉପହାର ଦେଇଛନ୍ତି। ଏହି କୁକୁର ଉତ୍ତର କୋରିଆ ବ୍ୟତୀତ ଅନ୍ୟ କୌଣସିଠାରେ ମିଳନ୍ତି ନାହିଁ। କେବଳ ଏତିକି ନୁହେଁ ଏହି କୁକୁର ପ୍ରଜାତି ସବୁଠୁ ବିଶ୍ୱସ୍ଥ ଓ ଦୁର୍ଦ୍ଦଶ ଶିକାରୀ। ଏପରିକି ହିଂସ୍ର ବାଘ ବି ଏହି କୁକୁରଙ୍କୁ ଭୟ କରନ୍ତି। କୋରିଆ ସେଣ୍ଟ୍ରାଲ ଟେଲିଭିଜନରେ ପ୍ରସାରିତ ଫଟୋରେ କିମ ଜୋଙ୍ଗ ଓ ପୁଟିନଙ୍କୁ କୁକୁରଙ୍କ ସହିତ ଖେଳୁଥିବାର ଦେଖାଯାଇଛି। ତେବେ ଆପଣ ଭାବୁଥାଇ ପାରନ୍ତି ଏହି କୁକୁରଙ୍କଠାରେ ଏପରି ଖାସ କଥା କଣ ରହିଛି, ଯେଉଁଥି ପାଇଁ କିମ ଜୋଙ୍ଗ ଏମାନଙ୍କୁ ପୁଟିନଙ୍କୁ ଦେବାକୁ ବାଛିଲେ?

ପୁଙ୍ଗସନ ବ୍ରିଡ କୁକୁର କେବଳ ଉତ୍ତର କୋରିଆରେ ଦେଖିବାକୁ ମିଳନ୍ତି। ସେମାନେ ବହୁତ ସାହାସୀ ଓ ଉଗ୍ର। ଷୋଡ଼ଶ ଶତାବ୍ଦୀରେ ଉତ୍ତରକୋରିଆର ଲିୟାଙ୍ଗଗାଙ୍ଗରେ ଏମାନଙ୍କ ଉତ୍ପତି ହୋଇଥିଲା। ସେବେଠାରୁ ଉତ୍ତରକୋରିଆ ଓ ଋଷିୟ ଲୋକେ ବାଘ, ଭାଲୁ, ବାରହାଙ୍କ ଶିକାର ଲାଗି ଏହି କୁକୁରଙ୍କୁ ବ୍ୟବହାର କରିଆସୁଛନ୍ତି। ୧୯୫୬ ମସିହାରେ ଉତ୍ତର କୋରିଆ ଏହି କୁକୁର ପ୍ରଜାତିକୁ ଜାତୀୟ ମାନ୍ୟତା ଦେଇଥିଲା। କେବଳ ଦୁଇଟି ଅବସରରେ ଉତ୍ତର କୋରିଆ ନେତା ଏହି କୁକୁରଙ୍କୁ ବିଦେଶୀ ଅତିଥିଙ୍କୁ ଉପହାର ଦେଇଛନ୍ତି। 

ପୂର୍ବରୁ କିମ ଜୋଙ୍ଗ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ମୁନ ଜେ-ଇନଙ୍କୁ ଏହି କୁକୁର ଉପହାର ଦେଇଥିଲେ। ଏବେ ପୁଟିନଙ୍କୁ ଉପହାରରେ ଦେଇଛନ୍ତି। ଏହି କୁକୁରଙ୍କୁ ପାଳିବା ଖର୍ଚ୍ଚ ବହୁଳ। ଏଣୁ ଦକ୍ଷିଣ କୋରିଆ ରଷ୍ଟ୍ରପତି ପଦରୁ ଯିବା ପରେ ମୁନ ଜେ-ଇନ୍‌ ଏମାନଙ୍କୁ ଛାଡି ଦେଇଥିଲେ। ପୁଙ୍ଗସାନ କୁକୁର ଅତ୍ୟନ୍ତ ବିଶ୍ୱସ୍ଥ ଓ ସାହାସୀ। ଏମାନେ ମାଲିକଙ୍କ ସହ ସମୟ ବିତାଇବାକୁ ଭଲ ପାଇଥାନ୍ତି। ଏମାନେ ଆକ୍ରମକ ପ୍ରବୃତ୍ତିର, ଏଣୁ ମୌକା ପାଇଲେ ଶିକାର କରିଦିଅନ୍ତି। ଖାସ ଏହି କାରଣରୁ ଲୋକେ ଏମାନଙ୍କୁ ପୋଷା ମନାଇ ନଥାନ୍ତି।